ଖୁବ୍ଶୀଘ୍ର ଲଞ୍ଚ ହେବ ୨୫୦ ସିସି ଶକ୍ତିଶାଳୀ ଇଞ୍ଜିନ ବିଶିଷ୍ଟ ନୂଆ ୟମାହା ଆରଏକ୍ସ-୧୦୦
ଯେତେବେଳେ ବି ରୁଟରେ ଲୁକରେ ଶକ୍ତିଶାଳୀ ବାଇକ୍ କଥା ଆସେ, ସଙ୍ଗେ ସଙ୍ଗେ ବୁଲେଟ୍ ଓ ଜାୱା ବାଇକର ଚିତ୍ର ଆଖି ଆଗରେ ଖେଳିଯାଏ। କିନ୍ତୁ କିଛି ବର୍ଷ ତଳକୁ କିମ୍ବା ୯୦ ଦଶକକୁ ଟିକେ ଫେରି ଚାହାନ୍ତୁ, ବୁଲେଟ୍ କିମ୍ବା ଜାୱା ବାଇକ୍ ନୁହେଁ ବରଂ ୟମାହା ଆରଏକ୍ସ-୧୦୦ ବାଇକ୍ ଥିଲା ଯୁବ ପିଢ଼ିଙ୍କ ପ୍ରଥମ ପସନ୍ଦ।
ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ୟମାହା ଆରଏକ୍ସ-୧୦୦ର ନୂଆ ଅବତାରକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଛନ୍ତି। ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ଖୁବ ଶୀଘ୍ର ୟମାହା ଭାରତୀୟ ମାର୍କେଟରେ ନୂଆ ୟମାହା ଆରଏକ୍ସ-୧୦୦ ଲଞ୍ଚ କରିବାକୁ ଯାଉଛି। ନୂଆ ୟମାହା ଆରଏକ୍ସ-୧୦୦ର ଡିଜାଇନ୍ ପୂର୍ବ ଭଳି ରହିନପାରେ କିମ୍ବା ପୂର୍ବ ଭଳି କକୋଶ ଆୱାଜ କରିନପାରେ, ମାତ୍ର ଯୁବ ପିଢ଼ିଙ୍କ ମନ ଜିଣିବା ପାଇଁ ଯଥେଷ୍ଟ ସାବ୍ୟସ୍ତ ହେବ। କମ୍ପାନୀ ନୂଆ ଡିଜାଇନ୍ ଏବଂ ପାୱାରଫୁଲ୍ ୨୫୦ ସିସି ଇଞ୍ଜିନ୍ ସହିତ ଲଞ୍ଚ କରିବ।
ୟମାହା ଆରଏକ୍ସ-୧୦୦ ଇଞ୍ଜିନ ଓ ଫିଚର୍ସ
ୟମାହା ଖୁବଶୀଘ୍ର ଏକ ନୂଆ ଷ୍ଟାଇଲିସ୍ ଡିଜାଇନ୍ ଏବଂ ଶକ୍ତିଶାଳୀ ଇଞ୍ଜିନ୍ ସହିତ ନୂତନ ୟମାହା ଆରଏକ୍ସ-୧୦୦ ଲଞ୍ଚ କରିବ। ଏବେ ଯଦି ଆମେ ନୂଆ ୟମାହା ଆରଏକ୍ସ-୧୦୦ ଲଞ୍ଚ ତାରିଖ ବିଷୟରେ କହିବା, ତେବେ ଏହି ବାଇକର ଲଞ୍ଚ ତାରିଖ ବିଷୟରେ ବର୍ତ୍ତମାନ ୟମାହା ତରଫରୁ କୌଣସି ସୂଚନା ମିଳିନାହିଁ । ଯଦି କିଛି ଅଟୋମୋବାଇଲ ବିଶେଷଜ୍ଞଙ୍କ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ୨୦୨୫ ଶେଷ ସୁଦ୍ଧା ଏହି ବାଇକକୁ ବଜାରକୁ ଅଣାଯିବ ବୋଲି କୁଯାହାଇପାରେ।
