ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଆପଣ ବିଚଳିତ ହେଇଯିବେ । ତେବେ ଭିଡିଓଟିରେ ଜଣେ ଯୁବକ ସ୍କାଏ ଡାଇଭିଙ୍ଗ କରୁଥିବାର ଦେଖାଯାଉଛି । ସେହି ସମୟରେ ତାଙ୍କୁ ହୃଦଘାତ ଆସିଥିଲା । ଯାହାଫଳରେ ଯୁବକ ଜଣଙ୍କ ଭାରସାମ୍ୟ ହରାଇ ପଡିଥିଲେ।
ତେବେ ଏହି ସ୍କାଏ ଡାଇଭିଙ୍ଗ କରୁଥିବା ବ୍ୟକ୍ତିଙ୍କ ପାର୍ଟନର ଏବଂ ଟ୍ରେନର ତୁରନ୍ତ ତାଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚି ଯାଇଥିଲେ । ଟ୍ରେନର ପୁରା ସାବଧାନତା ସହକାରେ ସ୍କାଏ ଡାଇଭରଙ୍କୁ ବଞ୍ଚାଇଥିଲେ । ଯାହା ଫଳରେ ଏକ ବଡ ଧରଣର ବିପଦ ଟଳି ଯାଇଥିଲା ।
ରିପୋର୍ଟ ଅନୁଯାୟୀ, ଏହି ଭାଇରାଲ ଭିଡିଓଟି ହେଉଛି ୨୦୧୫ ମସିହାର । ଭିଡିଓରେ ଦେଖାଯାଉଥିବା ସ୍କାଏଡାଇଭରଙ୍କୁ ଅଷ୍ଟ୍ରେଲିଆର ପର୍ଥର ବାସିନ୍ଦା କ୍ରିଷ୍ଟୋଫର ଜୋନ୍ସ ଭାବରେ ଚିହ୍ନଟ କରାଯାଇଛି ।
କ୍ରିଷ୍ଟୋଫର ଜୋନ୍ସ ସ୍କାଏଡାଇଙ୍ଗ କରିବା ସମୟରେ ତଳକୁ ଫ୍ରି ଫଲ୍ କରୁଥିବା ସମୟରେ, ତାଙ୍କର ହୃଦଘାତ ହୋଇଥିଲା। ଏହାର କିଛି ସମୟ ପରେ ତାଙ୍କ ପ୍ରଶିକ୍ଷକ ସେଲଡନ୍ ମ୍ୟାକଫାରଲେନ୍ ତାଙ୍କୁ ବଞ୍ଚାଇବା ପାଇଁ ଡେଇଁ ପଡ଼ିଥିଲେ।
ମ୍ୟାକଫାରଲେନ୍ ପ୍ରାୟ ୪,୦୦୦ଫୁଟ ଉଚ୍ଚତାରେ ଜୋନ୍ସକୁ ଧରିଥିଲେ ଏବଂ ରିପ୍ କର୍ଡକୁ ଟାଣିଥିଲେ । ମ୍ୟାକଫାରଲେନଙ୍କ ଅନେକ ଚେଷ୍ଟା ପରେ ଜୋନ୍ସ ଚେତା ଫେରି ପାଇଥିଲେ । ଏହା ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଏ ଘଟଣା କ୍ୟାମେରାରେ କଏଦ ହୋଇଥିଲା ।
Also read https://purvapaksa.com/you-will-be-shocked-to-know-the-traditions-and-rituals-of-this-tribal-group/
ଦୁନିଆର ଅଜବ ଜନଜାତି, ଏମାନଙ୍କ ପରମ୍ପରା ରୀତିନୀତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