ଭାରତ ଏକ ଦ୍ରୁତିଗତିଶୀଳ ଅର୍ଥନୀତି। ଉନ୍ନତି, ନବ୍ ପ୍ରବର୍ତ୍ତନ ଓ ଧାରାବାହିକ ବ୍ୟବସାୟିକ ପ୍ରତିଯୋଗିତାର ମୂଳଭିତ୍ତିରେ ଆଜିର ଦେଶ ତିଆରି ହୋଇଛି। କିନ୍ତୁ ଏହି ଉନ୍ନତି ଯେତେବେଳେ ଚାଲିଥାଏ, ସେତେବେଳେ ଅଦୃଶ୍ୟ ଭାବେ ଗଢ଼ି ଆସୁଥାଏ କିଛି ମନୋପଲି- ଯାହାର ସାମ୍ରାଜ୍ୟ ଏତେ ମଜବୁତ ଯେ ଦେଶର ନୀତି, ନିୟମ ଓ ସରକାରୀ ନିଷ୍ପତ୍ତିକୁ ମଧ୍ୟ ସେମାନେ ସହଜରେ ବଙ୍କା କରିପାରନ୍ତି।
ଏପରି ଅନେକ ଉଦାହରଣ ମଧ୍ୟରୁ ସବୁଠାରୁ ନବୀନ ଓ ସ୍ପଷ୍ଟ ହେଲା- ଇଣ୍ଡିଗୋ।
ଇଣ୍ଡିଗୋର ଏକାଧିକାର—ଭାରତର ଏକ ମୂକ ବନ୍ଦିଶାଳା
କେବଳ ଗୋଟିଏ ଘରୋଇ ବିମାନ କମ୍ପାନୀ ନୁହେଁ, ଇଣ୍ଡିଗୋ ସେଇ କମ୍ପାନୀ ଯାହା ଆଜି ଭାରତର ୬୦–୬୫% ବିମାନ ବଜାରକୁ ନିୟନ୍ତ୍ରଣ କରୁଛି। ଡିଜିସିଏ ତଥ୍ୟ ଅନୁସାରେ ଏହି ଅଙ୍କ କେବଳ ଏକ ଆକୃତି ନୁହେଁ; ଏହା ଏକ ଚିତ୍କାର; ଭାରତର ବୈମାନିକ ଯାତାୟାତର ଭବିଷ୍ୟତ କେତେ ଅସୁରକ୍ଷିତ ହୋଇପାରେ ତାହାର ଚିହ୍ନ।
ଏହି କମ୍ପାନୀର ଆଜିର ସ୍ଥିତି ସବୁଠାରୁ ବଳବାନ ପରି। ଏକଦା ଜେଟ୍ ଏୟାରୱେଜ୍, କିଙ୍ଗ ଫିଶର, ଗୋ ଏୟାର, ଏୟାର ପେଗାସସ୍ ଭଳି ବିମାନ ସେବା ଦେଶରେ ଥିଲା। ପ୍ରତିସ୍ପର୍ଦ୍ଧା ଥିଲା, ଏହି ପ୍ରତିସ୍ପର୍ଦ୍ଧାରେ ଗ୍ରାହକ ଲାଭବାନ ହେଉଥିଲା। କିନ୍ତୁ…
ଇଣ୍ଡିଗୋର କ୍ରମଶଃ ବଜାର ଦଖଳ—ଅନ୍ୟ ମାନଙ୍କ ଘାତ।
ଅନେକ ବିମାନ ସେବା ବନ୍ଦ ହେବା ପରେ ଆଜି ସେ ଏକଚାଟିଆ ଅଧିନାୟକ।
ଏହି ନିର୍ବାଧ ଶକ୍ତି ସରକାରକୁ ମଧ୍ୟ ଚାପ ଦେଇପାରୁଛି।
ନିୟମ ପରିବର୍ତ୍ତନ ହେଉ, ଟାରିଫ୍ ସମଯୋଜନ ହେଉ, ସ୍ଲଟ୍ ବଣ୍ଟନ ହେଉ-ଇଣ୍ଡିଗୋର ‘ଦାଦାଗିରି’ ଅନୁସାରେ ଏଠାରେ ବହୁତ କିଛି ତା ପାଖକୁ ଗଲା।
ଏହି କଥା ଯେତେବେଳେ ଦେଶ ଅନୁଭବ କଲା- ଗୋଟିଏ କମ୍ପାନୀ ପୂରା ଦେଶରେ ଗୁଣ୍ଡାଗିରି କରିପାରିବ- ସେହି ଦିନ ଏକ ‘ଅଭିଶାପ’ର କାହାଣୀ ଆରମ୍ଭ ହେଲା।

ଏକାଧିକାରୀ ବଜାରର ଗୋପନ ସଙ୍କଟ
ଆଜିର ଅସୁବିଧା ହେତୁ ଆମେ କ୍ଷୁଦ୍ର ଭାବରେ କଷ୍ଟ ପାଉଛୁ। ତବେ ଆସନ୍ତା କାଲି?
