ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଦୀପିକା ପାଦୁକୋନ ଏବଂ ସୋନମ କପୁରଙ୍କ ପରି ବଲିଉଡ୍ ତାରକାମାନେ ଦୀର୍ଘ ସମୟ ଧରି କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ସେମାନଙ୍କର କାମ ପାଇଁ ନୁହେଁ ବରଂ ନିଜର ଡ୍ରେସ ଓ ଷ୍ଟାଇଲ ପ୍ରଦର୍ଶନ କରିବାର ଏକ ମଞ୍ଚ ଭାବରେ ବାଛି ନେଇଛନ୍ତି । କାରଣ ସେମାନେ ସେମାନଙ୍କ ଚଳଚ୍ଚିତ୍ରରେ କରୁଥିବା ଅଭିନୟ ଅପେକ୍ଷା, ନିଜର ପ୍ରସୋନାଲିଟିକୁ ସ୍ମାର୍ଟ ଓ ଏଟ୍ରାକ୍ଟିଭ କରିଥାନ୍ତି ।
୨୦୦୨ ମସିହାରୁ କାନ୍ସ ଫେଷ୍ଟିଭାଲରେ ଜଣେ ଅଭିଜ୍ଞ ଅଭିନେତ୍ରୀ ଭାବରେ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କର ପରିଚୟ ଅଛି । “ଯୋଦ୍ଧା ଆକବର” ହେଉ କି “ଏ ଦିଲ୍ ହେ ମୁସ୍କିଲ୍” । ଖାଲି ଫିଲ୍ମ ନୁହେଁ ଏମିତି ଅନେକ ବଡ଼ ବଡ଼ ବ୍ରାଣ୍ଡ ପାଇଁ କାମ କରି ଐଶ୍ୱର୍ଯ୍ୟା ରାୟ ଅନେକ ଥର ରେଡ୍ କାର୍ପେଟ୍ କୁଇନ ଭାବେ ନିଜ ପରିଚୟ ବାନେଇଛନ୍ତି । ଐଶ୍ୱର୍ଯ୍ୟାଙ୍କୁ ସବୁ ଏଵେ କପି କରୁଛନ୍ତି କିନ୍ତୁ ଐଶ୍ୱର୍ଯ୍ୟା ରେଡ କାର୍ପେଟ ଓ ଗ୍ଲାମର ଖେଳ ୨000 ମସିହାରୁ ଖେଳି ଆସୁଛନ୍ତି । ତେବେ ଚାଲନ୍ତୁ ଏଵେ ଆଲୋଚନା କରିବା ଐଶ୍ୱର୍ଯ୍ୟାଙ୍କ କଷ୍ଟ୍ୟୁମ୍ ଉପରେ ।
୨୦୨୨ ମସିହାରେ ଐଶ୍ୱର୍ଯ୍ୟା ଏକ କଷ୍ଟମ୍ ଗୌରବ ଗୁପ୍ତା କାଉଚର ଗାଉନ୍ ପିନ୍ଧିଥିଲେ । ଯେଉଁଥିରେ ସେ କମ ଗହଣା ପିନ୍ଧିଥିଲେ । ସେହିପରି ୨୦୨୫ ମସିହାରେ ଦେଖାଯାଇଥିବା ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ମନୀଷ ମାଲହୋତ୍ରାଙ୍କ ଦ୍ୱାରା ନିର୍ମିତ ଏକ ବନାରସୀ ଶାଢ଼ି ପିନ୍ଧିଥିଲେ । ଯାହା ତାଙ୍କ ହାଇ ଜୁଏଲାରୀ ଲାଇନର ରୁବି ଅଳଙ୍କାର ସହିତ ଯୋଡି ହୋଇଥିଲା । କେବଳ ଶାଢ଼ିର ମୂଲ୍ୟ ୧୫-୨୦ ଲକ୍ଷ ଏବଂ ଏହାର ୫୦୦ କ୍ୟାରେଟ୍ ରୁବି ଅଳଂକାର ସେ ପିନ୍ଧିଥିଲେ । ଯାହାର ଦାମ ଏକ କୋଟି ଉପରେ ଥିଲା ।
