ଯଦି ଆଜି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ନାମ ପଚାରାଯାଏ, ତେବେ ସହଜରେ ମୁହଁରୁ ବାହାରିବ ଆମେରିକା । ଏହା ସେହି ଆମେରିକା, ଯିଏ କୌଣସି ସମୟରେ ଅନ୍ୟ ଦେଶର ଗୋଲାମ ଥିଲା । ଆମେରିକା ଉପରେ ବି ଇଂରେଜମାନଙ୍କର ଶାସନ ଥିଲା ଏବଂ ସେମାନେ ଆମେରିକୀୟମାନଙ୍କର ଶୋଷଣ କରୁଥିଲେ । ୧୭୭୬ ମସିହାରେ ଜୁଲାଇ ୪ ତାରିଖରେ ଆମେରିକାର ୧୩ଟି ବ୍ରିଟିଶ କଲୋନୀ ନିଜକୁ ସ୍ୱାଧୀନ ଘୋଷଣା କଲେ । ଏହାପରେ ଆମେରିକା ଧୀରେ ଧୀରେ ସ୍ୱାଧୀନ ହୋଇଗଲା । ଏହି କାରଣରୁ ଏହି ଦିନ ଆମେରିକା ନିଜର ସ୍ୱାଧୀନତା ଦିବସ ପାଳନ କରେ । ଆସନ୍ତୁ ଜାଣିବା ଆମେରିକା କିପରି ଗୋଲାମ ହେଲା, ତାକୁ କିପରି ସ୍ୱାଧୀନତା ମିଳିଲା ? ନିଜେ କେତେ ଦେଶକୁ ଗୋଲାମ କରିଥିଲା ? ଏବଂ କିପରି ଏହା ସୁପର ପାୱାର ହେଲା ?
ଆମେରିକାର ଆବିଷ୍କାର କିଏ କଲା?
ଆମେରିକାର ଗୋଲାମୀ ପାଇଁ ଯଦି କେହି ଦାୟୀ ଥିଲେ, ତେବେ ସେ ଥିଲେ କ୍ରିଷ୍ଟୋଫର କଲମ୍ବସ । ଇଉରୋପରୁ କୋଲମ୍ବସ ଭାରତ ଆବିଷ୍କାର ପାଇଁ ବାହାରିଥିଲେ, କିନ୍ତୁ ଭୁଲରେ ଆମେରିକା ପହଞ୍ଚିଗଲେ । ଏହାପରେ କୋଲମ୍ବସ ଇଉରୋପୀୟମାନଙ୍କୁ ଏହା ବିଷୟରେ ଜଣାଇଲେ, ତେବେ ଧୀରେ ଧୀରେ ବ୍ରିଟେନର ଲୋକମାନେ ବହୁ ସଂଖ୍ୟାରେ ସେଠାରେ ପହଞ୍ଚିବା ଆରମ୍ଭ କଲେ । ଦେଖୁ ଦେଖୁ ଏହି ଇଂରେଜମାନେ ସମଗ୍ର ଆମେରିକୀୟ ଦ୍ୱୀପ ଉପରେ ଅଧିକାର କରିନେଲେ ଏବଂ ମୂଳ ଆମେରିକୀୟମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ । ବ୍ରିଟେନର ଶାସକ ଜେମ୍ସ ପ୍ରଥମଙ୍କ ଶାସନ କାଳରେ ଆମେରିକା ବ୍ରିଟେନର ଉପନିବେଶ ହୋଇଗଲା । କଲମ୍ବସଙ୍କ ସୂଚନା ଆଧାରରେ ବ୍ରିଟେନ ଆମେରିକୀୟ ଦ୍ୱୀପରେ ୧୩ଟି କଲୋନୀ ସ୍ଥାପନ କଲା ।
ଶୋଷଣରୁ ବିରକ୍ତ ହୋଇ ସ୍ୱାଧୀନତା ଘୋଷଣା
ବ୍ରିଟିଶ କଲୋନିରେ ରହିବାକୁ ଇଂଲଣ୍ଡରୁ ପ୍ରଥମେ କିଛି ଦଳ ଆସିଥିଲେ । ପରେ ଅଧିକରୁ ଅଧିକ ଇଂରେଜ ଆମେରିକାରେ ପହଂଚିବାକୁ ଲାଗିଲେ । ଏହି ଇଂରେଜମାନଙ୍କ ଉପରେ ବ୍ରିଟିଶ ରାଜାଙ୍କ ଶାସନ ଥିଲା । ଦୂରରୁ ଇଂଲଣ୍ଡ ନିଜ ଉପନିବେଶକୁ ନିୟନ୍ତ୍ରଣ କରୁଥିଲା । ଏହି ଆମେରିକୀୟମାନଙ୍କ ଉପରେ ଇଂରେଜମାନଙ୍କ ଶୋଷଣର ଅନୁମାନ ଏହାଦ୍ୱାରା ଲଗାଯାଇପାରେ ଯେ ସେମାନଙ୍କୁ ଚିନି, କଫି, ଚାପତ୍ର ଏବଂ ସ୍ପିରିଟ ଭଳି ଜିନିଷ ମଗାଇବା ପାଇଁ ବହୁତ ଟିକସ ଦେବାକୁ ପଡୁଥିଲା। ସମୟ ସହ ଆମେରିକୀୟମାନଙ୍କ ମଧ୍ୟରେ, ଇଂରେଜମାନଙ୍କ ପ୍ରତି କ୍ରୋଧ ବଢିବାକୁ ଲାଗିଲା ଏବଂ ଅନ୍ତତଃ ବ୍ରିଟିଶ ଗୁଲାମୀରୁ ନିଜକୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଲେ। ଅନ୍ତତଃ ୧୭୭୬ ମସିହା ଜୁଲାଇ ୨ ତାରିଖରେ ବ୍ରିଟିଶ କଲୋନୀରୁ ଆମେରିକୀୟମାନେ ସ୍ୱାଧୀନତାର ପ୍ରକ୍ରିୟା ଆରମ୍ଭ କଲେ ଏବଂ ୧୭୭୬ ଜୁଲାଇ ୪ ତାରିଖରେ ଏହି ୧୩ଟି କଲୋନୀର ଲୋକମାନେ ସ୍ୱାଧୀନତା ଘୋଷଣାପତ୍ରକୁ ଗ୍ରହଣ କରିବା ପାଇଁ ମତଦାନ କଲେ। ଏହି ଘୋଷଣାପତ୍ରରେ ୧୩ କଲୋନି ହସ୍ତାକ୍ଷର କରି ନିଜକୁ ସ୍ୱାଧୀନ ଘୋଷଣା କଲେ।
ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା କଣ୍ଟିନେଣ୍ଟାଲ କଂଗ୍ରେସର। ଏହାର ସଦସ୍ୟ ଥିଲେ ଥମାସ ଜେଫରସନ, ରଜର ଶର୍ମାନ, ଜନ ଆଡାମ୍ସ, ବେଞ୍ଜାମିନ ଫ୍ରାଙ୍କଲିନ ଏବଂ ଓ୍ୱିଲିୟମ ଲିଭିଙ୍ଗଷ୍ଟନ। ଏହି ଲୋକମାନେ କଣ୍ଟିନେଣ୍ଟାଲ କଂଗ୍ରେସ କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରି ଘୋଷଣାପତ୍ରର ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିଲେ।
ଆମେରିକାର ୧୩ଟି ବ୍ରିଟିଶ କଲୋନୀ ୧୭୭୬ ଜୁଲାଇ ୪ ତାରିଖରେ ନିଜର ସ୍ୱାଧୀନତା ଘୋଷଣା କରିଥିଲେ, ଏହି କାରଣରୁ ପ୍ରତିବର୍ଷ ଏହି ଦିନ ଆମେରିକା ନିଜର ସ୍ୱାଧୀନତା ଦିବସ ପାଳନ କରେ। ଏହା ସହ, ଏହି ଦିନ ୧୩ଟି କଲୋନୀରେ ବିଭକ୍ତ ଆମେରିକା ପ୍ରକୃତରେ ଏକଜୁଟ ହୋଇଥିଲା ଏବଂ ଯୁକ୍ତ ରାଷ୍ଟ୍ର ଆମେରିକାର ଗଠନ ହୋଇଥିଲା। ଏହାସହ ଆମେରିକାରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିବା ଜର୍ଜ ୱାଶିଂଟନ ଏବଂ ବେଞ୍ଜାମିନ ଫ୍ରାଙ୍କଲିନ ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ।
ନିଜକୁ କୃଷିରୁ ଶିଳ୍ପ ଅର୍ଥନୀତିକୁ ବଦଳାଇଲା