କଣ ଘଟିବ?
ଏହା କେବଳ ଏକ ଟ୍ରେଲର।
ପୂର୍ଣ୍ଣ ଛବି ତ ନିଶ୍ଚିତ ଖୁବ୍ ଶୀଘ୍ର ଆସିବ।
କାରଣ ଏପରି ବହୁତ କ୍ଷେତ୍ର ଅଛି ଯେଉଁଠାରେ ‘ଇଣ୍ଡିଗୋ’ ପରି ଏକାଧିକାରୀ ସାମ୍ରାଜ୍ୟ ଗଢ଼ି ଆସୁଛି- ଟେଲିକମ୍, ସିମେଣ୍ଟ୍, ବ୍ୟାଙ୍କିଂ, ଡିଜିଟାଲ ପେମେଣ୍ଟ, ଟେକ୍ ଇତ୍ୟାଦି।
ଟେଲିକମ୍: ଦୁଇ କମ୍ପାନୀରେ ଦେଶର ଶ୍ୱାସ
୧୦-୧୨ ବର୍ଷ ପୂର୍ବେ ଭାରତର ଟେଲିକମ୍ ବଜାରରେ ଥିଲା ପ୍ରତିଯୋଗୀତା।
ଆପଣ ମନେ ପକାଇପାରିବେ—
• କମ୍ପାନୀମାନେ ଅସୀମ ଅଫର ଦେଉଥିଲେ
• ବିନା କାଗଜପତ୍ରରେ ମିଳୁଥିବା ସିମ୍
• ଅନେକ ଅପ୍ସନ୍
ଆଜି?
କେବଳ ଦୁଇ ପ୍ରତିଯୋଗୀ:
• ଜିଓ — ବଜାର ଅଂଶ ୪୧.୨୪%
• ଏୟାରଟେଲ୍ — ବଜାର ଅଂଶ ୩୩.୫୩%
ମୋଟେ ୭୪% ବଜାର ଦୁଇ ବ୍ୟକ୍ତିଙ୍କ ଦଖଲରେ।
ଭୋଡାଫୟନ-ଆଇଡିଆ—ନାମରେ ଥିଲେ ମଧ୍ୟ, ଗଣନାରେ କ୍ଷୀଣ।
ଏଠି ଚିନ୍ତା ଅନ୍ୟ ପ୍ରକାରର
ଯଦି ଆଗାମୀ କୌଣସି ଦିନ—
• ସାଇବର ଆକ୍ରମଣ
• ନେଟୱାର୍କ ଧ୍ୱଂସ
• ବୃହତ୍ ଟେକ୍ ବିଭ୍ରାଟ
• ଟାୱାର ମାନିଫାକ୍ଚରିଂ ତ୍ରୁଟି
କିମ୍ବା ଯେକୌଣସି ପ୍ରସଙ୍ଗରେ
ଏହି ଦୁଇଟି ନେଟୱାର୍କ ୨୪–୪୮ ଘଣ୍ଟା ଏକାଥରେ ଡାଉନ୍ ହୋଇଯାଏ?
ତେବେ କି ହେବ?
