ରାଜ୍ୟରେ ପଟ୍ଟନାୟକ- ପାଣ୍ଡିଆନ୍ଙ୍କ କଥା କାହାକୁ ଅଛୁପା ନାହିଁ। ରାଜନୀତି ବିଷୟରେ ଅଜ୍ଞଥିବା କୌଣସି ବି ଓଡ଼ିଆ ଏ ଦୁଇ ନା ବାବଦରେ ପରିଚିତ ଥିବ ନିଶ୍ଚୟ। ଏହି ଯୋଡ଼ିର ପ୍ରଭାବ ଓଡ଼ିଶାର ଶାସନ ବ୍ୟବସ୍ଥାରେ ୨୦୧୪ ନିର୍ବାଚନ ପରେ ଆରମ୍ଭ ହୁଏ; କିନ୍ତୁ ୨୦୨୪ ନିର୍ବାଚନ ସମୟରେ ଏ ଯୋଡ଼ିର ପ୍ରଚାର ଏତେ ରହିଲା ଯେ ତାହା ଉଭୟଙ୍କ ପାଇଁ ବୁମେରାଂ ହୋଇଥିଲା। ନିର୍ବାଚନ ପରେ କେତେ ଯେ କ’ଣ ଘଟିଛି ତାହାର ପଟାନ୍ତର ନାହିଁ କିନ୍ତୁ ଯୋଡ଼ି ଭାଙ୍ଗି ନାହିଁ। ଆଜି ଲୋକ କହୁଛନ୍ତି ଇଏ ହିଁ ପ୍ରକୃତ ହିତାଧିକାରୀ କେବଳ ନବୀନ ବାବୁଙ୍କର ନୁହେଁ ବରଂ ପୂରା ପଟ୍ଟନାୟକ ପରିବାରର।
ପାଣ୍ଡିଆନ୍ ନବୀନଙ୍କ ଉତ୍ତାଧିକାରୀ ହେବେ କି ନା ସେ ବିଷୟରେ ଅନେକ ଚର୍ଚ୍ଚା ହୋଇଛି। ୨୦୨୪ ନିର୍ବାଚନ କାଳରେ ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଏତେ ଆକ୍ରାନ୍ତ କରିଥିଲା ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଘଡ଼ି ଶୂନ୍ୟ ଆଡ଼କୁ ଗତି କରିଥିଲା। ଡାମେଜ୍ କରେକ୍ସନ କରିବାକୁ ଯାଇ ନବୀନ ରାତି ଅଧିଆ ଦୁଇ ନ୍ୟୁଜ୍ ଏଜେନ୍ସିରେ ଭିଡିଓ ବାଇଟ ଦେଲେ। କହିଲେ ମୋର ଉତ୍ତରାଧିକାରୀ ସ୍ଥିର ହୋଇ ନାହାନ୍ତି। ନବୀନ ଭାବିଥିଲେ ଏହାଦ୍ୱାରା ଲୋକଙ୍କ ଆସ୍ଥାକୁ ୟୁ ଟର୍ଣ୍ଣ ଦେବେ। ସେ ହିଁ ମୁଖ୍ୟମନ୍ତ୍ରୀ ଓ ଏହାକୁ ସାଧାରଣ ଭୋଟର ଜାଣିବା ଦରକାର ବୋଲି ସେ ଚିନ୍ତା କରିଥିଲେ। ହେଲେ ପାଣ୍ଡିଆନ୍ଙ୍କ ଭାବଭାବ କିନ୍ତୁ ଲୋକଙ୍କୁ ନବୀନଙ୍କ ଏହି ସ୍ୱଳ୍ପ କଥାର ଯାଦୁରେ ବାନ୍ଧି ପାରିନଥିଲା। ଫଳରେ ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କଲେ। ଆଉ ବିଜୟ ମୁକୁଟ ପିନ୍ଧିଲା ବିଜେପି।
ଆଜି ନିର୍ବାଚନ ନଥିଲେ ବି ପାଣ୍ଡିଆନ୍ଙ୍କୁ ନେଇ ହଟ ଚମଟ ଶେଷ ହୋଇ ନାହିଁ। ନବୀନ ନିବାସରେ ପାଣ୍ଡିଆନ୍ ହିଁ ସବୁକିଛି କରୁଛନ୍ତ ବୋଲି ସ୍ପଷ୍ଟ ହୋଇଛି। ଯେଉଁ ନାରେଟିଭ୍ ସବୁ ବିଜେଡି ପ୍ରସାର କରୁଛି ସେହ ସବୁଥିରେ ପାଣ୍ଡିଆନ୍ଙ୍କ ଅନୁମୋଦନ ରହିଛି ବୋଲି କୁହାଯାଉଛି। କିନ୍ତୁ ପାଣ୍ଡିଆନ୍ ପର୍ଦ୍ଦା ଉପରକୁ ନ ଆସି ଏହା କହିବାକୁ ସ୍ପଷ୍ଟ କରୁଛନ୍ତି ଯେ, ଆଉ ରାଜନୀତିରେ ନାହାନ୍ତି। ହେଲେ ନବୀନଙ୍କ ଶରୀର ଅସୁସ୍ଥ ହେବା ଏବଂ ସେ ମୁମ୍ବାଇରେ ଚିକିତ୍ସିତ ହେବା ଘଟଣା ଓ ଏହାର ପରବର୍ତ୍ତୀ ସମୟ ଏହାକୁ ପୁଣିଥରେ ସ୍ପଷ୍ଟ କରୁଛି ଯେ କେବଳ ନବୀନ ନୁହେଁ ନବୀନଙ୍କ ବଡ଼ଭାଇ ବି ପାଣ୍ଡିଆନ୍ଙ୍କ ଚାତୁରୀରେ ସ୍ତବ୍ଧ।