ସ୍ୱାଧୀନତା ପରେ ମଧ୍ୟ ଉନବିଂଶ ଶତାବ୍ଦୀରେ ଆମେରିକା ସାମନାରେ ଇଉରୋପର ଧନୀ ଏବଂ ସାମ୍ରାଜ୍ୟବାଦୀ ଦେଶମାନଙ୍କଠାରୁ ବିପଦ ରହିଥିଲା। ଖାସକରି, ବ୍ରିଟେନ, ଫ୍ରାନ୍ସ ଏବଂ ସ୍ପେନର ଅନେକ କଲୋନୀ ଆମେରିକା ନିକଟରେ ଥିଲେ। ଏପରି ପରିସ୍ଥିତିରେ ଆମେରିକା ନିଜକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ନେଲା ଏବଂ ନିଜର କୃଷି ଆଧାରିତ ଅର୍ଥନୀତିକୁ ଶିଳ୍ପ ଅର୍ଥନୀତିକୁ ବଦଳାଇଲା । ଏଥିପାଇଁ ଟେକ୍ନୋଲୋଜିକାଲ ଉଦ୍ଭାବନର ସାହାଯ୍ୟ ନେଲା, ଯେଉଁଥିରେ ଷ୍ଟିମ ବୋଟ, ଯାତ୍ରୀ ଟ୍ରେନ ଏବଂ କାରଖାନାଗୁଡ଼ିକ ପାଇଁ ମେସିନ ସବୁଠାରୁ ଉଲ୍ଲେଖନୀୟ ସଫଳତା ଥିଲା। ଏହାପରେ ୧୮୫୦ ମସିହା ସୁଦ୍ଧା ଆମେରିକା କ୍ୟାରିବିୟାନ ଏବଂ ପ୍ରଶାନ୍ତ ମହାସାଗରର ଅନେକ ଦ୍ୱୀପକୁ ନିଜ ଅଧୀନକୁ ନେଇଥିଲା।
ସ୍ପେନ ସହ ଲଢେଇ ବଢାଇଲା ପ୍ରଭାବ
ଆମେରିକାର ପଡୋଶୀ ଦେଶ କ୍ୟୁବା ଉପରେ ସ୍ପେନର ଅଧିକାର ଥିଲା । ଏହା ୧୮୯୮ ମସିହାର କଥା। ଆମେରିକା ନିଜର ଯୁଦ୍ଧପୋତକୁ ସାଗରରେ ଉତାରିଥିଲା, ଯାହାକୁ ସ୍ପେନ ବୁଡାଇ ଦେଇଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା, ଯେଉଁଥିରେ କ୍ୟୁବାର କ୍ରାନ୍ତିକାରୀମାନେ ମଧ୍ୟ ଆମେରିକାର ସାହାଯ୍ୟ କରିଥିଲେ ଏବଂ ଅନେକ ମାସର ଲଢେଇ ପରେ ସ୍ପେନକୁ କ୍ୟୁବା ଛାଡିବାକୁ ପଡିଥିଲା । ଏହା ସହ, ସ୍ପେନକୁ କ୍ୟାରିବିୟାନ ଏବଂ ପ୍ରଶାନ୍ତ ମହାସାଗର ମଧ୍ୟ ଛାଡିବାକୁ ପଡିଲା ଏବଂ ଆମେରିକା ଏହି ଅଞ୍ଚଳରେ ପ୍ରଭାବଶାଳୀ ହେଲା। ସ୍ପେନ ଦ୍ୱାରା କ୍ୟାରିବିୟାନ ଏବଂ ପ୍ରଶାନ୍ତ ମହାସାଗରର ଅନେକ ଅଞ୍ଚଳ ଆମେରିକାକୁ ଦିଆଯାଇଥିଲା, ଯାହା ଦ୍ୱାରା ଗୁଆମ, ଫିଲିପାଇନ୍ସ ଏବଂ ପୁଏର୍ତୋ ରିକୋ ଉପରେ ଆମେରିକାର ଅଧିକାର ହେଲା । ହାୱାଇର ସ୍ୱାଧୀନ ଦେଶକୁ ମଧ୍ୟ ଆମେରିକା ନିଜ ସହ ମିଶାଇ ନେଲା।
ପ୍ରଥମ ବିଶ୍ୱଯୁଦ୍ଧରେ ମିତ୍ର ରାଷ୍ଟ୍ରମାନଙ୍କୁ ସାହାଯ୍ୟ
୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଲା ତେବେ ତିନି ବର୍ଷ ପର୍ଯ୍ୟନ୍ତ ଆମେରିକା ଏଥିରୁ ଦୂରେଇ ରହିଲା । ତଥାପି, ୧୯୧୭ରେ ଆଟଲାଣ୍ଟିକ ମହାସାଗରରେ ଜର୍ମାନୀ ଆମେରିକାର ଜାହାଜଗୁଡ଼ିକୁ ବୁଡାଇ ଦେଲା ଏବଂ ଜର୍ମାନୀ ମେକ୍ସିକୋକୁ ପ୍ରସ୍ତାବ ଦେଲା ଯେ ଆମେରିକୀୟ ଅଞ୍ଚଳକୁ ପୁନର୍ବାର ହାସଲ କରିବାରେ ସାହାଯ୍ୟ କରିବ । ଏହା ବଦଳରେ ମେକ୍ସିକୋକୁ ଯୁଦ୍ଧ ପାଇଁ ଜର୍ମାନୀ ସହ ଯୋଗ ଦେବାକୁ ହେବ। ଏହାକୁ ଦେଖି ୧୯୧୭ ଏପ୍ରିଲ ୬ ତାରିଖରେ ଆମେରିକା ମଧ୍ୟ ଏହି ଯୁଦ୍ଧରେ ଝାମ୍ପି ପଡିଲା, ଯାହାଦ୍ୱାରା ମିତ୍ର ରାଷ୍ଟ୍ରମାନେ ବିଜୟ ହାସଲ କଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଭାବ ବଢିଲା
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ସମାନ ପରିସ୍ଥିତି ଦେଖାଗଲା । ଯଦିଓ ଏସିଆ-ଇଉରୋପରେ ୧୯୩୦ ମସିହାରୁ ଯୁଦ୍ଧ ଆରମ୍ଭ ହୋଇଥିଲା, ଆମେରିକା ମିତ୍ର ରାଷ୍ଟ୍ରମାନଙ୍କୁ ଋଣ ଏବଂ ଅସ୍ତ୍ରଶସ୍ତ୍ର ଦେବା ସତ୍ତ୍ୱେ ୧୯୪୧ ପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଦୂରେଇ ରହିଲା। ତଥାପି, ଏହି ବର୍ଷ ଡିସେମ୍ବର ୭ ତାରିଖରେ ଜାପାନ ପର୍ଲ ହାର୍ବରରେ ଆମେରିକୀୟ ନୌସେନା ଆଡ୍ଡା ଉପରେ ବୋମା ମାଡ଼ କଲା । ଏଥିରେ ପ୍ରାୟ ୨୪୦୦ ଆମେରିକୀୟ ସୈନିକ ମୃତ୍ୟୁବରଣ କଲେ ଏବଂ ଅନେକ ଆମେରିକୀୟ ବିମାନ ଏବଂ ଜାହାଜ ଧ୍ୱଂସ ହୋଇଗଲା । ଏହାର ପରଦିନ ଆମେରିକା ଜାପାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ଏହାର ପରିଣାମ ଏହା ହେଲା ଯେ ଜାପାନର ଦୁଇଟି ସହର ହିରୋଶିମା ଏବଂ ନାଗାସାକିକୁ ପରମାଣୁ ଆକ୍ରମଣର ସାମନା କରିବାକୁ ପଡିଲା । ଅନ୍ତତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ମିତ୍ର ରାଷ୍ଟ୍ରମାନେ ଆମେରିକାର ସାହାଯ୍ୟରେ ଜିତିଲେ, ଯାହାଦ୍ୱାରା ଏହା ପ୍ରାୟ ଦାଦାଗିରିର ସୀମା ପର୍ଯ୍ୟନ୍ତ ପହଞ୍ଚିଗଲା ।
ସାହାଯ୍ୟ ଏବଂ ଋଣ ଦେଇ ସୁପର ପାୱାର
ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯଦିଓ ଇଉରୋପ ଜିତିଥିଲା, ମିତ୍ର ରାଷ୍ଟ୍ରମାନଙ୍କର ଆର୍ଥିକ ଅବସ୍ଥା ଖରାପ ହେଉଥିଲା ଏବଂ ଅନ୍ୟ ପକ୍ଷର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା। ଅନ୍ୟପକ୍ଷରେ, ଏହି ସମୟରେ ଆମେରିକୀୟ ଅର୍ଥନୀତି ଦୁଇଗୁଣ ହୋଇଗଲା । ଡଲାର ସ୍ଥିର ଥିଲା ଏବଂ ଅଧିକାଂଶ ପ୍ରମୁଖ ମୁଦ୍ରା ନିଜକୁ ଡଲାର ସହ ସ୍ଥିର କରିଥିଲେ । ଏପରି ପରିସ୍ଥିତିରେ ଆମେରିକା ଇଉରୋପ ଏବଂ ଜାପାନକୁ ସାହାଯ୍ୟ ପାଇଁ ହାତ ବଢାଇଲା। ଋଣ ଏବଂ ଆର୍ଥିକ ସାହାଯ୍ୟ ନାମରେ ଏମାନଙ୍କୁ ବହୁ ଟଙ୍କା ଦେଲା । ତା’ପରେ ୧୯୪୯ରେ ଆମେରିକା ସହ ୧୦ଟି ଇଉରୋପୀୟ ଦେଶ ନାଟୋର ସ୍ଥାପନା କଲେ । ଏହା ବ୍ୟତୀତ ବିଶ୍ୱସ୍ତରୀୟ ମୁଦ୍ଦାଗୁଡ଼ିକରେ ଅନେକ ଅନ୍ତର୍ଜାତୀୟ ସଂସ୍ଥାର ନିର୍ମାଣରେ ମଧ୍ୟ ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କଲା । ଏଥିରେ ସଂଯୁକ୍ତ ରାଷ୍ଟ୍ର ସଂଘ, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା କୋଷ ଆଦି ଅନ୍ତର୍ଭୁକ୍ତ। ଏହାସବୁର ସାହାଯ୍ୟରେ ଆମେରିକା ସୁପର ପାୱାର ହେଲା ।
ଶୀତଳ ଯୁଦ୍ଧ ସମୟରେ ପ୍ରଭାବ ବଢାଇଲା
ବିଶ୍ୱଯୁଦ୍ଧ ଶେଷ ହେବା ପରେ ମଧ୍ୟ ଆମେରିକା ଏବଂ ରୁଷିଆ ଦୁନିଆରେ ନିଜ ନିଜର ପ୍ରଭାବ ବଢାଇବାକୁ ଲାଗିପଡିଲେ । ଦୁନିଆକୁ ଦୁଇଟି ଶିବିରରେ ବିଭାଜନ କରୁଥିଲେ । ଏହାଦ୍ୱାରା ଆମେରିକାକୁ ପ୍ରତିରକ୍ଷା ଉପରେ ବହୁ ନିବେଶ କରିବାକୁ ପଡିଲା । ଅସ୍ତ୍ରଶସ୍ତ୍ରର ଦମରେ ଅନେକ ଦେଶକୁ ସାହାଯ୍ୟ କରି ସେମାନଙ୍କ ଉପରେ ପ୍ରଭାବ ବଢାଇଲା । ସେହିପରି ଏକରୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ନିର୍ମାଣ କରୁଥିଲା ।
ନୂଆ ନୂଆ ଉଦ୍ଭାବନ କଲା। ମହାକାଶ ପର୍ଯ୍ୟନ୍ତ ଆମେରିକାର ପହଞ୍ଚ ହେଲା ଏବଂ ୭୦ ଦଶକରେ ଆମେରିକା ଚନ୍ଦ୍ରକୁ ମାନବ ପ୍ରେରଣ କରିଥିଲା । ୯୦ ଦଶକରେ ଉପସାଗରୀୟ ଦେଶମାନଙ୍କ ଉପରେ ମଧ୍ୟ ଆମେରିକା ନିଜର ପ୍ରଭାବ ବଢାଇଲା ଏବଂ ଆଜି ସମଗ୍ର ଦୁନିଆରେ ତା’ର ଦାଦାଗିରି ଚାଲୁଛି।
ଅନ୍ୟପକ୍ଷରେ, ନିଜର ଅସ୍ତ୍ର ବିକ୍ରି କରି ଆମେରିକା ନିଜର ଅର୍ଥନୀତିକୁ ମଜବୁତ କରୁଛି ତ କେତେବେଳେ କୌଣସି ମିତ୍ର ଦେଶକୁ ସାହାଯ୍ୟ ନାମରେ ଦେଇ ତା’ ଉପରେ ନିଜର ପ୍ରଭାବ ବଜାୟ ରଖୁଛି । ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ ଇନଷ୍ଟିଟ୍ୟୁଟର ରିପୋର୍ଟ ଅନୁସାରେ ଆମେରିକା ଏବେ ଦୁନିଆର ସବୁଠାରୁ ବଡ଼ ଅସ୍ତ୍ର ରପ୍ତାନିକାରୀ ହୋଇପାରିଛି । ଏଥିପାଇଁ ସେ ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ । ଏପରିକି ଯୁଦ୍ଧ ସମୟରେ ସେ ଅନେକ ସମୟରେ ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦେଶକୁ ନିଜର ଅସ୍ତ୍ର ବିକ୍ରି କରିଦିଏ। ମିଡ଼ିଆ ରିପୋର୍ଟ ଅନୁସାରେ କେବଳ ଗୋଟିଏ ଦିନରେ ଅସ୍ତ୍ର ବିକ୍ରି କରି ଆମେରିକା ପ୍ରାୟ ୭୫୫୩ କୋଟି ଟଙ୍କା ରୋଜଗାର କରେ ।
ଅନ୍ୟଦେଶର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ଖେଳାଏ
ଏବେ ପରିସ୍ଥିତି ଏପରି ଯେ ଦୁନିଆର ପ୍ରାୟ ସମସ୍ତ ଦେଶର ସରକାରଙ୍କୁ ଆମେରିକା ପ୍ରଭାବିତ କରୁଛି । ପଛକୁ ଫେରି ଦେଖିଲେ, କୋରିଆ ଯୁଦ୍ଧ ପରେ ଉତ୍ତର-ଦକ୍ଷିଣ କୋରିଆର ନିର୍ମାଣରେ ରୁଷିଆ ଏବଂ ଆମେରିକାର ହାତ ଥିଲା । ଆଜି ରୁଷିଆ ଉତ୍ତର କୋରିଆ ସହ ତ ଆମେରିକା ଦକ୍ଷିଣ କୋରିଆ ସହ ଠିଆ ହେଉଛି । ୯୦ ଦଶକକୁ ଆସିଲେ ପ୍ରଥମେ ଇରାନ, ତା’ପରେ ଇରାକ ଏବଂ ଅନ୍ତତଃ କୁୱେତକୁ ଆମେରିକା ପ୍ରଭାବିତ କଲା । ତା’ପରେ ମଧ୍ୟପ୍ରାଚ୍ୟର ଅନ୍ୟ ଦେଶମାନଙ୍କରେ ସରକାରଙ୍କୁ ପ୍ରଭାବିତ କଲା ।
ଇରାକ, ଲିବିଆ ଏବଂ ଆଫଗାନିସ୍ତାନ ସରକାରକୁ କ୍ଷମତାରୁ ବେଦଖଳ କରି ସେହି ସବୁ ଦେଶକୁ ବର୍ବାଦ କରିବାରେ ଆମେରିକା କୌଣସି କମି ରଖିନଥିଲା । ସିରିଆରେ ଆତଙ୍କବାଦ ବିରୁଦ୍ଧରେ ଲଢେଇ ନାମରେ ଆମେରିକା ଯାହା କରୁଛି ତାହା ସମଗ୍ର ଦୁନିଆ ଜାଣେ । ରୁଷିଆ ବିରୁଦ୍ଧରେ ସାହାଯ୍ୟ ନାମରେ ଇଉକ୍ରେନକୁ ଅପମାନ ପର୍ଯ୍ୟନ୍ତ କରିଦେଲା । ଏହା କେବଳ କିଛି ଉଦାହରଣ ମାତ୍ର। ନିଜର ଅସ୍ତ୍ର ବିକ୍ରି କରିବା ଏବଂ ପ୍ରଭାବ ବଜାୟ ରଖିବା ପାଇଁ ଆମେରିକା ଅନ୍ତର୍ଗତରେ କୌଣସି ନା କୌଣସି ଦେଶର ମୂଳ ଖୋଳୁଛି । ଇଜରାଇଲ ମାଧ୍ୟମରେ ଫିଲିସ୍ତିନକୁ ବର୍ବାଦ କରିବାରେ ମଧ୍ୟ ଆମେରିକାର ଅଗ୍ରଣୀ ଭୂମିକା ରହିଛି ।
ALSO READ https://purvapaksa.com/diamond-jump-gate-will-open-tomorrow/
Diamond jump gate will open tomorrow ।। ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ ।
