Naxals: ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଯବାନଙ୍କୁ ନେଇ ଗଠିତ ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା।
ଛତିଶଗଡ଼ରେ ପୁଣି ଏନକାଉଣ୍ଟର। ଏଥିରେ ୧୬ ଜଣ ମାଓବାଦୀ ସଫା ହୋଇଯାଇଛନ୍ତି। ସୁକମା ଜିଲ୍ଲାରେ ଶନିବାର ସକାଳେ ହୋଇଥିବା ଗୁଳିବିନିମୟରେ ୧୬ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି।
ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଯବାନଙ୍କୁ ନେଇ ଗଠିତ ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା। ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱସ୍ତ ସୂଚନା ଆଧାରରେ କେର୍ଲାପାଲ ଅଞ୍ଚଳରେ ଶୁକ୍ରବାର ରାତିରେ ନକ୍ସଲଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା।
ଏନକାଉଣ୍ଟର ସ୍ଥଳରୁ ନକ୍ସଲଙ୍କ ମୃତଦେହ ସହ ୨ଟି ଏକେ-୪୭ ଓ ଅନ୍ୟାନ୍ୟ ଦେଶୀ ଅସ୍ତ୍ରଶସ୍ତ୍ର ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସୁକମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ ମାର୍ଚ୍ଚ ୨୦ ତାରିଖରେ ଛତିଶଗଡ଼ର ବିଜାପୁର ଓ କାଙ୍କେର ଜିଲ୍ଲାରେ ସୁରକ୍ଷାବାହିନୀ ଦୁଇଟି ପୃଥକ ଅପରେସନରେ ୩୦ ଜଣ ନକ୍ସଲଙ୍କୁ ନିପାତ କରିଥିଲେ। ବିଜାପୁରରେ ଏନକାଉଣ୍ଟର ସ୍ଥଳରୁ ୨୬ ଜଣଙ୍କ ମୃତଦେହ ମିଳିଥିବା ବେଳେ କାଙ୍କେରରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିଦିନ କାଙ୍କେର ଜିଲ୍ଲାରେ ସୁରକ୍ଷାବାହିନୀ ଏକ ପୃଥକ କମ୍ବିଂ ଅପରେସନରେ ୪ ଜଣ ନକ୍ସଲଙ୍କୁ ନିପାତ କରିଥିଲେ।
୨୦୨୫ରେ ଭାରତର ସୁରକ୍ଷା ବାହିନୀ ନକ୍ସଲଙ୍କ ବିରୋଧରେ ଅଭିଯାନକୁ ଜୋରଦାର କରିବା ସହ ଜଙ୍ଗଲ ଭିତରେ ଥିବା ସେମାନଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀରେ ଆକ୍ରମଣ କରିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ବିପଦକୁ ନିପାତ କରିବା ପାଇଁ ଏକ ବହୁମୁଖୀ ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟିକୋଣ ଅନୁଯାୟୀ ଏହା କରାଯାଇଛି।
Previous article:https://purvapaksa.com/no-gangrape-in-rg-kar-case-probing-larger-conspiracy-cbi-to-court/
ଆରଜି କର ମାମଲା: ଗଣଦୁଷ୍କର୍ମ ହୋଇନାହିଁ, ବଡ଼ ଷଡ଼ଯନ୍ତ୍ରର ତଦନ୍ତ କରୁଛୁ: ସିବିଆଇ