- ମ୍ୟାକ୍ସୱେଲଙ୍କ ଭବିଷ୍ୟବାଣୀ
ଭାରତର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ ଖୁବ କମ୍ ଦିନ ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟର ଭାବେ ଗଣାହେବେ । କ୍ୟାରିୟର ମଧ୍ୟରେ ସେ ଅନେକ ରେକର୍ଡ ଭଙ୍ଗ କରିବେ । ମୁଖ୍ୟତଃ ଟେଷ୍ଟ କ୍ରିକେଟରେ ସେ ଅତିକମ୍ରେ ୪୦ ଟି ଶତକ ଅର୍ଜନ କରିବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ ।
ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଜୈସ୍ୱାଲଙ୍କ ଶତକ ତାଙ୍କୁ ପ୍ରଭାବିତ କରିଥିବା ମ୍ୟକ୍ସୱେଲ୍ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଜୈସ୍ୱାଲଙ୍କ ୧୬୧ ରନ୍ର ମାରାଥନ ଇନିଂସ ବେଶ ଚମକପ୍ରଦ ରହିଥିଲା । ପ୍ରଥମ ଇନିଂସରେ ଜୈସ୍ୱାଲ ଖାତା ଖୋଲିପାରି ନଥିଲେ ହେଁ ଦ୍ୱିତୀୟ ଇନିଂସରେ ସାହସର ସହ ଅଷ୍ଟ୍ରେଲିଆ ବୋଲରଙ୍କୁ ସାମ୍ନା କରି ମ୍ୟାଚ୍ ବିଜୟୀ ଶତକ ଅର୍ଜନ କରିଥିଲେ। ଇତି ମଧ୍ୟରେ ସେ ୧୫ଟି ଟେଷ୍ଟ ଖେଳି ୪ଟି ଶତକ ଅର୍ଜନ କରିସାରିଛନ୍ତି । ଏଥିରେ ୨ଟି ଦ୍ୱିଶତକ ମଧ୍ୟ ରହିଛି । ୫୮.୦୭ ହାରରେ ସେ ୧୫୬୮ ରନ ସଂଗ୍ରହ କରିସାରିଛନ୍ତି। ଏଭଳି ବ୍ୟାଟିଂ ଜାରି ରଖିଲେ ସେ ସବୁ ରେକର୍ଡ ଭାଙ୍ଗିବେ । ଆଗକୁ ତାଙ୍କର ଲମ୍ବା କ୍ୟାରିୟର ପଡ଼ିଛି । ଅତିକମରେ ସେ ୪୦ଟି ଟେଷ୍ଟ ଶତକ ଅର୍ଜନ କରିବେ ବୋଲି ମ୍ୟାକ୍ସୱେଲ କହିଛନ୍ତି ।
previous article: https://purvapaksa.com/indias-head-coach-will-be-back-with-the-team-before-the-adelaide-test/

