ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଦେଶବାସୀ ସ୍ୱାଧୀନତାର ଉତ୍ସବରେ ମଗ୍ନ ହୋଇ ରହିଥାନ୍ତି। ଗୋଆ ପାଇଁ ମଧ୍ୟ ଏହା ଉତ୍ସାହର ଦିନ, କିନ୍ତୁ ଏହି ରାଜ୍ୟକୁ ଏହି ଦିନ ସ୍ୱାଧୀନତା ମିଳି ନଥିଲା। ଗୋଆ ଭାରତର ଏକମାତ୍ର ରାଜ୍ୟ,ଯାହା ବର୍ଷକୁ ଦୁଇଥର ସ୍ୱାଧିନତା ଦିବସ ପାଳନ କରେ । ଏହା ପଛରେ ଗୋଟିଏ ଐତିହାସିକ କାରଣ ରହିଛି। ଭାରତୀୟମାନେ ଇଂରେଜମାନଙ୍କର ଦେଶ ଛାଡ଼ିବା ଓ ସ୍ୱାଧୀନତା ପ୍ରାପ୍ତିର ଉତ୍ସବକୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି, କିନ୍ତୁ ଗୋଆରେ ୧୫୧୦ ମସିହାରୁ ପର୍ତ୍ତୁଗୀଜ ଉପନିବେଶ ଥିଲା। ଇଂରେଜମାନେ ଭାରତରେ ପାଦ ଦେବା ଓ ଦେଶ ଛାଡ଼ି ଚାଲିଯିବା ପରେ ମଧ୍ୟ ଏଠାରେ ପର୍ତ୍ତୁଗୀଜମାନଙ୍କର ଶାସନ ଥିଲା। ଭାରତକୁ ସ୍ୱାଧୀନତା ମିଳିବା ପରେ ମଧ୍ୟ ପର୍ତ୍ତୁଗୀଜମାନେ କ୍ଷମତା ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ।ଏହି କାରଣରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ମଧ୍ୟରାତ୍ରିରେ, ଗୋଆକୁ ଛାଡ଼ି ହିନ୍ଦୁସ୍ତାନର ଅନ୍ୟ ସମସ୍ତ ଅଞ୍ଚଳ ଇଂରେଜମାନଙ୍କଠାରୁ ସ୍ୱାଧୀନତା ପାଇଥିଲା। ଏବେ ଜାଣିବା ଗୋଆକୁ କେବେ ଓ କିପରି ସ୍ୱାଧୀନତା ମିଳିଲା।

ଗୋଆକୁ ସ୍ୱାଧୀନତା ମିଳିବାରେ ୧୪ ବର୍ଷ କାହିଁକି ଲାଗିଲା?
୧୯୬୧ ମସିହା ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଗୋଆ ଔପନିବେଶିକ ଶାସନ ଅଧୀନରେ ରହିଥିଲା। ଅର୍ଥାତ୍ ଭାରତକୁ ଇଂରେଜମାନଙ୍କଠାରୁ ସ୍ୱାଧୀନତା ମିଳିବାର ୧୪ ବର୍ଷ ପରେ ଏହା ସ୍ୱାଧୀନ ହେଲା। ଗୋଆ ୧୫୧୦ ମସିହାରୁ ପର୍ତ୍ତୁଗୀଜ ଉପନିବେଶ ଥିଲା। ୧୬୦୦ ମସିହାରେ ଇଂରେଜମାନେ ଭାରତରେ ପାଦ ଦେବାରୁ ବହୁ ପୂର୍ବରୁ। ଇଂରେଜମାନେ ଚାଲିଯିବା ଓ ଭାରତ ଏକ ସାର୍ବଭୌମ ରାଷ୍ଟ୍ର ହେବାର ବହୁତ ପରେ ମଧ୍ୟ ପର୍ତ୍ତୁଗୀଜମାନେ ଏହାର କ୍ଷମତା ହସ୍ତାନ୍ତର କରିବାକୁ ମନା କରିଥିଲେ ।
ଉନବିଂଶ ଶତାବ୍ଦୀରେ ବିଦ୍ରୋହ ଓ ବିପ୍ଳବର ସ୍ୱର ତୀବ୍ର ହେଉଥିଲା। କିନ୍ତୁ ଗୋଆ ମୁକ୍ତି ଆନ୍ଦୋଳନ ରାଜ୍ୟରୁ ୟୁରୋପୀୟ ଶକ୍ତିଙ୍କୁ ବାହାର କରିବା ପାଇଁ ସେହିପରି ଏକଜୁଟ ହୋଇ ପାରୁ ନଥିଲା, ଯେପରି ସାରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଅନେକ ଅସଫଳ ବାର୍ତ୍ତା ପରେ ଭାରତ ନିଷ୍ପତ୍ତି ନେଲା ଯେ ଗୋଆକୁ ଦେଶର ଅନ୍ୟ ଅଞ୍ଚଳ ସହିତ ଯୋଡ଼ିବା ଓ ଏଠାରେ ଦଶନ୍ଧି ଧରି ଚାଲିଆସୁଥିବା ପର୍ତ୍ତୁଗୀଜ ଶାସନକୁ ଶେଷ କରାଯିବ।
