ସମଗ୍ର ବିଶ୍ୱରେ ୨୬ ପ୍ରତିଶତ ଯକ୍ଷ୍ମାରେ ରୋଗୀ ଓ ୨୯ ପ୍ରତିଶତ ଯକ୍ଷ୍ମାରେ ମୃତ୍ୟୁ ଭାରତରେ ହୋଇଥାଏ। ଏହା ସତ୍ତ୍ୱେ ଅନେକ ରାଜ୍ୟରେ ଯକ୍ଷ୍ମା ଔଷଧର ଅଭାବ ଦେଖାଦେଇଛି। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ଏହା ମାଇକୋବ୍ୟାକ୍ଟେରିୟମ ଟ୍ୟୁବରକ୍ଲୋସିସ୍ ନାମକ ଜୀବାଣୁ ଦ୍ୱାରା ହୋଇଥାଏ । ଏହି ଜୀବାଣୁ ବାୟୁ ମାଧ୍ୟମରେ ବ୍ୟାପି ଫୁସଫୁସକୁ ସଂକ୍ରମିତ କରିଥାଏ । ଯକ୍ଷ୍ମା ଏକ ସଂକ୍ରାମକ ରୋଗ କିନ୍ତୁ ସହଜରେ ବ୍ୟାପିନଥାଏ । ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ସଂକ୍ରମିତଙ୍କ ଆଖପାଖରେ ରହିଥାଏ, ତେବେ ସେ ଏହି ରୋଗର ଶିକାର ହୋଇପାରେ ।
ଏହାର ବ୍ୟାକ୍ଟେରିଆ ସାଧାରଣତଃ ଫୁସଫୁସକୁ ପ୍ରଭାବିତ କରିଥାଏ । ତେବେ ବେଳେବେଳେ ମେରୁଦଣ୍ଡ, ମସ୍ତିଷ୍କ କିମ୍ବା କିଡନୀ ସମେତ ଅନ୍ୟ।ନ୍ୟ ଅଙ୍ଗ ମଧ୍ୟ ଏହାକୁ ପ୍ରଭାବିତ କରିଥାଏ । ଭାରତ ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି, କିନ୍ତୁ ଔଷଧର ଅଭାବ ବାଧକ ସାଜିଛି।
ଭାରତରେ ଯକ୍ଷ୍ମା କେବେ ଦୂର ହେବ?
ଗତ ମାସରେ ଡବ୍ଲ୍ୟୁଏଚଓ ରିପୋର୍ଟ କହିଥିଲା ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ଯକ୍ଷ୍ମା ମାମଲା ୧୮% ହ୍ରାସ ପାଇଛି, ଯାହା ବିଶ୍ୱରେ ସର୍ବାଧିକ। ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୪% ହ୍ରାସ ପାଇଛି, ଯାହା କି ବିଶ୍ୱର ହାରାହାରି ତୁଳନାରେ ୨୩% ଅଧିକ । ଭାରତ ସରକାର ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ସବୁଠାରୁ ବଡ ସମସ୍ୟା ଉପୁଜିଛି ।
କ’ଣ ରହିଛି ପୂରା ଘଟଣା?