• ୟୁପିଆଇ ପେମେଣ୍ଟ ବନ୍ଦ
• ଇଣ୍ଟରନେଟ୍ ବ୍ୟାଙ୍କିଂ ଡାଉନ
• ହସ୍ପିଟାଲ ରେକର୍ଡ ଆକ୍ସେସ ବନ୍ଦ
• ରେଳବାଇ–ଫ୍ଲାଇଟ୍ ବୁକିଂ ବନ୍ଦ
• ଅନଲାଇନ୍ ଔଷଧ ବିତରଣ ବନ୍ଦ
• ପିଲାମାନଙ୍କ ଅନଲାଇନ୍ କ୍ଲାସ ବନ୍ଦ
• କାର୍ଯ୍ୟାଳୟ କାମ ବନ୍ଦ
ସମ୍ପୂର୍ଣ୍ଣ ଦେଶର ଚକ୍ର ଠପ୍।
ଏହା କେବଳ ବ୍ୟବସାୟିକ ଭୁଲରେ ନା?
ନା।
ଏହା ଜାତୀୟ ବିପଦ।
ସାଇବର ସୁରକ୍ଷା ଠାରୁ ଆର୍ଥିକ ସୁରକ୍ଷା ପର୍ଯ୍ୟନ୍ତ- ସବୁକିଛି ଏଥିରେ ଅବଲମ୍ବିତ।
ସିମେଣ୍ଟ ଶିଳ୍ପ: ଘର ନିର୍ମାଣ ଏବେ ବିଳାସ!
ଭାରତର ସିମେଣ୍ଟ ଶିଳ୍ପ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉଦାହରଣ।
ଅଲଟ୍ରାଟେକ ପକ୍ଷରେ ଆଜି ୧୮୩-୧୯୦ ମିଲିୟନ୍ ଟନ୍ କ୍ଷମତା।
ଏକାଥରେ-ଦେଶର ସମ୍ମୁଦାୟ କ୍ଷମତାର ୨୫%।
ଭାବନ୍ତୁ-
ଏତେ ବଡ଼ ଉତ୍ପାଦକ ଯଦି ଅନ୍ୟ ଦୁଇ–ତିନି କମ୍ପାନୀ ସହିତ ମିଶି ୮–୧୦% ମୂଲ୍ୟ ବଢ଼ାଇଦିଏ? ତେବେ ଗ୍ରେହକଙ୍କ ଅବସ୍ଥା କ’ଣ ହେବ?
କାହିଁକି ନୁହେଁ?
ବଜାର ତାଙ୍କର ହାତରେ।
ଏହାର ସିଧାସଳଖ ପ୍ରଭାବ-
• ଘର ନିର୍ମାଣ ଖର୍ଚ୍ଚ ପ୍ରତ୍ୟକ୍ଷ ବଢ଼ିବ
• ମଧ୍ୟବିତ୍ତର ସ୍ୱପ୍ନ ଘର ଅପହଞ୍ଚ ହୋଇଯିବ
• ଘର ଆବଶ୍ୟକତାରୁ ବିଳାସୀ ଶ୍ରେଣୀକୁ ପହଞ୍ଚିଯିବ
• ନିର୍ମାଣ ଶିଳ୍ପ ଧୀରେ ଧୀରେ ଶ୍ୱାସରୋଧ ହେବ
• ରୋଜଗାର ପ୍ରଭାବିତ ହେବ
ସରକାର କଣ କହିବ?
“ବଜାର ନିଷ୍ପତ୍ତି ନେବ।”
କିନ୍ତୁ ବଜାର ଯଦି କିଛି ଅଳ୍ପ ଘରୋଇ କମ୍ପାନୀଙ୍କ ହାତରେ ରହିବ-
ତେବେ କାହାର ବଜାର ହେବ?
କାହା ସହିତ ପ୍ରତିସ୍ପର୍ଦ୍ଧା ହେବ?
ଗ୍ରାହକ ହିତ କିଏ ଦେଖିବ?
