ତିନିଟି ଜୀବନ ଚାଲିଯିବା ପରେ ସରକାର ଏବଂ ଭାରତୀୟ ଜନତାପାର୍ଟିର ବିରାଟ କ୍ଷତି ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗନ୍ନାଥ ଭକ୍ତଙ୍କ ପାଖରେ ଅବହେଳା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। କିନ୍ତୁ ଜାତିର ଦେବତା ଜଗନ୍ନାଥ ଏବଂ ବଡ଼ଭାଇ ବଳଭଦ୍ରଙ୍କ ପାଖରେ କ୍ଷମା ମାଗିବାକୁ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଏତେ ଅମଙ୍ଗ କାହିଁକି? ଜଗନ୍ନାଥଙ୍କ ପାଖରେ କ୍ଷମା ମାଗି କେହି କେବେ ଛୋଟ ହୋଇଯାଆନ୍ତି ନାହିଁ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ପ୍ରଥମ କ୍ୟାବିନେଟ୍ ବୈଠକ ସାରିବା ପରେ ଜଗନ୍ନାଥ ଦର୍ଶନ ନିମନ୍ତେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କୁ ଧରି ପ୍ରଥମେ ପୁରୀ ଯାଇଥିଲେ। ଚାରି ଦ୍ଵାର ସେହିଦିନ ଖୋଲା ଯାଇଥିଲା। କିନ୍ତୁ ଗତ କିଛିଦିନ ହେଲା ଜଗନ୍ନାଥଙ୍କୁ କେନ୍ଦ୍ର କରି କିଛି ଅଘଟଣ ଘଟିବା ପରେ ସୁରୁଖୁରୁରେ ରଥଯାତ୍ରା ଯେଭଳି ସରିବ ସେଥିପାଇଁ ସରକାର ଜଗନ୍ନାଥଙ୍କ ପାଖରେ ଶରଣ ପଶିବା ଉଚିତ ଥିଲା। ଯଦି ସରକାରଙ୍କର ବିଶ୍ୱାସ ଯେ, ତାଙ୍କ ବିନା କିଛି ଚାଲିବ ନାହିଁ, ତେବେ ତ୍ରୁଟିଶୂନ୍ୟ ରଥଯାତ୍ରା କରି ଇତିହାସ ରଚିବୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ବୋଧହୁଏ ଜଗନ୍ନାଥ ପସନ୍ଦ କରିନାହାଁନ୍ତି ।
କେଉଁ ବଡ଼ ଭକ୍ତଙ୍କୁ ଅପେକ୍ଷା କରି ରଥ ଟଣାକୁ ବିଳମ୍ବ କଲେ ଶ୍ରୀମନ୍ଦିର ପ୍ରଶାସନ ତାହା ଜଗନ୍ନାଥ ଜାଣିଥିବେ। କିନ୍ତୁ ବିଜୟ ମହାପାତ୍ର ହୁଅନ୍ତୁ କି ପିକୁ ପଟନାୟକ ସମସ୍ତେ ଜଗନ୍ନାଥଙ୍କୁ କ୍ଷମା ମାଗିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଅହମିକା କାରଣରୁ ଏହା ଗ୍ରହଣ କରିବାକୁ ଆଇନମନ୍ତ୍ରୀ ବୋଧହୁଏ ଚାହିଁନାହାନ୍ତି। ରବିବାର ଭୋରୁ ବଡ଼ ଅଭାବନୀୟ ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗିଛନ୍ତି । କିନ୍ତୁ ଅସଲରେ ତ ସବୁ କିଛି ଜଗନ୍ନାଥଙ୍କ ରୋଷର ଫଳ। ତେଣୁ ଗର୍ବ ଛାଡ଼ି କ୍ଷମାନିଧିଙ୍କ ପାଖରେ କମିଟିର ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ କ୍ଷମା ମାଗିଦେଲେ ସେମାନେ କଦାପି ଛୋଟ ହୋଇଯିବେ ନାହିଁ ।
Also read https://purvapaksa.com/the-iran-israel-war-and-trumps-broken-dreams/
The Iran-Israel War and Trump’s Broken Dreams ।। ଇରାନ – ଇସ୍ରାଏଲ ଯୁଦ୍ଧ ଆଉ ଟ୍ରମ୍ପଙ୍କ ଭଙ୍ଗା ସ୍ଵପ୍ନ
