ବର୍ତ୍ତମାନ ରାଜ୍ୟ ରାଜନୀତିର ସବୁଠୁ ବଡ଼ ପ୍ରଶ୍ନ; ବିଧାନସଭାରେ ପାଣ୍ଡିଆନ ଗୋଷ୍ଠୀ ବିଧାୟକମାନେ ଏବେ ନୀରବ କାହିଁକି । ଏମିତି ନୁହେଁ କି ଖାଲି ପାଣ୍ଡିଆନଙ୍କ ଗୋଷ୍ଠୀ ନୀରବ; ବିଜେଡି ବି ନୀରବ। ବିରୋଧ ହେଉଛି; ପ୍ରଶ୍ନବାଣରେ ସରକାରୀ ଦଳକୁ ଘାଇଲା କରାଯାଉଛି। କିନ୍ତୁ କୌଣସି ସେମିତି ଆଖି ଦୃଶିଆ ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ ହେଉନି । ରାଜରାସ୍ତାରେ ସେ ଗର୍ଜ୍ଜନ ଶୁଭୁନି । ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଭାବରେ ବିଜେଡିର କିଛି ହାତ ଗଣତି ବରିଷ୍ଠ ନେତାମାନେ ଯାହା ଟିକେ ପାଟି ଖୋଲୁଛନ୍ତି; ସେପୁଣି ସରକାରୀ ଦଳକୁ ସୁହାଇଲା ପରି । ଆମେ ଜାଣିଛେ କି ଯେଉଁମାନେ ପାଟି ଖୋଲିବା କଥା ବା ଜୋରଦାର ବିରୋଧ ପ୍ରଦର୍ଶନ କରିବା କଥା ସେମାନେ ଅସନ୍ତୁଷ୍ଟ କାରଣରୁ ତୁଣ୍ଡରେ ତୁଣ୍ଡି ବାନ୍ଧି ଦେଇଛନ୍ତି । କିନ୍ତୁ ଦଳକୁ ପରଦା ପଛରେ କଣ୍ଟ୍ରୋଲ କରୁଥିବା ବା ଆପଣ କହିପାରନ୍ତି ବିଜେଡିର ଛାୟା ସୁପ୍ରିମୋ ଭିକେ ପାଣ୍ଡିଆନଙ୍କ ଗୋଷ୍ଠୀର ବିଧାୟକମାନେ ବି ନୀରବ।

ସେମାନଙ୍କର କ’ଣ ଦମ ନାହିଁ ଯେ ସେମାନେ ଖୁଲମଖୁଲା ସରକାରଙ୍କୁ ବିରୋଧ କରିପାରିବେ? ଏମତି ନୁହେଁ ରାଜରାସ୍ତାରେ ସରକାରଙ୍କୁ ଘେରିବା ପାଇଁ ପ୍ରସଙ୍ଗ ନାହିଁ । ଗଣ୍ଡା ଗଣ୍ଡା ପ୍ରସଙ୍ଗ ଅଛି କିନ୍ତୁ ଏମାନଙ୍କର ମୁହଁ ଖୋଲିବାକୁ ସାହାସ ନାହିଁ । କଂଗ୍ରେସର ବି ସମାନ ଅବସ୍ଥା । କଂଗ୍ରେସ ଉପରେ ଆମେ ଆଉ ଏକ ଭିଡିଓରେ ଆସିବା। ଏବେ କିନ୍ତୁ ଆଜି ଆଲୋଚନା କରିବା ପାଣ୍ଡିଆନଙ୍କ କ୍ୟାମ୍ପର ବିଧାୟକମାନେ ଚୁପ କାହିଁକି ?