ଏହା ଏକ ନିରବ ବିପ୍ଳବ—ଯେଉଁଠାରେ ପ୍ରଜା ନୁହେଁ, କମ୍ପାନୀ ନିଷ୍ପତ୍ତି କରୁଛନ୍ତି
ବିଶ୍ୱର ଅନେକ ଦେଶରେ କେବଳ ଗୋଟିଏ କମ୍ପାନୀ ୪୦–୫୦% ଠାରୁ ଅଧିକ ସେୟାର ଦଖଳ କଲେ ଆଣ୍ଟି-ଟ୍ରଷ୍ଟ ଆକ୍ସନ୍ ତୁରନ୍ତ ହୁଏ।
ସରକାର ତଦନ୍ତ କରେ, ଶାସନ ଲାଗେ, ଦଣ୍ଡ ହୁଏ, ବିଭାଜନ ସୁପାରିଶ ହୁଏ।
କିନ୍ତୁ ଭାରତ?
ସବୁ ଦେଖୁଛି।
କିନ୍ତୁ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ କହିବା ଦୁର୍ଲଭ।
କାହିଁକି?
କାରଣ ଅର୍ଥନୀତି ବୃଦ୍ଧିର ଦୃଷ୍ଟିରେ ଏମିତି ବଡ଼ କମ୍ପାନୀଙ୍କୁ ବିରୋଧ କରିବା ସରକାର ପାଇଁ ‘ରାଜନୈତିକ ଓ ଆର୍ଥିକ ଜୁଆ’।
କିନ୍ତୁ ବାସ୍ତବତା ହେଉଛି-
ପୁଞ୍ଜିର ଏକାଧିକାର ଦେଶକୁ ଅନ୍ଧକାର ଦିଗକୁ ନେଇଯାଉଛି।
ଏକାଧିକାର—ଦେଶରେ କିପରି ଲୋକତନ୍ତ୍ରକୁ ବିପଦରେ ପକାଏ?
୧. ଗ୍ରାହକ ହିତ ଶୂନ୍ୟ
ଯେତେବେଳେ ଦୁଇ ଖେଳାଳି ୭୦–୮୦% ବଜାର ଦଖଲ କରନ୍ତି-
ଗ୍ରାହକ ପାଖରେ ବିକଳ୍ପ ରହେ ନାହିଁ।
୨. ସରକାରୀ ନୀତିରେ ପ୍ରଭାବ
ବଡ଼ କଂପାନୀ ହାତ ମିଳାଇଛନ୍ତି, ଲବି ଚାଲିଛି।
ନିୟମ ତାଙ୍କ ହାତରେ।
୩. ମଧ୍ୟମ ଓ କ୍ଷୁଦ୍ର ଉଦ୍ୟମର ନଷ୍ଟ
ବଡ଼ କମ୍ପାନୀମାନେ ଦାମ କମାଇ ବଜାରକୁ ନିଜ କରିନେଇଥାନ୍ତି।
ପରେ ଦାମ ବଢ଼େ।
କ୍ଷୁଦ୍ର କମ୍ପାନୀ ବନ୍ଦ ହୁଏ, ଗ୍ରାହକଙ୍କ ଅବସ୍ଥା ବନ୍ଧକ ଭଳି ।
୪. ଜାତୀୟ ସୁରକ୍ଷାକୁ ବିପଦ
ଟେଲିକମ୍, ବିମାନ, ଡିଜିଟାଲ ପେମେଣ୍ଟ, ସିମେଣ୍ଟ ପରି ବେସ୍ଟାଖାନା କ୍ଷେତ୍ରଗୁଡିକ ଦେଶର ବୃହତ୍ ଭିତ୍ତି।
ଗୋଡିଏ ସାମାନ୍ୟ ତ୍ରୁଟିରୁ ସମଗ୍ର ଦେଶ ହଇରାଣ।
ଆଗାମୀ ଇଣ୍ଡିଗୋ କିଏ?
ଏହା ସବୁଠାରୁ ବଡ଼ ପ୍ରଶ୍ନ।
ଏବେ ଲୋକମାନଙ୍କ ମନରେ ଭୟ-
“ପରବର୍ତ୍ତୀ ଇଣ୍ଡିଗୋ କିଏ? କେଉଁ କ୍ଷେତ୍ରରେ?”
