Indore: ନିଜ ଘରକୁ ସଫା ରଖିବା ପାଇଁ ସମସ୍ତେ ଭଲପାଆନ୍ତି। ସେଥିପାଇଁ ସମସ୍ତେ ନିଜ ଘରର ଯତ୍ନ ନେଇଥାନ୍ତି।
ଘରକୁ ସଫା ରଖିବା ଦ୍ୱାରା ତାହା ସୁନ୍ଦର ଲାଗିବ ସହ ଘରେ ସକାରାତ୍ମକତା ଆସିଥାଏ। ଯେପରି ଆମେ ସମସ୍ତେ ନିଜ ଘରକୁ ସଫା ରଖିବା ପାଇଁ ଚେଷ୍ଟା କରିଥାଉ ଠିକ ସେହିପରି ଆମକୁ ଆମ ଦେଶକୁ ମଧ୍ୟ ସଫା ରହିବାକୁ ପଡିବ। ଏହା ଆମ ସମସ୍ତ ଦେଶବାସୀଙ୍କ ଏକ ପ୍ରମୁଖ କର୍ତ୍ତବ୍ୟ।
ପ୍ରାୟତଃ ସବୁ ସ୍ଥାନରେ ଆମକୁ ଅଳିଆ ବା ମଇଳା ଦେଖିବାକୁ ମିଳେ। ସରକାର ତରଫରୁ ନିଜ ସହରକୁ ସଫା ରଖିବା ପାଇଁ ଅନେକ ବ୍ୟବସ୍ଥା ରହିଥିଲେ ମଧ୍ୟ ଆମକୁ ସ୍ଥାନେ ସ୍ଥାନେ ଅଳିଆ ଓ ମଇଳା ବା ଜରି-କାଗଜ ଦେଖିବାକୁ ମିଳିଥାଏ। ତେବେ ଆପଣ ଜାଣିଛନ୍ତି ଆମ ଦେଶରେ ଏମିତି ଏକ ସ୍ଥାନ ଅଛି ଯାହା ଭାରତର ସବୁଠାରୁ ସଫା ସୁତୁରା ସ୍ଥାନ ମଧ୍ୟରେ ଅନ୍ୟତମ। ସେହି ସହର ହେଉଛି ମଧ୍ୟପ୍ରଦେଶର ଇନ୍ଦୋର ସହର। କେବଳ ସେଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ପାଇଁ ନୁହଁ ବରଂ ଏହାର ସ୍ୱଛତା ପାଇଁ ପର୍ଯ୍ୟଟକମାନେ ସେଠାରେ ବୁଲିବାକୁ ଯାଆନ୍ତି। କେବଳ ଏତିକି ନୁହଁ ଦୀର୍ଘ ୬ ବର୍ଷରୁ ଅଧିକ ହେବ ଇନ୍ଦୋର ଭାରତର ସବୁଠାରୁ ସଫା ବା ସ୍ୱଚ୍ଛ ସହରମାନଙ୍କ ଭିତରେ ଆଗରେ ଅଛି।
ହେଲେ ଇନ୍ଦୋର ସବୁଠାରୁ ସଫା ସହର କେମିତି ହେଲା ?
ଇନ୍ଦୋରର ଏହି ସ୍ୱଛତାର କାହାଣୀ ଅସ୍ଵଚ୍ଚତା ରୁ ଆରମ୍ଭ । ଯାହା ୨୦୧୫ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ଵଚ୍ଚ ଭାରତ ଅଭିଯାନ ଆରମ୍ଭ କରିବାର କିଛି ଦିନ ପରେ ଆରମ୍ଭ ହୋଇଥିଲା। ୨୦୧୫ରେ ସେତେବେଳେର ନଗର ଆୟୋଗ (ମନୀଷ ସିଂ )ଥିଲେ। ସେ ଇନ୍ଦୋରକୁ ସବୁଠାରୁ ସଫା ସହର ବାନେଇବା ପାଇଁ ଏକ ଚ୍ୟାଲେଞ୍ଜ ନେଇଥିଲେ। ଇନ୍ଦୋର ନଗର ପାଳିକା ପାଖରେ ୱେଷ୍ଟ ମେନେଜମେଣ୍ଟର କୌଣସି ପ୍ରକାରର ସୁବିଧା ନଥିଲା । ସହରର ମାତ୍ର ୫ ଭଗରୁ ଅଳିଆ ଉଠା ଯାଉଥିଲା। ଓଦା ଶୁଖିଲା ଅଳିଆ ମିଶି ଯାଉଥିଲା।
ଲୋକକୁ ଅଳିଆ ଅଲଗା କରି ରଖିବା ଓ ପ୍ରଥମେ ଘରକୁ ସଫା କରିବା ହେତୁ ନଗର ନିଗମ ଅଧିକାରୀ ମାନେ ଅନେକ ଚେଷ୍ଟା ଚଳାଇଥିଲେ। ଏହି ସଚେତନତା ଓ ଜାଗରଣରେ ଅନେକ ବଡ଼ ବଡ଼ ଲୋକପ୍ରିୟ ନେତା ମଧ୍ୟ ସାମିଲ ହୋଇଥିଲେ। ଶେଷରେ ଲୋକମାନେ ଏହି ଆବଶ୍ୟକତାକୁ ବୁଝି ଅଳିଆ ଠିକ ଭାବରେ ଘରୁ ବାହାର କରି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଇନ୍ଦୋରରେ ସବୁଦିନ ପାଖା ପାଖି ୧୯ ଟନ ଅଳିଆ ବାହାରିଥାଏ।
