Ram: ରାମାୟଣର ସବୁଠାରୁ ନାଟକୀୟ ଅଧ୍ୟାୟ ହେଉଛି ରାମ ଓ ରାବଣଙ୍କ ମଧ୍ୟରେ ହୋଇଥିବା ଭୀଷଣ ଯୁଦ୍ଧ। ରାମ ତାଙ୍କ ବିଶାଳ ବାନର ସେନା ସହ ଲଙ୍କା ପହଞ୍ଚିବା ପରେ ରାବଣଙ୍କ ରାକ୍ଷସ ସେନା ସହ ତୁମୁଳ ସଂଘର୍ଷ ହେଲା। ରାବଣଙ୍କ ସେନାର ସମସ୍ତ ବୀର ଜଣକ ପରେ ଜଣେ ନିହତ ହୋଇଥିଲେ। ଦଶମ ଦିନରେ ରାମ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣଙ୍କ ଅମୃତ ଭରା ନାଭିରେ ଆଘାତ କଲେ, ଯାହା ରାବଣ ସମ୍ଭାଳି ପାରିଲେ ନାହିଁ ଓ ସେ ଭୂମିରେ ପଡ଼ିଥିଲେ ।
ରାବଣ କାହିଁକି ରାମଙ୍କ ନାମ ନେଲେ?
ଭୁଲୁଣ୍ଠିତ ହେବା ପରେ ରାବଣ ଧୀରେ ଧୀରେ ପ୍ରାଣ ତ୍ୟାଗ କଲେ। ଆଶ୍ଚର୍ଯ୍ୟର କଥା, ଜୀବନ ସାରା ରାମଙ୍କୁ ବିରୋଧ କରିଥିବା ରାବଣ ମୃତ୍ୟୁ ସମୟରେ ତିନିଥର ରାମଙ୍କ ନାମ ଉଚ୍ଚାରଣ କରିଥିଲେ। ରାବଣ ଜଣେ ମହାନ ଶିବଭକ୍ତ ଥିଲେ, କିନ୍ତୁ ତାଙ୍କର ଅହଂକାର ଓ ଅଶାସ୍ତ୍ରୀୟ ଭକ୍ତି ତାଙ୍କୁ ମୋକ୍ଷରୁ ବଞ୍ଚିତ କରିଥିଲା। ସେ ଜାଣିଥିଲେ ଯେ ରାମଙ୍କ ନାମ ସମସ୍ତ ପାପ ନାଶ କରି ଆତ୍ମାକୁ ମୋକ୍ଷ ଦେଇପାରେ। ଏହି କାରଣରୁ ସେ ଶେଷ ମୁହୂର୍ତ୍ତରେ ରାମଙ୍କ ନାମ ନେଇ ମୋକ୍ଷ ପାଇବାକୁ ଚେଷ୍ଟା କରିଥିଲେ।
ଦାହ ସଂସ୍କାର କିଏ କରିବ?
ରାବଣଙ୍କ ମୃତ୍ୟୁ ପରେ ପ୍ରଶ୍ନ ଉଠିଥିଲା,ଲଙ୍କାଧିପତିଙ୍କ ଦାହ ସଂସ୍କାର କିଏ କରିବ? ଏକମାତ୍ର ଜୀବିତ ଭାଇ ବିଭୀଷଣ, ଯିଏ ରାମଙ୍କ ପକ୍ଷରେ ଯୁଦ୍ଧ କରିଥିଲେ, ସେ ପ୍ରଥମେ ଦାହ ସଂସ୍କାର କରିବାକୁ ମନା କରି ଦେଇଥିଲେ । ବିଭୀଷଣ କହିଥିଲେ ଯେ, ରାବଣ ଜଣେ ପାପୀ ଥିଲେ, ତେଣୁ ସେ ଏହା କରିପାରିବେ ନାହିଁ। କିନ୍ତୁ ରାମ ତାଙ୍କୁ ବୁଝାଇଥିଲେ ଯେ ମୃତ୍ୟୁ ସହ ଶରୀରର ସମସ୍ତ ପାପ ଶେଷ ହୋଇଯାଏ। ଏହି ଉପଦେଶ ମାନି ବିଭୀଷଣ ସମ୍ମାନପୂର୍ବକ ରାବଣଙ୍କ ଦାହ ସଂସ୍କାର କରିଥିଲେ। ଏକ ଅନ୍ୟ ମାନ୍ୟତା ଅନୁସାରେ, ରାବଣଙ୍କ ଶବକୁ ନାଗକୁଳ ଲୋକେ ମମି କରି ଶ୍ରୀଲଙ୍କାର ରୈଗଲା ଜଙ୍ଗଲର ଏକ ଗୁମ୍ଫାରେ ସୁରକ୍ଷିତ ରଖିଥିଲେ।
ଲକ୍ଷ୍ମଣଙ୍କୁ ରାବଣର ତିନି ଉପଦେଶ କ’ଣ ଥିଲା ?
