Ayusman Bharat: ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ମିଳିବ। ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।
ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଇ-କେୱାଇସି ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ। ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି। ଫେବ୍ରୁଆରୀରୁ ଆୟୁଷ୍ମାନ ଲାଗୁ ହେଉଥିବାରୁ ଏହା ସରକାରଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା ଅନୁସାରେ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି। ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ମିଳିବ। ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।
ଆସନ୍ତା ଫେବ୍ରୁଆରୀରୁ ରାଜ୍ୟରେ ଆରମ୍ଭ ହେବ ସରକାରଙ୍କ ବହୁ ପ୍ରତୀକ୍ଷିତ ଫ୍ଲାଗ ସିପ୍ ସ୍କିମ- ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଉଭୟ ଯୋଜନାକୁ ମିଶାଇ ଗାଇଡଲାଇନ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରାଜ୍ୟର କୋଟିଏ ପରିବାରର ସାଢେ ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବ ଡବଲ୍ ଇଞ୍ଜିନ ସରକାରର ଏହି ବଡ଼ ଉପଲବ୍ଧି।
ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବି ହେବ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ। ଡବଲ ଇଞ୍ଜିନ ସରକାରର ଲାଭ ପାଇବେ ରାଜ୍ୟବାସୀ। ଏନେଇ ବିଭାଗୀୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେନ୍ଦ୍ରୀୟ ଟିମ୍ ମଧ୍ୟ ଏନେଇ ଓଡ଼ିଶା ଆସି ଅନୁଧ୍ୟାନ କରି ସାରିଛି। ତେଣୁ ଫେବ୍ରୁଆରୀରୁ ଏହି ଫ୍ଲାଗସିପ୍ ଯୋଜନା ଲାଗୁ କରିବାକୁ ମୋହନ ସରକାର ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି ନୂଆ ବର୍ଷରୁ ଏହି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବ। ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଯିବ। ସେଥିପାଇଁ ନିୟମାବଳି ବି ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ । ରାଜ୍ୟରେ ଏକ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଗୋଟିଏ କାର୍ଡ । ଆୟୁଷ୍ମାନ ଭାରତରୁ ଯେମିତି କେହି ବଞ୍ଚିତ ହେବେ ନାହିଁ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ।
ସରକାରକୁ ଆସିବାର ୧୦୦ ଦିନରେ ଆୟୁଷ୍ମାନ ଭାରତକୁ ଲାଗୁ କରିବା ନେଇ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏହା ସହ ଅକ୍ଟୋବର ୨୯ରେ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ୨.୦କୁ ମଧ୍ୟ ଦେଶବ୍ୟାପୀ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାର ଯଦିଓ ଏହି ଯୋଜନାକୁ ଗ୍ରହଣ କରିଛନ୍ତି କିନ୍ତୁ ତାହା ବି ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ୧୮ଟି ରାଜ୍ୟ ନିଜ ଯୋଜନା ସହ ଆୟୁଷ୍ମାନ ଭାରତକୁ ମିଶ୍ରଣକରି କାର୍ଯ୍ୟକ୍ଷମ କରୁଛନ୍ତି।
ସେହିଭଳି ୪ଟି ରାଜ୍ୟ କେନ୍ଦ୍ରୀୟ ଯୋଜନା ସହ ସମ୍ମିଶ୍ରଣ କରି ସାରିଲେଣି। କେବଳ ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଲାଗୁ ହୋଇସାରିଲାଣି। ତେଣୁ ଫେବ୍ରୁଆରୀରୁ ଆରମ୍ଭ ହେଲେ ଏହି ଯୋଜନାରେ ଚିକିତ୍ସିତ ହୋଇ ଆରୋଗ୍ୟ ହେବେ ବୋଲି ଅନେକ ଆଶାବାଦୀ।
Also readhttps://purvapaksa.com/modi-cabinet-new-year-gift-to-farmers-increased-additional-subsidy-on-dap/