ସେହିପରି ଦୀପିକା ପାଦୁକୋନ୍ ମଧ୍ୟ୍ୟ ଐଶ୍ୱର୍ଯ୍ୟାଙ୍କ ପରି ଲୋରିଆଲ୍ ର ଆମ୍ବାସଡର । କାନ୍ସର ଗ୍ଲାମରକୁ ସିନେମାଟିକ୍ ଅପେକ୍ଷା ଦୀପିକା ଅଧିକ ଗୁରୁତ୍ୱ ଦେଇଛନ୍ତି । ପଦ୍ମାବତ୍ କିମ୍ବା ବାଜିରାଓ ମସ୍ତାନି ଭଳି ଫିଲ୍ମରେ କାମ କରି ଦୀପିକାଙ୍କର ଅନେକ ଚର୍ଚ୍ଚା । କିନ୍ତୁ ସମାଲୋଚକମାନେ ଦୀପିକାଙ୍କର ଫିଲ୍ମ ଲାଇଫ ଅପେକ୍ଷା ବିଳାସପୂର୍ଣ୍ଣ ସେଟ୍ ଉପରେ ସେମାନଙ୍କର ନିର୍ଭରଶୀଳତା ଉପରେ ଆଲୋଚନା କରନ୍ତି ।
୨୦୨୨ ମସିହାରେ କାନ୍ସରେ ଦୀପିକା ଏକ କଳା ଏବଂ ସୁନା ସିକ୍ୱିନ୍ ସବ୍ୟସାଚୀ ଶାଢ଼ି ପିନ୍ଧିଥିଲେ । ଯାହାର ମୂଲ୍ୟ ୫-୭ ଲକ୍ଷ ଥିଲା । ଏବଂ ସବ୍ୟସାଚୀଙ୍କ ବେଙ୍ଗଲ ରୟାଲ କଲେକ୍ସନରୁ ଷ୍ଟେଟମେଣ୍ଟ ଅଳଙ୍କାର ସହିତ ଯୋଡ଼ି ହୋଇଥିଲା । ଯାହାର ମୂଲ୍ୟ ୧୦-୧୫ ଲକ୍ଷ ଥିଲା । ସେହିପରି ସୋନମ କପୁର, ଯିଏ ତାଙ୍କ ଫ୍ୟାଶନ୍-ଫରୱାର୍ଡ ଇମେଜ୍ ପାଇଁ ଜଣାଶୁଣା । ୨୦୧୮ରେ ସେ ଏକ କଷ୍ଟମ୍ ରାଲ୍ଫ ଆଣ୍ଡ ରୁସୋ ଲେହେଙ୍ଗା ପିନ୍ଧିଥିଲେ । ଯାହାର ମୂଲ୍ୟ ୨୦-୨୫ ଲକ୍ଷ ଥିଲା । ତାଙ୍କର ୨୦୧୭ ରେ ବେବି ପିଙ୍କ୍ ଏଲି ସାବ୍ ଗାଉନ୍ । ଯାହା କଲ୍ୟାଣ ଜୁଏଲସ୍ ଦ୍ୱାରା ଚଣ୍ଡେଲିୟର୍ କାନଫୁଲ ସହିତ ଷ୍ଟାଇଲ୍ କରାଯାଇଥିଲା, ତାହାର ମୂଲ୍ୟ ପ୍ରାୟ ୧୫,୦୦୦-୨୫,୦୦୦ ଡାଲାର ଥିଲା ।
ALSO READ https://purvapaksa.com/schools-colleges-may-close-again/
Schools, colleges may close again II ପୁଣି ବନ୍ଦ ହୋଇପାରେ ସ୍କୁଲ , କଲେଜ !