ନୂଆ ୟମାହା ଆରଏକ୍ସ-୧୦୦ ମୂଲ୍ୟ ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ । କିନ୍ତୁ କିଛି ଅଟୋ ବିଶେଷଜ୍ଞଙ୍କ ମତରେ ଏହି ଶକ୍ତିଶାଳୀ ବାଇକକୁ ୨୦୨୫ ରେ ୧.୬୦ ଲକ୍ଷରୁ ୧.୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ୍ସ ସୋ’ରୁମ୍ ମୂଲ୍ୟରେ ଲଞ୍ଚ କରାଯାଇପାରେ।
ନୂଆ ୟମାହା ଆରଏକ୍ସ-୧୦୦ ଇଞ୍ଜିନ
ନୂଆ ୟମାହା ଆରଏକ୍ସ-୧୦୦ ବାଇକ୍ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ସୂଚନା ମିଳିନାହିଁ। ଯଦି ଆମେ ଏହି ଗାଡ଼ିର ଇଞ୍ଜିନ ବିଷୟରେ କହିବା ତେବେ ପୁରୁଣା ଆରଏକ୍ସ-୧୦୦ ବାଇକରେ ଆମକୁ କେବଳ ୧୦୦ ସିସି ଇଞ୍ଜିନ ଦେଖିବାକୁ ମିଳିଥିଲା । କିନ୍ତୁ ନୂଆ ବାଇକରେ ୨୫୦ ସିସିର ଏକ ଶକ୍ତିଶାଳୀ ଇଞ୍ଜିନ ମଧ୍ୟ ଦେଖିପାରିବା ଯାହାର ମାଇଲେଜ ୬୦ରୁ ୬୫ କିଲୋମିଟର ପ୍ରତି ଲିଟର ରହିବ।
ନୂଆ ୟମାହା ଆରଏକ୍ସ-୧୦୦ ଫିଚର
ନୂଆ ୟମାହା ଆରଏକ୍ସ-୧୦୦ ବାଇକର ଡିଜାଇନ ଏବଂ ପ୍ରଦର୍ଶନ ଉଭୟ ପୁରୁଣା ଆରଏକ୍ସ-୧୦୦ ତୁଳନାରେ ବହୁତ ଷ୍ଟାଇଲିସ୍ ଏବଂ ଶକ୍ତିଶାଳୀ ହେବାକୁ ଯାଉଛି । ନୂଆ ଆରଏକ୍ସ-୧୦୦ର ଏହି ବାଇକରେ ରେଟ୍ରୋ ଷ୍ଟାଇଲ କ୍ଲାସିକ୍ ଲୁକ୍ ସହ ଅନେକ ୱାର୍କ ଫିଚର ମଧ୍ୟ ଦେଖିବାକୁ ମିଳିବ । ଯଦି ଏହି ବାଇକ୍ ଲଞ୍ଚ ହୁଏ ତେବେ ଏହା ସିଧାସଳଖ ବୁଲେଟ୍ ସହ କଡ଼ା ଟକ୍କର ଦେବ।
ନୂଆ ୟମାହା ଆରଏକ୍ସ-୧୦୦ରେ ଏକ୍ସଟେଣ୍ଡେଡ୍ ଫୁଏଲ ଟ୍ୟାଙ୍କ, ଷ୍ଟାଇଲିସ୍ ଏଲଇଡି ହେଡ୍ ଲାଇଟ୍, ଏଲଇଡି ଟେଲଲାଇଟ, ସୁରକ୍ଷା ପାଇଁ ଡିସ୍କ ବ୍ରେକ୍, ଡୁଆଲ ଚ୍ୟାନେଲ ଏବିଏସ, ସିବିଏସ, ସେମି କିମ୍ବା ଡିଜିଟାଲ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ଟେଲିସ୍କୋପିକ ଫ୍ରଣ୍ଟ ଫୋର୍କ, ମୋନୋସକ୍ ସସପେନସନ ଇତ୍ୟାଦି ଅନେକ ଫିଚର ମିଳିବ।
previous article: https://purvapaksa.com/so-much-money-is-spent-on-weddings-the-hose-blew-the-wedding-budget-report/