ରିପୋର୍ଟ ଅନୁଯାୟୀ, ଭାରତର ଯକ୍ଷ୍ମା ଚିକିତ୍ସା କାର୍ଯ୍ୟକ୍ରମର ଦୁଇଟି ପର୍ଯ୍ୟାୟ ରହିଛି। ପ୍ରଥମ ଦୁଇ-ତିନି ମାସ ପାଇଁ ୪ଟି ଆଣ୍ଟିବାୟୋଟିକ୍ ବଟିକାର ମିଶ୍ରଣ ଦ୍ୱାରା ରୋଗୀ ସୁସ୍ଥ ହୋଇଥାଏ। ଦ୍ୱିତୀୟ ରୋଗୀଙ୍କୁ ୪ରୁ ୭ ମାସ ପାଇଁ ୩ଟି ଆଣ୍ଟିବାୟୋଟିକ୍ ଦିଆଯାଏ। ଏହାକୁ ଫିକ୍ସଡ ଡୋଜ କମ୍ବିନେସନ (ଏଫଡିସି) ଔଷଧ କୁହାଯାଏ । ୨୦୨୨, ୨୦୨୩ ଓ ୨୦୨୪ ପାଇଁ ଡାଟା ସେଣ୍ଟରରୁ ଏଫଡିସି ଔଷଧ ଯୋଗାଣ ହ୍ରାସ ପାଇଛି।
୨୦୨୩ ଓ ୨୦୨୨ ତୁଳନାରେ ପ୍ରଥମ ପର୍ଯ୍ୟାୟରେ ଔଷଧ ଯୋଗାଣରେ ୫୬.୫ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୩ ପ୍ରତିଶତ ହ୍ରାସ ଘଟିଛି। ଜୁନ୍ ମାସ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୩ର ପ୍ରଥମ ୬ ମାସ ତୁଳନାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୩.୦୪ ପ୍ରତିଶତ ଯୋଗାଣ ହ୍ରାସ ପାଇଛି।
ଯକ୍ଷ୍ମା ଔଷଧ ଯୋଗାଣରେ ଅଭାବ କାହିଁକି?
ବାସ୍ତବରେ ନୋଡାଲ କ୍ରୟ ଏଜେନ୍ସି ପ୍ରଶାସନିକ କାରଣରୁ ଏହି ଔଷଧ କିଣିବା ପାଇଁ ୨୬ଟି ଟେଣ୍ଡର ମଧ୍ୟରୁ ୯ଟିକୁ ବାତିଲ କରିଛି। ଏହାବ୍ୟତୀତ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଏବଂ ଭୁଲ ମୂଲ୍ୟ ନିର୍ଦ୍ଧାରଣ କରିବା ଅଭିଯୋଗରେ ୩ ଜଣ ଯୋଗାଣକାରୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି।
ଯକ୍ଷ୍ମା ନିରାକରଣ ପାଇଁ ମିଶନ ୨୦୨୫ କ’ଣ?
ମାର୍ଚ୍ଚ ୨୦୧୮ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଏଣ୍ଡ ଟିବି ଶିଖର ସମ୍ମିଳନୀ’ରେ ସରକାର ଏହି ରୋଗର ମୂଳୋତ୍ପାଟନ ପାଇଁ ୨୦୨୫ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଥିଲେ। ଡବ୍ଲୁଏଚ୍ଓର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୩ରେ ଭାରତରେ ୨୭ ଲକ୍ଷ ଯକ୍ଷ୍ମା ରୋଗୀ ଥିବା ଆକଳନ କରାଯାଇଛି, ଯେଉଁଥିରୁ ୨୫.୧ ଲକ୍ଷ ରୋଗୀ ଅର୍ଥାତ୍ ୮୫ ପ୍ରତିଶତ ଏହି ଔଷଧ ପାଉଥିଲେ। ଏହା ମଧ୍ୟ ଏକ ବଡ଼ ଉପଲବ୍ଧି। ଔଷଧ ଯୁକ୍ତ ଯକ୍ଷ୍ମା ଚିକିତ୍ସାରେ ମୁଖ୍ୟତଃ ନୂତନ ରୋଗୀଙ୍କ ପାଇଁ ୬ରୁ ୯ ମାସ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ଦିଆଯାଏ । ଏହାବ୍ୟତୀତ ଗୁରୁତର କ୍ଷେତ୍ରରେ ରିଫାମ୍ପିସିନ୍, ଆଇସୋନିଆଜିଡ୍, ପାଇରାଜିନାମାଇଡ୍ ଏବଂ ଏଥାମ୍ବୁଟୋଲ ପ୍ରତିଦିନ ଦିଆଯାଏ । ଏହି ବଟିକା ବୟସ, ସଂକ୍ରମଣ ସ୍ତର ଏବଂ ଚିକିତ୍ସା ଇତିହାସ ଉପରେ ଆଧାରିତ ହୋଇପାରେ । ସରକାରୀ ହସ୍ପିଟାଲରେ ମାଗଣାରେ ଚିକିତ୍ସା ହେଉଥିବା ବେଳେ ଘରୋଇ ହସ୍ପିଟାଲରେ ୬ ମାସ ପାଇଁ ପ୍ରାୟ ୧୦ ହଜାର ଟଙ୍କା ଓ ଔଷଧ ପାଇଁ ମାସିକ ୨୦ରୁ ୩୦ ହଜାର ଟଙ୍କା ଦେବାକୁ ପଡ଼ୁଛି।
ଯକ୍ଷ୍ମା ଔଷଧ କେଉଁଠୁ ଆସୁଛି?
