YouTube: ୟୁଟ୍ୟୁବ କେବଳ ଭିଡିଓ ଦେଖିବାର ଏକ ମାଧ୍ୟମ ନୁହେଁ, ବରଂ ଏହା ଟଙ୍କା ରୋଜଗାର କରିବାର ଏକ ଉତ୍ତମ ପ୍ଲାଟଫର୍ମ ମଧ୍ୟ ହୋଇପାରିଛି। ଯଦି ଆପଣଙ୍କ ପାଖରେ ଗୁଣବତ୍ତାଯୁକ୍ତ କଣ୍ଟେଣ୍ଟ ଅଛି ଏବଂ ଆପଣ ଲୋକଙ୍କୁ କିଛି ନୂଆ ବା ଆକର୍ଷଣୀୟ ଦେଖାଇପାରୁଛନ୍ତି, ତେବେ ଆପଣ ମଧ୍ୟ ୟୁଟ୍ୟୁବରୁ ରୋଜଗାର କରିପାରିବେ।
ୟୁଟ୍ୟୁବରୁ ରୋଜଗାର କରିବା ପାଇଁ କେବଳ ଭିୟୁଜ ନୁହେଁ, ଅନ୍ୟ ଅନେକ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼େ। ଯଦିଓ ଭିୟୁଜ ହେଉଛି ୟୁଟ୍ୟୁବର ପ୍ରାଥମିକ ଆୟ ଉତ୍ସ। ଆସନ୍ତୁ ଜାଣିବା ୟୁଟ୍ୟୁବରୁ ଟଙ୍କା ରୋଜଗାର କରିବାର ୪ଟି ସହଜ ଉପାୟ କ’ଣ।
ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ (ବିଜ୍ଞାପନରୁ ଆୟ)
ଯେତେବେଳେ ଆପଣଙ୍କ ଚାନେଲରେ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟାର ଓ୍ଵାଚ ଟାଇମ ପୂରଣ ହୁଏ, ତେବେ ଆପଣ ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ ପାଇଁ ଆବେଦନ କରିପାରିବେ। ଏହି ପ୍ରୋଗ୍ରାମରେ ଆପଣଙ୍କ ଭିଡିଓରେ ଦେଖାଯାଉଥିବା ବିଜ୍ଞାପନମାନଙ୍କରୁ ଆପଣଙ୍କୁ ଆୟ ମିଳିଥାଏ। ଏହା ୟୁଟ୍ୟୁବରୁ ରୋଜଗାର କରିବାର ଏକ ସହଜ ଉପାୟ। ସ୍ପନସରଶିପ ଏବଂ ବ୍ରାଣ୍ଡ ଡିଲ୍ସ।
ଯଦି ଆପଣଙ୍କ ଚାନେଲ ଲୋକପ୍ରିୟ ହୋଇଯାଏ, ତେବେ କମ୍ପାନୀମାନେ ଆପଣଙ୍କୁ ସେମାନଙ୍କର ଉତ୍ପାଦ ବା ସେବାର ପ୍ରୋମୋସନ ପାଇଁ ଟଙ୍କା ଦେଇପାରନ୍ତି। ଏହାକୁ ସ୍ପନସରଶିପ କୁହାଯାଏ। ଏହି ପ୍ରକ୍ରିୟାରେ ଆପଣ ଆପଣଙ୍କ ଭିଡିଓରେ କୌଣସି ଉତ୍ପାଦର ସୂଚନା ଦିଅନ୍ତି ଏବଂ ଏହା ବଦଳରେ ବ୍ରାଣ୍ଡ ଆପଣଙ୍କୁ ପେମେଣ୍ଟ କରିଥାଏ।
ଏଫିଲିଏଟ ମାର୍କେଟିଂ
ଏହି ଉପାୟରେ ଆପଣ କୌଣସି ଉତ୍ପାଦର ଲିଙ୍କକୁ ଆପଣଙ୍କ ଭିଡିଓର ବର୍ଣ୍ଣନା ବିଭାଗରେ ଯୋଗ କରନ୍ତି। ଯେତେବେଳେ କେହି ଆପଣଙ୍କ ଲିଙ୍କ ମାଧ୍ୟମରେ କ୍ଲିକ କରି ସେହି ଉତ୍ପାଦ କ୍ରୟ କରେ, ତେବେ ଆପଣଙ୍କୁ ଏକ କମିଶନ ମିଳିଥାଏ। ଏଥିପାଇଁ ଆପଣଙ୍କୁ ଆମାଜନ, ଫ୍ଲିପକାର୍ଟ ଭଳି ସାଇଟଗୁଡ଼ିକର ଏଫିଲିଏଟ ପ୍ରୋଗ୍ରାମ ସହିତ ଯୋଗାଯୋଗ କରିବାକୁ ପଡ଼ିବ।
ନିଜର ଉତ୍ପାଦ ବା ସେବା ବିକ୍ରି
ଯଦି ଆପଣଙ୍କ ପାଖରେ କୌଣସି ଅନଲାଇନ କୋର୍ସ, ଇ-ବୁକ, ଟି-ଶାର୍ଟ, ବା ଅନ୍ୟ କୌଣସି ଉତ୍ପାଦ ଅଛି, ତେବେ ଆପଣ ଆପଣଙ୍କ ଭିଡିଓ ମାଧ୍ୟମରେ ଏହାର ପ୍ରୋମୋସନ କରି ବିକ୍ରି କରିପାରିବେ। ଏହି ଉପାୟ ଆପଣଙ୍କ ନିଜର ବ୍ରାଣ୍ଡକୁ ମଜବୁତ କରେ ଏବଂ ଏକ ଭଲ ରୋଜଗାରର ଉତ୍ସ ହୋଇପାରେ।
ଉପସଂହାର
ଏହି ଉପାୟଗୁଡ଼ିକ ମାଧ୍ୟମରେ ଆପଣ ୟୁଟ୍ୟୁବରୁ ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରିବେ। କେବଳ ଆପଣଙ୍କୁ ୟୁଟ୍ୟୁବର ଆଲଗୋରିଦମକୁ ବୁଝିବାକୁ ହେବ ଏବଂ ୟୁଟ୍ୟୁବର ନୀତି ଅନୁଯାୟୀ କଣ୍ଟେଣ୍ଟ ସୃଷ୍ଟି କରିବାକୁ ହେବ। ସଠିକ ରଣନୀତି ଏବଂ ନିୟମିତ ପ୍ରୟାସ ସହିତ, ୟୁଟ୍ୟୁବ ଆପଣଙ୍କ ପାଇଁ ଏକ ସ୍ଥିର ଆୟର ଉତ୍ସ ହୋଇପାରେ।
ALSO READ: https://purvapaksa.com/why-did-vibhishana-refuse-to-perform-the-last-rites-of-ravana/
କ’ଣ ପାଇଁ ରାବଣର ଅନ୍ତିମ ସଂସ୍କାର କରିବା ପାଇଁ ମନା କରିଥିଲେ ବିଭୀଷଣ?