Winter In Odisha: ଶୀତରେ ଥରିବ ନୂଆବର୍ଷ । ବଢ଼ିବ ଶୀତ ଓ ଖସିବ ପାରଦ ।
ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ପରେ ପାଗ ସଂପୂର୍ଣ୍ଣ ବଦଳି ଯାଇଛି । ଏହାସହ ରାଜ୍ୟରେ ଶୀତ ମଧ୍ୟ ବଢିଯାଇଛି। ତେବେ ଆସନ୍ତାକାଲି ସକାଳ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୬ ଜିଲ୍ଲା ହେଲା ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଂଜ ଓ ସମ୍ବଲପୁର।’

ଏହି ଜିଲ୍ଲା ଗୁଡ଼ିକରେ ଆଜି ଓ ଆସନ୍ତାକାଲି ସକାଳୁ ପ୍ରବଳ କୁହୁଡ଼ି ହେବା ସମ୍ଭାବନା ରହିଛି । ତେଣୁ ଯାତାୟାତ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାରଦ ଆହୁରି ଖସିବ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ନୂଆବର୍ଷରେ ରାଜ୍ୟକୁ ପୁଣି ଶୀତ ଫେରିବ।

କିନ୍ତୁ ଜାନୁଆରୀ ୫ ଯାଏ ସାରା ରାଜ୍ୟର ପାଗ ଶୁଖିଲା ରହିବ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ, ଗତ ୨୬ରେ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟର ଭୟ ଓଡିଶାକୁ ନାହିଁ। ସେହିପରି ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହେବ। ଏହି ଚାପର ପ୍ରଭାବ ମଧ୍ୟ ଓଡିଶାରେ ପଡିବ ନାହିଁ। ଗତ ୩ ଦିନ ଧରି ରାଜ୍ୟରେ ବର୍ଷା ହୋଇନି।
ଖାଲି ଯାହା, ଅଳ୍ପ ମାତ୍ରାରେ ଶୀତ ବଢିଛି। ସପ୍ତାହେ ଯାଏ ପାଗ ଖରାଟିଆ ଓ ଶୁଖିଲା ରହିବ। ଏବେ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ସର୍ବାଧିକ ଶୀତ ଅନୁଭୂତ ହେବ। ତାପରେ ଦକ୍ଷିଣ ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା କମିଯିବ।
ALSO READ: https://purvapaksa.com/farmers-have-till-january-1-to-report-crop-damage/