ଯକ୍ଷ୍ମା ନିରାକରଣ ପାଇଁ ସରକାରଙ୍କ ମିଶନରେ ଯକ୍ଷ୍ମା ଔଷଧ କ୍ରୟ ଓ ଯୋଗାଣ ପାଇଁ କେନ୍ଦ୍ର ଦାୟୀ ଥିବା ବେଳେ ଅସ୍ଥାୟୀ ପଦକ୍ଷେପ ସ୍ୱରୂପ ଜରୁରୀକାଳୀନ ଔଷଧ କିଣିବା ପାଇଁ ରାଜ୍ୟମାନଙ୍କୁ ସୀମିତ ପାଣ୍ଠି ଦିଆଯାଉଛି। ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ୩ ମାସ ଏବଂ ବ୍ଲକସ୍ତରରେ ୨ ମାସ ପର୍ଯ୍ୟନ୍ତ ଏହାକୁ ଷ୍ଟକ୍ କରି ରଖାଯାଇଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ବଫର ଷ୍ଟକ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଯେଉଁମାନେ ନିର୍ଦ୍ଧାରିତ ଔଷଧରୁ ବଞ୍ଚିତ ହୁଅନ୍ତି ସେମାନେ ଔଷଧ ପ୍ରତିରୋଧୀ ଯକ୍ଷ୍ମାର ଆଶଙ୍କା ବଢ଼ାଇ ପାରନ୍ତି ।
କେଉଁ ରାଜ୍ୟରେ ସର୍ବାଧିକ ଯକ୍ଷ୍ମା ରୋଗୀ ଅଛନ୍ତି?
ରିପୋର୍ଟ ହୋଇଥିବା ଯକ୍ଷ୍ମା ଆକ୍ରାନ୍ତଙ୍କ ମଧ୍ୟରୁ ୟୁପି – ୬.୩ ଲକ୍ଷ, ମହାରାଷ୍ଟ୍ର – ୨.୨୭ ଲକ୍ଷ, ବିହାର – ୧.୮୬ ଲକ୍ଷ, ମଧ୍ୟପ୍ରଦେଶ – ୧.୮୪ ଲକ୍ଷ ଏବଂ ରାଜସ୍ଥାନ – ୧.୬୫ ଲକ୍ଷ । ସମଗ୍ର ବିଶ୍ୱରେ ୨୬ ପ୍ରତିଶତ ଯକ୍ଷ୍ମା ରୋଗୀ ଓ ୨୯ ପ୍ରତିଶତ ଯକ୍ଷ୍ମାମୃତ୍ୟୁ ଭାରତରେ ହେଉଛି। ଏହାସତ୍ତ୍ୱେ ଅନେକ ରାଜ୍ୟରେ ଯକ୍ଷ୍ମା ଔଷଧର ଅଭାବ ଦେଖାଦେଇଛି।
Also read https://purvapaksa.com/85-new-kendriya-vidyalayas-across-the-country/