ଏଠାରେ ପର୍ତ୍ତୁଗୀଜ ଶାସନକୁ ଶେଷ କରିବା ପାଇଁ ସାମରିକ ହସ୍ତକ୍ଷେପ ଅତ୍ୟନ୍ତ ଆବଶ୍ୟକ ବୋଲି ନିଷ୍ପତ୍ତି ହେଲା। ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଭାରତୀୟ ସେନା, ନୌସେନା ଓ ବାୟୁସେନା ମିଳିତ ଭାବେ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ କଲେ। ଏହାକୁ ‘ଅପରେସନ ବିଜୟ’ କୁହାଗଲା।
ସମ୍ପୂର୍ଣ୍ଣ ଅପରେସନ ସମୟରେ ଗୋଆରେ ମାତ୍ର ୩,୩୦୦ ପର୍ତ୍ତୁଗୀଜ ସୈନ୍ୟ ଥିଲେ। ପର୍ତ୍ତୁଗୀଜମାନଙ୍କୁ ଭାରତ ଆଗରେ ନତମସ୍ତକ ହେବାକୁ ପଡ଼ିଲା ଏବଂ ଅପଦସ୍ଥ ଗଭର୍ଣ୍ଣର ଜେନେରାଲ ମାନୁଏଲ ଆନ୍ତୋନିଓ ଭାସାଲୋ-ଏ ସିଲଭା ଆତ୍ମସମର୍ପଣ କଲେ। ୧୮ ଡିସେମ୍ବର ସନ୍ଧ୍ୟା ୬ଟାରେ ସଚିବାଳୟ ଆଗରେ ଲାଗିଥିବା ପର୍ତ୍ତୁଗୀଜ ପତାକାକୁ ହଟାଇ ଆତ୍ମସମର୍ପଣର ସଙ୍କେତ ଦେବା ପାଇଁ ଏକ ଧଳା ପତାକା ଉତ୍ତୋଳନ କରାଗଲା।
ଭାରତୀୟ ତିରଙ୍ଗା କେବେ ଉତ୍ତୋଳନ ହେଲା?
୧୯ ଡିସେମ୍ବର ସକାଳେ, ମେଜର ଜେନେରାଲ କାଣ୍ଡେଥ ସଚିବାଳୟ ଆଗରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କଲେ। ଏହି ଅପରେସନରେ ଭାରତର ସାତ ଯୁବ ବୀର ନୌସୈନିକ ଓ ଅନ୍ୟ କର୍ମଚାରୀ ସହିଦ ହୋଇଥିଲେ। ଏହି ଦିନଟିକୁ ଗୋଆ ମୁକ୍ତି ଦିବସ ରୂପେ ପାଳନ କରାଯାଏ।

ଭାରତୀୟ ନୌସେନାର ଆଧିକାରିକ ଓୱେବସାଇଟ ଅନୁଯାୟୀ, “ଭାରତୀୟ ନୌସେନାର ଜାହାଜ ଗୋମାନ୍ତକରେ ଯୁଦ୍ଧ ସ୍ମାରକୀ ନିର୍ମାଣ ସାତ ଯୁବ ବୀର ନାବିକ ଓ ଅନ୍ୟ କର୍ମଚାରୀଙ୍କ ସ୍ମୃତିରେ କରାଯାଇଛି, ଯେଉଁମାନେ ୧୯୬୧ ମସିହା ଡିସେମ୍ବର ୧୯ ତାରିଖରେ ଭାରତୀୟ ନୌସେନାର ‘ଅପରେସନ ବିଜୟ’ରେ ନିଜ ଜୀବନ ବଳିଦାନ ଦେଇଥିଲେ।” ୧୯ ଡିସେମ୍ବର ବା ଗୋଆ ମୁକ୍ତି ଦିବସ ଗୋଆ ରାଜ୍ୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବହୁତ ଉତ୍ସାହର ସହିତ ପାଳନ କରାଯାଏ।
ALSO READ https://purvapaksa.com/now-what-will-illegal-bangladeshi-infiltrators-do/
Now what will Illegal Bangladeshi infiltrators do? ।। ଏବେ କ’ଣ କରିବେ ବାଂଲାଦେଶୀ ଅନୁପ୍ରବେଶକାରୀ?


