ସାଉଦି ଅରବ ଏହି ଦୁନିଆର ସେହି ଦେଶମାନଙ୍କ ମଧ୍ୟରୁ ଗୋଟିଏ ଯେଉଁଠାରେ ଅଧିକାଂଶ ଅଞ୍ଚଳ ମରୁଭୂମି। ୯୫ ପ୍ରତିଶତ ଅଞ୍ଚଳରେ ଦୁବ ବି କଁଅଳେ ନାହିଁ। ସେଠାର ସବୁଠାରୁ ବଡ଼ ବାଲୁକା ମରୁଭୂମି ହେଉଛି ରୁବ ଅଲ-ଖାଲି। ଚାରିଆଡ଼େ କେବଳ ବାଲି ହିଁ ବାଲି ଦେଖାଯାଏ, ତଥାପି ସାଉଦି ଚୀନ ଓ ଅଷ୍ଟ୍ରେଲିଆରୁ ବାଲି ମଗାଉଛି। ଏହା ଆଶ୍ଚର୍ଯ୍ୟଜନକ ଲାଗିଲେ ମଧ୍ୟ, ଏହା ପଛରେ କାରଣ ବେଶ ରୋଚକ।
ସାଉଦି ଅରବ ତା’ର ଭିଜନ ୨୦୩୦ ଉପରେ କାମ କରୁଛି। ଯାହାର ଲକ୍ଷ୍ୟ ହେଉଛି ବାଲିରେ ଭବିଷ୍ୟତର ସହର ନିର୍ମାଣ କରିବା। ଏହି ଭିଜନକୁ ପୂରଣ କରିବା ପାଇଁ ଯେଉଁ ପ୍ରକାରର ବାଲି ଦରକାର, ତାହା ସାଉଦି ଆରବର ମରୁଭୂମିରେ ମିଳୁ ନାହିଁ । ଏବେ ପ୍ରଶ୍ନ ହେଉଛି, ଅଷ୍ଟ୍ରେଲିଆ ଓ ଚୀନର ବାଲିରେ ଏଭଳି କ’ଣ ଅଛି ଯାହା ସାଉଦି ଆରବର ମରୁଭୂମିରେ ନାହିଁ।
ଅଷ୍ଟ୍ରେଲିଆ-ଚୀନର ବାଲି ସାଉଦି ପାଇଁ କାହିଁକି ଜରୁରୀ?
ସାଉଦି ବାଲି ଅଲଗା ପ୍ରକାରର। ଏହାର କଣିକାଗୁଡ଼ିକ ବହୁତ ଗୋଲାକାର ଓ ମସୃଣ। ଏହା ଏପରି ହେବାର କାରଣ ହେଉଛି ବର୍ଷ ବର୍ଷ ଧରି ମରୁଭୂମୀର ପବନ ଏହି କଣିକାଗୁଡ଼ିକୁ ଘଷି ଏହାକୁ ଏଭଳି ଆକାର ଦେଇଛି। ଏହା କଂକ୍ରିଟ ଉତ୍ପାଦନ ପାଇଁ ଉପଯୁକ୍ତ ହେଲେ ମଧ୍ୟ, ଯେତେବେଳେ ଗଗନଚୁମ୍ବୀ ଇମାରତ ଓ ସହରୀ ଅଞ୍ଚଳ ନିର୍ମାଣର କଥା ଆସେ, ଏଥିପାଇଁ କୋଣିଆ ବାଲିର ଆବଶ୍ୟକତା ହୁଏ। ଏହି ପ୍ରକାରର ବାଲି ନଦୀ, ହ୍ରଦ ଓ ସମୁଦ୍ର କୂଳରୁ ଆଣାଯାଏ। ଏହା କଣିକାଗୁଡ଼ିକୁ ବାନ୍ଧି ନିର୍ମାଣକୁ ମଜବୁତ କରିବା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଅନୁସାରେ, ବିଶ୍ୱବ୍ୟାପୀ ପ୍ରତିବର୍ଷ ପ୍ରାୟ ୫୦ ବିଲିୟନ ଟନ ବାଲିର ବ୍ୟବହାର ହୁଏ।
ଅଷ୍ଟ୍ରେଲିଆ ସବୁଠାରୁ ବଡ଼ ଯୋଗାଣକାରୀ