ନବୀନଙ୍କ ବଡ଼ଭାଇଙ୍କୁ ଓଡ଼ିଶାରେ ଖୁବ୍ କମ୍ ଲୋକ ଜାଣିଥିବେ। ସେ ଜଣେ ବ୍ୟବସାୟୀ। ତାଙ୍କ ପୁଅ ଅରୁଣ ବି ଜଣେ ବ୍ୟବସାୟୀ। ଏବେ ସେ ଇଣ୍ଡୋନେସିଆରେ ବ୍ୟବସାୟ କରୁଛନ୍ତି। କିଛିଦିନ ତଳେ ଅରୁଣ ଓଡ଼ିଶା ରାଜନୀତିକୁ ଆସିବେ ଏବଂ ଉତ୍ତରାଧିକାରୀ ସାଜିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବାସ୍ତବରେ ନା ଅରୁଣ ନା ପ୍ରେମ୍ କେହି କେବେ ମିଡିଆ ଆଗରେ ଓଡ଼ିଶା ବିଷୟ କହି ନାହାନ୍ତି। କିନ୍ତୁ ଗତକାଲି ପ୍ରେମ୍ ପଟ୍ଟନାୟକଙ୍କ ଏକ ସଂକ୍ଷିପ୍ତ କଥା ସୋଶାଲ ମିଡିଆରେ ନିଆଁ ଭଳି ବ୍ୟାପିଥିଲା। ଆଜି ଏହାର ଅନୁଶୀଳନ ପରେ ଅନେକ କହିଛନ୍ତି ଏହା ହେଉଛି ପାଣ୍ଡିଆନ୍ଙ୍କ ସ୍କ୍ରିପ୍ଟ। ପୂର୍ବରୁ ନବୀନ ଯେତେବେଳେ ଯୁଆଡ଼େ ଯାଉଥିଲେ ପାଣ୍ଡିଆନ୍ ତାଙ୍କ ଗସ୍ତକାଳର କିଛି ଭିଡିଓକୁ ଇନ୍ଷ୍ଟାରେ ପକାଇବା ଅଭ୍ୟାସ କରିଥିଲେ। ଆଜି କିନ୍ତୁ ସେ ଆଉ ପର୍ଦ୍ଦା ଉପରକୁ ଆସିବାକୁ ଡରୁଛନ୍ତି। ଏଣୁ ପ୍ରେମ୍ଙ୍କୁ ଏଥିପାଇଁ: ଡାକିଛନ୍ତି। ତେବେ କାହିଁକି?
ପ୍ରେମ୍ ପଟ୍ଟନାୟକ ଓଡ଼ିଶା ରାଜନୀତି ପ୍ରତି କେବେ ଆକୃଷ୍ଟ ହୋଇ ନାହାନ୍ତି। ନବୀନଙ୍କ ଶାସନରେ କେବେ ହସ୍ତକ୍ଷେପ କରି ନାହାନ୍ତି; ଏପରିକି ଓଡ଼ିଶା ଆସିବା ମଧ୍ୟ ଅନେକଙ୍କ ମନେ ନ ଥିବ। ପୂର୍ବରୁ ପାଣ୍ଡିଆନ୍ ନବୀନଙ୍କ କୌଣସି ଦ୍ୱନ୍ଦ୍ୱ ସ୍ପଷ୍ଟ କରିବା ଲାଗି ଗୀତା ମେହେଟ୍ଟାଙ୍କ ପରାମର୍ଶ ନେଉଥିଲେ। ଏବେ ଗୀତା ଆରପାରିକୁ ଯିବା ପରେ ପାଣ୍ଡିଆନ୍ ପ୍ରେମ୍ଙ୍କୁ ନିଜର ଉପଦେଷ୍ଟା କରିଥାଇ ପାରନ୍ତି। ପ୍ରେମ୍ଙ୍କ ବିଶ୍ୱାସ ଜିତିବାକୁ ଚାହୁଁଥାଇ ପାରନ୍ତି। ପ୍ରେମ୍ ବି ପାଣ୍ଡିଆନ୍ଙ୍କୁ ଆପଣାଇ ସାରିଛନ୍ତି। ଜଣାପଡ଼ୁଛି ଯେମିତି ପାଣ୍ଡିଆନ୍ ଆଉ ନବୀନଙ୍କ ପାଖରେ ସୀମିତ ନାହାନ୍ତି ଏବେ ପଟ୍ଟନାୟକ ପରିବାରର ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ଆପଣ କ’ଣ ଭାବୁଛନ୍ତି?
Also read https://purvapaksa.com/bjp-is-promoting-anti-odia-activities-in-o-hab/
BJP is promoting anti-Odia activities in O-Hab ।। ଓ-ହବରେ ଓଡ଼ିଆ ବିରୋଧି କାମ; ପ୍ରୋତ୍ସାହିତ କରୁଛି ବିଜେପି
BJD