ଇନ୍ଦୋରନଗର ନିଗମ ପାଖରେ ୮୭୨ପାଖା ପାଖି ଅଳିଆ ଗାଡି ରହିଛି । ଯାହା ଘର ଘର ବୁଲି ଅଳିଆ ସଂଗ୍ରହ କରୁଛି। ଆପଣ ଶୁଣିଲେ ଆଚାର୍ଯ୍ୟ ହେବେ ଯେ, ଶୁଖିଲା ଅଳିଆ ଓ ଓଦା ଅଳିଆକୁ ଇନ୍ଦୋରରେ ରିସାଇକେଲିଂ କରାଯାଏ। ଓଦା ଅଳିଆକୁ ପ୍ରୋସେସ କରି ଇନ୍ଦୋରର ନଗର ନିଗମ ପ୍ରତିଦିନ ୧୨ ଲକ୍ଷ ଟଙ୍କା ସିଏନଜି ବିକ୍ରି କରିଥାଏ। ଏହାସହ ଦେଢ଼ ଲକ୍ଷ ଫର୍ଟିଲାଇଜର ବିକ୍ରି କରି ରୋଜଗାର କରିଥାଏ । ଯଦି ପୁରା ମାସ କଥା କହିବା ତେବେ ମାସକୁ ଇନ୍ଦୋର ସହର ଅଳିଆ ବିକ୍ରି କରି ୫ କୋଟି ଟଙ୍କା ଆୟ କରିଥାଏ।
ଇନ୍ଦୋରକୁ ସ୍ୱଚ୍ଛତାରେ ଏକ ନମ୍ବର କରିବାରେ ଅନେକ ନାୟକ ଅଛନ୍ତି
ପ୍ରଥମେତଃ ଇନ୍ଦୋରବାସୀ ନିଜେ ଏହି ପ୍ରୟାସ ଚଳାଇଥିଲେ। ଦ୍ଵିତୀୟତଃ ୧୧୦୦୦ ରୁ ଅଧିକ ସ୍ୱଚ୍ଛତା ମିତ୍ର ରାତି ଦିନ ଇନ୍ଦୋର ସହରରେ କାମ କରୁଥିବାର ଆପଣଙ୍କୁ ଦେଖିବାକୁ ମିଳିବ। ସ୍ୱଚ୍ଛତା ମିତ୍ରମାନେ ୨ ଟି ସିଫ୍ଟରେ କାମ କରିଥାନ୍ତି । ପ୍ରଥମ ସିଫ୍ଟ ସକାଳ ୬.୩୦ରେ ଆରମ୍ଭ ହେଉଥିବା ବେଳେ ଦ୍ଵିତୀୟ ସିଫ୍ଟ ରାତି ୧୦ରେ ଆରମ୍ଭ ହୁଏ ।
ଇନ୍ଦୋରକୁ ସଫା କରିବାରେ ଇନ୍ଦୋରର ରାଜନୈତିକ କର୍ମୀ ଓ ନେତାଙ୍କର ମଧ୍ୟ ହାଥ ରହିଛି
ଇନ୍ଦୋରରେ ସବୁବେଳେ ରାସ୍ତାକୁ ସଫେଇ ଗାଡି ସଫା କରେ । ତା’ ସହ ୪୦୦ ଲିଟର ପାଣିରେ ରାସ୍ତାକୁ ଧୁଆ ଯାଇଥାଏ । ବ୍ୟବହୃତ ୪୦୦ ଲିଟର ପାଣି ମଧ୍ୟ ରିସାଇକେଲ ପ୍ରୋସେସରୁ ତିଆରି ହୋଇଥାଏ । ପ୍ଲାଷ୍ଟିକ ବ୍ୟାନ ହେବା ପରେ ମଧ୍ୟ ଆମେ ପ୍ଲାଷ୍ଟିକ ବ୍ୟବହାର କରୁ କିନ୍ତୁ ଇନ୍ଦୋରରେ ଅନେକ ବର୍ଷରୁ ଲୋକ ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁନାହାଁନ୍ତି । ଝୋଟ ଓ କାଗଜ ବ୍ୟାଗ ବ୍ୟବହାର କରନ୍ତି।
ତେବେ ଆମକୁ ଇନ୍ଦୋର ନିହାତି ଭାବରେ ଏହା ଶିଖାଉଛି ଯେ, ସ୍ୱଚ୍ଛତା କେବଳ ଜଣଙ୍କ ଦ୍ୱାରା ସମ୍ଭବ ନୁହଁ । ଆମ ସମସ୍ତଙ୍କୁ ମିଳିମିଶି ସ୍ୱଚ୍ଛତା ଆଡ଼କୁ ପାଦ ବଢ଼ାଇବାକୁ ପଡ଼ିବ।
ALSO READ: https://purvapaksa.com/arpit-singh-gave-proof-of-humanity-mahakumbha-mela/