• ଡିଜିଟାଲ ପେମେଣ୍ଟ?
• ଇ-କମର୍ସ?
• ପେଟ୍ରୋକେମିକାଲ?
• ବ୍ୟାଙ୍କିଂ?
• ହାଇୱେ କନଷେସନ୍?
• ଟ୍ରାନ୍ସପୋର୍ଟ?
ଯେଉଁ କ୍ଷେତ୍ରରେ ୫୦% ଠାରୁ ଅଧିକ ବଜାର ଗୋଟିଏ କମ୍ପାନୀର-
ସେଠାରେ ଆଜିର ଇଣ୍ଡିଗୋ-
କାଲି ଅନ୍ୟ ନାମରେ ଆସିପାରେ।
ସରକାର ଏବଂ ନିୟାମକଙ୍କ ଭୂମିକା—ବଡ଼ ପ୍ରଶ୍ନ
ଭାରତକୁ ଆବଶ୍ୟକ—
1. କଡ଼ା ଆଣ୍ଟି-ମନୋପଲି ଆଇନ
2. ବଜାର ଲିମିଟ୍—୫୦% ଠାରୁ ଅଧିକ ଅଂଶ ନାହିଁ
3. ସରକାରୀ ନୀତିର ସ୍ୱଚ୍ଛତା
4. ଲବିଙ୍ଗ ଏବଂ ପ୍ରଭାବକୁ ସୀମିତ କରିବା
5. ଡିଜିଟାଲ ଓ ଟେଲିକମ୍ ଇନଫ୍ରାର ବିକେନ୍ଦ୍ରୀକରଣ
6. କ୍ଷୁଦ୍ର ଓ ମଧ୍ୟମ ଖେଳାଳିଙ୍କୁ ସୁରକ୍ଷା
ନ ହେଲେ ଭାରତର ଅର୍ଥନୀତି- ଉନ୍ନତି ନୁହେଁ ଦାନବୀୟ ପୁଞ୍ଜୀବାଦର ବନ୍ଦୀଶାଳା ହୋଇଯିବ।
ଇଣ୍ଡିଗୋର ଘଟଣା ଆଜି ଯେଉଁ ଅସୁବିଧା, ଅସନ୍ତୋଷ, ଅବ୍ୟବସ୍ଥା ତିଆରି କଲା- ଏହା ବଡ଼ କାହାଣୀର ସେମିକଲନ୍।
ଶେଷ ନୁହେଁ।
ଏହା ସୂଚନା- ଦେଶର ଭିତ୍ତିରେ ଏକ ଅଦୃଶ୍ୟ ବିପଦ।
ଏକାଧିକାରୀ କମ୍ପାନୀମାନେ କେବଳ ବଜାର ଦଖଲ କରୁନାହାନ୍ତି; ଦେଶର ନିୟମ, ନୀତି, ମନୋଭାବ, ଭବିଷ୍ୟତ ସ୍ୱାଧୀନତାକୁ ମଧ୍ୟ ନିଜ ହାତରେ ନେଉଛନ୍ତି।
ଆଜି ଦେଖୁଛୁ-
କାଲି ଭୋଗିବୁ।
ଯଦି ସମୟରେ ନିୟନ୍ତ୍ରଣ ଲାଗିନଥାଏ,
ତେବେ ଭାରତର ନାଗରିକମାନେ-
ଆଜିର ଇଣ୍ଡିଗୋ,
କାଲିର ଜିଓ,
ଅଲଟ୍ରାଟେକ୍- ଏଭଳି ‘କର୍ପୋରେଟ୍ ସମ୍ରାଟ’ମାନଙ୍କ ନିରବ ଦାସ ହୋଇପଡ଼ିବେ।
ଏବଂ ଏହି ସଂକେତକୁ- ସମୟରେ ଧରିବ ନାହିଁ ମାନେ ଭବିଷ୍ୟତକୁ ଅନ୍ଧକାରରେ ଛାଡ଼ିଦେବ।
AlsoRead; https://purvapaksa.com/salary-hike-of-mlas-in-odisha-is-the-highest-in-the-country/