ପାଣ୍ଡିଆନଙ୍କ କ୍ୟାମ୍ପରେ କେଉଁମାନେ ଅଛନ୍ତି ତାହା ଆପଣ ଭଲ ଭାବରେ ଜାଣିଛନ୍ତି। ସେମାନଙ୍କ ଭିତରେ କିଛି ଜଣ ହେଲେ ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଦିବ୍ୟଶଙ୍କର ମିଶ୍ର, ସଞ୍ଜିବ ମଲ୍ଲିକ, ଅରବିନ୍ଦ ମହାପାତ୍ର, ରୂପେଶ ପାଣିଗ୍ରାହୀ, ଶାରଦା ଜେନା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଶାରଦା ନାୟକ, ବୌମ୍ୟକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ବର୍ଷା ସିଂ ବରିହା, ସୁନିଲ ମହାନ୍ତି, ଏମିତି ଗଣିଲେ ଆହୁରି ଗଣ୍ଡା ଗଣ୍ଡା ବିଜେଡିର ବିଧାୟକ ଅଛନ୍ତି ଯେଉଁମାନେ ପାଣ୍ଡିଆନଙ୍କ କ୍ୟାମ୍ପରୁ ଆସନ୍ତି ବୋଲି ଚର୍ଚ୍ଚା ହୁଏ । ସେମାନଙ୍କ ମଧ୍ୟରୁ ଅନେକ ବିଜେଡିର କୋର କମିଟିରେ ସାମିଲ ଅଛନ୍ତି । ସେମାନେ ସବୁ ବିଧାନସଭାରେ ବିରୋଧି ଦଳର ଉପସ୍ଥିତି ଜାହିର କରିବାରେ ଫେଲ ମାରୁଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ହେଉଛି ।

ଖାଲି ସେତିକି ନୁହେଁ ବିଜେଡିର ପାଣ୍ଡିଆନ କ୍ୟାମ୍ପର ଅନେକ ବରିଷ୍ଠ, ଯୁବ ନେତା ଯେଉଁମାନେ ଗତ ନିର୍ବାଚନରେ ହାରି ଯାଇଥିଲେ ସେମାନେ ବିଧାନସଭା ବାହାରେ ଆନ୍ଦୋଳନ ବିକ୍ଷୋଭ କରିବାରେ ଫେଲ ମାରିଛନ୍ତି । ବିଧାନସଭା ଭିତରେ ନୀରବତା ଅଛି ତ ଅଛି ବିଧାନସଭା ବାହାରେ ବି ନୀରବତା ବଜାୟ ରହିଛି । ଯାହା ପରୋକ୍ଷରେ ସୁଚାଉଛି ରାଜ୍ୟରେ ବିଜେପି ସରକାର ସବୁ କିଛି ଠିକ କରୁଛନ୍ତି । ଏମିତି ଲାଗୁଛି କି ବିଜେଡି ପାଖରେ ଯେମିତି କିଛି ପ୍ରସଙ୍ଗ ନାହିଁ । ରାଜ୍ୟର ପ୍ରମୁଖ ବିରୋଧି ଦଳ ଭାବରେ ଯଦି ବିଜେଡି ଶାସକ ଦଳ ସହିତ ଏମିତି ସଲାସୁତୁରା କରି ରହିବ ତେବେ ଆଗାମୀ ଦିନରେ ରାଜ୍ୟ ପାଇଁ ନିହାତି ବିପଦ ଭଳି ଲାଗୁଛି ।
ଏତିକିରେ କଥା ସରୁନି, କୁହାଯାଉଛି କି କାଳେ ଚଳିତ ବିଧାନସଭା ଅଧିବେଶନରେ ସରକାରଙ୍କୁ ଅକଳରେ ନ ପକାଇବା ପାଇଁ ଉପରମୁଣ୍ଡରୁ ଡିଲ ହୋଇଛି । ଏ କଥା କେତେ ସତ କେତେ ମିଛ ତା ହୁଏତ ଆମେ ଜାଣିନୁ । କିନ୍ତୁ ରାଜନେତିକ ମହଲରେ ଏମିତି କିଛି ଆଲୋଚନା ବେଶ ଜୋର ଧରିଛି । ଯେଉଁଥିପାଇଁ ବିଜେଡିର ବରିଷ୍ଠ ନେତାମାନେ ବିରୋଧ କରିବା ପାଇଁ ଚାହିଁଲେ ବି ବିରୋଧ କରିପାରୁନାହାନ୍ତି । ତେବେ ସମୟ କହିବ ଆଗକୁ ବିଜେଡି ବିରୋଧ କରିବ ନା ଏହିଭଳି ସଲାସୁତୁରା ଭିତରେ ଏ ବିଧାନସଭାର ସମୟ ସୀମା ସରିବ ତାକୁ ହିଁ ଅପେକ୍ଷା ।
AlsoRead; https://purvapaksa.com/bjp-secures-pandians-5-security/
ପାଣ୍ଡିଆନଙ୍କ ୫ଟି ସୁରକ୍ଷାରେ ବିଜେପି || BJP secures Pandian’s 5T security

