RCB New Captain: ଆଇପିଏଲ୍ ୨୦୨୫ରେ ଆରସିବି ନୂଆ ଅଧିନାୟକଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ବିରାଟ କୋହଲି ପୁଣିଥରେ ବେଙ୍ଗାଲୁରୁର ଦାୟିତ୍ୱ ନେବେ ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୫) ର ୧୮ତମ ସଂସ୍କରଣ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏପରି କିଛି ଦଳ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଅଧିନାୟକଙ୍କ ନାମ ଚୂଡ଼ାନ୍ତ କରିନାହାନ୍ତି। ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟ ସାମିଲ ରହିଛି। ବିରାଟ କୋହଲି ପୁଣି ଥରେ ଆରସିବିର ଦାୟିତ୍ୱ ନେବେ ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି। ତେବେ ଇତି ମଧ୍ୟରେ ନୂଆ ଅଧିନାୟକଙ୍କୁ ନେଇ ସାମ୍ନାକୁ ଆସିଛି ।
ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ଆଇପିଏଲ୍ ୨୦୨୪ରେ ଆରସିବିର ଅଧିନାୟକ ଥିଲେ, କିନ୍ତୁ ଫ୍ରାଞ୍ଚାଇଜ୍ ଆଇପିଏଲ୍ ୨୦୨୫ ନିଲାମରେ ଏହି ଖେଳାଳିଙ୍କୁ କିଣିନଥିଲା। ଆରସିବି ଯେତେବେଳେ ପ୍ଲେସିସଙ୍କୁ ମୁକ୍ତ କଲା, ବିରାଟ ଅଧିନାୟକ ହେବାର ଖବର ଆସିବା ଆରମ୍ଭ ହେଲା । ତେବେ ଦଳରେ ଆଉ ଜଣେ ଯୁବ ଖେଳାଳି ଅଛନ୍ତି, ଯିଏ କି ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇପାରିବେ। ବିରାଟଙ୍କ ସହ ଆରସିବି ମଧ୍ୟ ଏହି ଖେଳାଳିଙ୍କୁ ସୁଯୋଗ ଦେଇଛି । ଏହି ଯୁବ ଖେଳାଳିଙ୍କ ନାମ ରଜତ ପଟିଦାର।
ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମଧ୍ୟପ୍ରଦେଶ ପକ୍ଷରୁ ରଜତ ପଟିଦାର ଚମତ୍କାର ଫର୍ମରେ ରହିଛନ୍ତି। ନିଜର ଶେଷ ୫ଟି ଇନିଂସରେ ପଟିଦାର ୭୮, ୬୨, ୬୮, ୪ ଓ ୩୬ ରନ୍ କରିଛନ୍ତି। ପଟିଦାର ନିଜର ଦମଦାର ଖେଳ ବଳରେ ଆରସିବିରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଜଣେ ମହାନ ବ୍ୟାଟ୍ସମ୍ୟାନ୍ ହେବା ସହ ସେ ଜଣେ ମହାନ ଅଧିନାୟକ ମଧ୍ୟ। ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ପ୍ରମାଣିତ କରିଛନ୍ତି।
ବିରାଟ କୋହଲିଙ୍କ ବିଷୟରେ କହିବାକୁ ଗଲେ ସେ ଦୀର୍ଘ ଦିନ ଧରି ଆରସିବିର ଅଧିନାୟକ ଥିଲେ । ତେବେ ୨୦୨୨ରେ ସେ ନିଜେ ଅଧିନାୟକ ପଦ ଛାଡ଼ିଥିଲେ। ଏହାପରେ ଆରସିବି ଫାଫ୍ ଡୁ ପ୍ଲେସିସଙ୍କୁ କମାଣ୍ଡ ହସ୍ତାନ୍ତର କରିଥିଲା। ତେବେ ନିଲାମ ପୂର୍ବରୁ ଖବର ଆସିଥିଲା ଯେ ଆରସିବି କେଏଲ୍ ରାହୁଲଙ୍କୁ କିଣି ତାଙ୍କୁ ଅଧିନାୟକ କରିବ, କିନ୍ତୁ ନିଲାମରେ ସେଭଳି କିଛି ହୋଇନଥିବା ବେଳେ କେଏଲ ରାହୁଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୪ କୋଟି ଟଙ୍କାରେ କିଣିଥିଲା।
ଆଇପିଏଲ୍ ୨୦୨୫ ପାଇଁ ଆରସିବି ଦଳ
ବିରାଟ କୋହଲି, ରଜତ ପଟିଦାର, ୟଶ ଦୟାଲ, ଲିୟମ୍ ଲିଭିଂଷ୍ଟୋନ୍, ଫିଲ୍ ସଲ୍ଟ, ଜିତେଶ ଶର୍ମା, ଜୋଶ ହେଜଲଉଡ୍, ରାଶିଖ ଦାର ସଲାମ୍, ସୁୟଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସ୍ୱପ୍ନିଲ ସିଂହ, ଟିମ୍ ଡେଭିଡ୍, ରୋମାରିଓ ସେଫର୍ଡ, ନୁଆନ୍ ତୁଷାର, ମନୋଜ ଭଣ୍ଡାଗେ, ଜାକବ ବେଥାଲ, ଦେବଦତ୍ତ ପଡିକ୍କଲ, ସ୍ୱସ୍ତିକ ଚିକାରା, ଲୁଙ୍ଗି ଏନଗିଡି, ଅଭିନନ୍ଦନ ସିଂହ, ମୋହିତ ରାଠୀ।