ରାବଣଙ୍କ ମୃତ୍ୟୁ ପରେ ତାଙ୍କ ପାଟରାଣୀ ମନ୍ଦୋଦରୀ ବିଧବା ଜୀବନ ବିତାଇବା ବଦଳରେ ରାମଙ୍କ ପରାମର୍ଶରେ ବିଭୀଷଣଙ୍କୁ ବିବାହ କରି ଲଙ୍କାର ଶାସନ ସମ୍ଭାଳିଲେ। କିଛି ମାନ୍ୟତା ଅନୁସାରେ, ମନ୍ଦୋଦରୀ ଆଧ୍ୟାତ୍ମିକ ଜୀବନ ଅଙ୍ଗୀକାର କରିଥିଲେ। ଅନ୍ୟପକ୍ଷରେ, ରାବଣ ମୃତ୍ୟୁ ପୂର୍ବରୁ ଲକ୍ଷ୍ମଣଙ୍କୁ ଜୀବନର ତିନୋଟି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ: ପ୍ରଥମ, ଭଲ କାମକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରନ୍ତୁ, କାରଣ ଜୀବନ ଅନିଶ୍ଚିତ। ଦ୍ୱିତୀୟ, ଛୋଟ ରୋଗ ବା ଶତ୍ରୁକୁ ହାଲୁକା ଭାବେ ନିଅନ୍ତୁ ନାହିଁ, କାରଣ ରାବଣ ରାମଙ୍କୁ ହାଲୁକା ଭାବି ହାରିଥିଲେ। ତୃତୀୟ, ଜୀବନର ରହସ୍ୟ କାହା ସହ ବାଣ୍ଟନ୍ତୁ ନାହିଁ, କାରଣ ବିଭୀଷଣ ରାବଣଙ୍କ ନାଭିର ରହସ୍ୟ ରାମଙ୍କୁ କହିଥିଲେ, ଯାହା ତାଙ୍କ ମୃତ୍ୟୁର କାରଣ ହେଲା।
ରାମ-ରାବଣ ଯୁଦ୍ଧ କେବଳ ଏକ ପୌରାଣିକ କାହାଣୀ ନୁହେଁ, ବରଂ ଧର୍ମ, ନୈତିକତା ଓ ଆଧ୍ୟାତ୍ମିକତାର ଏକ ମହାନ ଶିକ୍ଷା। ରାବଣଙ୍କ ମୃତ୍ୟୁ ଓ ତାଙ୍କର ଶେଷ ମୁହୂର୍ତ୍ତରେ ରାମଙ୍କ ନାମ ଉଚ୍ଚାରଣ ଆମକୁ ଶିଖାଇଥାଏ ଯେ ପାପୀ ମଧ୍ୟ ଶେଷ ମୁହୂର୍ତ୍ତରେ ମୋକ୍ଷ ପାଇପାରେ। ରାବଣଙ୍କ ଜୀବନ ଉପଦେଶ ଆମକୁ ଜୀବନରେ ସଠିକ୍ ନିଷ୍ପତ୍ତି ନେବାକୁ ପ୍ରେରଣା ଦେଇଥାଏ। ରାମାୟଣ ଆମକୁ ଶିଖାଇଥାଏ ଯେ ଧର୍ମ ସର୍ବଦା ଜୟଲାଭ କରେ।
ALSO READ: https://purvapaksa.com/how-to-tie-red-kalaawa-on-tulsi-plant-to-get-money-and-positivity/
ଧନ ପ୍ରାପ୍ତିର ଇଚ୍ଛା ଅଛି ତେବେ ତୁଳସୀରେ ଏହି ପଦ୍ଧତିରେ ବାନ୍ଧନ୍ତୁ ଲାଲ ସୁତା