ଉଚ୍ଚ ଗୁଣବତ୍ତା ବାଲି ମାମଲାରେ ଅଷ୍ଟ୍ରେଲିଆ ସବୁଠାରୁ ଆଗରେ। ଓଇସି ବିଶ୍ୱ ଅନୁସାରେ, ୨୦୨୩ ମସିହାରେ ଅଷ୍ଟ୍ରେଲିଆ ୨୭୩ ମିଲିୟନ ଡଲାରର ବାଲି ରପ୍ତାନୀ କରିଥିଲା। ୨୦୨୩ରେ ସଉଦି ଅରବ ଅଷ୍ଟ୍ରେଲିଆରୁ ୧,୪୦,୦୦୦ ଡଲାରର ବାଲି ଆମଦାନୀ କରିଥିଲା। ଏଠାରେ ହେଉଥିବା ନିର୍ମାଣ ପାଇଁ ଏକ ବିଶ୍ୱସନୀୟ ଉପାଦାନର ଆବଶ୍ୟକତା ରହିଛି। ସଉଦ ଆରବ ମାନୁଛି ଯେ ସେ ତା’ର ଭିଜନ ନେଇ କୌଣସି ଅଭାବ ରଖିବାକୁ ଚାହୁଁ ନାହିଁ। ମେଗା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଅର୍ଥନୀତିକୁ ଆଗେଇ ନେବା ପାଇଁ ଜରୁରୀ ମାନୁଛି। ଏଥିରେ ସଉଦୀର ନିଓମ ଓ ରେଡ ସି ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ପାଇଁ ବଡ଼ ପରିମାଣରେ କଂକ୍ରିଟର ଆବଶ୍ୟକତା ହେବ, କିନ୍ତୁ ଏହା ସହିତ ଉଚ୍ଚ ଗୁଣବତ୍ତା ବାଲି ଦରକାର ଯେଉଁଥିପାଇଁ ସଉଦ ଆରବ ଅନ୍ୟ ଦେଶ ଉପରେ ନିର୍ଭରଶୀଳ।
ସାଉଦି ଏକା ନୁହେଁ
ଏହି ମାମଲାରେ ସାଉଦି ଆରବ ଏକା ନୁହେଁ। ଉପସାଗରୀୟ ଦେଶଗୁଡ଼ିକ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ଓ କତାର ମଧ୍ୟ ଅନ୍ତର୍ଭୁକ୍ତ ଯେଉଁମାନେ ଅନ୍ୟ ଦେଶରୁ ବାଲି ଆମଦାନୀ କରୁଛନ୍ତି। UNEP ୨୦୨୪ ରିପୋର୍ଟ କହୁଛି, ଉପସାଗରୀୟ ଦେଶଗୁଡ଼ିକରେ ଦ୍ରୁତ ଗତିରେ ବଢ଼ୁଥିବା ସହରୀ ନିର୍ମାଣ ଉଚ୍ଚ ଗୁଣବତ୍ତା ବାଲିର ଚାହିଦାକୁ ବଢ଼ାଉଛି। ରିପୋର୍ଟରେ ଚେତାବନୀ ମଧ୍ୟ ଦିଆଯାଇଛି ଯେ ଏଭଳି ବଢ଼ୁଥିବା ବାଲିର ଆବଶ୍ୟକତା ନୂଆ ସମସ୍ୟା ସୃଷ୍ଟି କରୁଛି। ଚାହିଦା ପୂରଣ ପାଇଁ ଏହାର ବଢ଼ୁଥିବା ଖନନ ପରିବେଶ ପାଇଁ ନୂଆ ବିପଦ ସୃଷ୍ଟି କରିପାରେ। ଯଦିଓ, କିଛି ଦେଶ ଏହାର ବିକଳ୍ପ ଆଡ଼କୁ ଧ୍ୟାନ ଦେଉଛନ୍ତି ଓ ନିର୍ମାଣରେ ଚୂର୍ଣ୍ଣିତ ପଥରର ବ୍ୟବହାର କରୁଛନ୍ତି। ତଥାପି, ଏହାର କୌଣସି ବଡ଼ ବିକଳ୍ପ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରି ନାହିଁ। ଏହା ହିଁ କାରଣ ଯେ ବର୍ତ୍ତମାନ ଉପସାଗରୀୟ ଦେଶଗୁଡ଼ିକ ବଡ଼ ନିର୍ମାଣ ପାଇଁ ଅନ୍ୟ ଦେଶରୁ ବାଲି ମଗାଉଛନ୍ତି।
Also Read https://purvapaksa.com/irans-supreme-leader-targets-trump-again/
Iran’s Supreme Leader Targets Trump Again ।। ପୁଣି ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଇରାନର ସର୍ବୋଚ୍ଚ ନେତା
