ରାଜ୍ୟରେ ଏବେ ବଢିପାରେ ପଞ୍ଚାୟତ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ମୋଟ ପଞ୍ଚାୟତ ସଂଖ୍ୟା ୬,୭୯୪ ଅଛି । ଆଉ ଏବେ ଏହି ସଂଖ୍ୟା ବଢିପାରେ । ଯାହାକୁ ନେଇ ଖୁବଶୀଘ୍ର ଆରମ୍ଭ ହେବ ସର୍ଭେ । ଆଉ ଏବେଠୁ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି । କିଏ କେଉଁ ପଞ୍ଚାୟତରେ ରହିବେ ତାର ଠିକଣା ନାହିଁ । ସର୍ଭେ ହିସାବରେ ନୁଆ ପଞ୍ଚାୟତ ଗଠନ ହେଲେ ପ୍ରାୟ ସବୁ ପଞ୍ଚାୟତର ରୁପରେଖ ବଦଳିବ । ଫଳରେ ଅଧିକାଂଶ ପଞ୍ଚାୟତରେ ଦବଦବା ରଖୁଥିବା ନେତାଙ୍କ ହାତରୁ ହୁଏତ ସେମାନଙ୍କ ପ୍ରିୟ ୱାର୍ଡ ଖସିଯିବ । ଆଉ ସେ ଅଞ୍ଚଳରେ ନୁଆ ନେତା ସୃଷ୍ଟି ହେବେ । ତେବେ ଏତେ ସବୁ ଭିତରେ କାହାର ଅଧିକ ଲାଭ ହେବ ଆଉ କ୍ଷତି ସହିବ ତାରି ଉପରେ ଆଜିର ଚିନୁ କଥା । ତା ସହ ଆମ ଚ୍ୟାନେଲକୁ ଲାଇକ ସେୟାର ଆଉ ଫୋଲୋ କରିବାକୁ ଜମାରୁ ବି ଭୁଲିବେ ନାହିଁ ।
କଥାରେ ଅଛି ମୁଳୁମାରିଲେ ଯିବ ସରି ଦେବଙ୍କ ସାଙ୍ଗେ କିମ୍ପା କଳି । ଏ ଉକ୍ତି ଟି ପୁରା ଫିଟ ବସୁଛି ଆଜିର ରାଜନୀତିକୁ ନେଇ । ପୁର୍ବରୁ ଏହି ନୀତି ଆପଣାଇଥିଲେ ପ୍ୟାରୀମୋହନ ମହାପାତ୍ର । ଯାହା ପାଇଁ ବିଜେଡିକୁ ହରାଇବା ବିରୋଧିଙ୍କ ପାଇଁ କାଠିକର ପାଠ ହୋଇଗଲା । ସେ ସମୟର ରାଜନେତାମାନେ କୁହନ୍ତି କି କଂଗ୍ରେସର ଗଡକୁ ସବୁ କେମିତି ଭାଙ୍ଗି ଦିଆଗଲା । ପାଞ୍ଚଟା ସାତଟା ପଞ୍ଚାୟତକୁ ଏ ନିର୍ବାଚନ ମଣ୍ଡଳୀରୁ ଆଣି ସେ ନିର୍ବାଚନ ମଣ୍ଡଳୀରେ ପୁରାଇ କଂଗ୍ରେସର ଗଡକୁ ଫାଳ ଫାଳ କରିଦିଆଗଲା । ଯାହା ପାଇଁ ଏବେବି ତୃଣମୁଳସ୍ତରରେ କଂଗ୍ରେସର ଗଡ ମଜବୁତ ହୋଇପାରୁନି । ଆଉ ଏବେ ବିଜେପି ପାଳି ପଡିଛି । ମନମୋହନ ରାଜ୍ୟ ସଭାପତି ହେବା ପରେ ଯାହା ଆଶା କରାଯାଉଥିଲା ସେଇଆ ହିଁ ହେବାକୁ ଯାଉଛି । ଏବେ ବିଜେପି ତାର ଅସଲି ଖେଳ ଆରମ୍ଭ କରିଛି । ଢେର ଦିନ ଧରି ଚର୍ଚ୍ଚା ହେଇ ଆସୁଥିବା ଆଲୋଚନାକୁ ସତ ରୁପ ଦେବା ପାଇଁ ପ୍ରୋସେସ ଆରମ୍ଭ ହୋଇଛି ।
ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । ଆମର ପ୍ରସଙ୍ଗ ଥିଲା ପଞ୍ଚାୟତ ବଢିଲେ ଲାଭ କାହାର ? ରାଜନୈତିକ ମହଲର ଚର୍ଚ୍ଚା ଅନୁସାରେ ରାଜ୍ୟରେ ଯଦି ପଞ୍ଚାୟତ ବଢେ ତେବେ ନିହାତି ବିଜେପି ପାଇଁ ହିଁ ଫାଇଦା ହେବ । କିନ୍ତୁ ତା ଭିତରେ ବି ଗୋଟେ ପେଞ୍ଚ ଅଛି । ଏବେ ରାଜ୍ୟରେ ଅଫିସରମାନେ କେମିତି ବିଜେପି ନେତା ମନ୍ତ୍ରୀଙ୍କ କଥା ଶୁଣୁଛନ୍ତି ତାହା ଲୋକେ ସବୁ ଦେଖୁଛନ୍ତି । ଏଭଳି ସ୍ଥଳେ ବିଜେପି ନେତା ଆଉ କର୍ମ୍ମୀମାନଙ୍କ ହିସାବରେ ଯଦି ସର୍ଭେ ହୁଏ ଅର୍ଥାତ ସର୍ଭେ ସାମାନ୍ୟତମ ଏପଟ ସେପଟ ହୁଏ କି ଆପଣ ଏଭଳି ବି ଭାବିପାରନ୍ତି କି ବିଜେଡିକୁ ସୁହାଇଲା ଭଳି ଯଦି ସର୍ଭେ ହୁଏ ତେବେ କଥା ସରିଲା । ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଯିବ । ବିଜେପିକୁ ଫାଇଦା ହେବା ବଦଳରେ ବିଜେପି କ୍ଷତି ସହିବ ।
ତେବେ ଏଠି ପ୍ରଶ୍ନ ଆସୁଛି କେମିତି ବିଜେପିକୁ ଫାଇଦା ହେବ ?
ଢେର ଦିନ ଶାସନଗାଦିରେ ରହିବା ପରେ ତୃଣମୁଳ ସ୍ତରରେ ବିଜେଡି ନେତାମାନେ ନିଜର କିଛି କିଛି ପକେଟ ଭୋଟ ତିଆରି କରିସାରିଛନ୍ତି । ଏମିତି କିଛି ୱାର୍ଡ ଏମିତି ଅଛି କି ଯାହାକୁ ବିଜେଡିର ଗଡ ବୋଲି କୁହାଯାଇପାରେ । ଆଉ ଏହି ଗଡ ଗୁଡିକୁ ଭାଗ ଭାଗ କରିଦେଲେ ମୋଟା ଅଙ୍କର ଭୋଟ ବ୍ୟାଙ୍କ ଭାଙ୍ଗିବ । ଅର୍ଥାତ ଆଉ ଟିକେ ସରଳ ଭାଷାରେ କହିବାକୁ ଗଲେ । ମନେ କରନ୍ତୁ ଗୋଟେ ପଞ୍ଚାୟତରେ ୧୦ ଟି ୱାର୍ଡ ଅଛି ସେହି ପଞ୍ଚାୟତ ପାଖକୁ ପାଖ ଲାଗି ୪ଟି ୱାର୍ଡ ବିଜେଡିର ଗଡ ଅଛି । ଅନ୍ୟପକ୍ଷରେ ସେ ପଞ୍ଚାୟତକୁ ଲାଗି ଆଉ ଗୋଟେ ପଞ୍ଚାୟତର ୩ଟି ୱାର୍ଡର ଲୋକେ ବିଜେପିକୁ ଭୋଟ ଦିଅନ୍ତି । ତେବେ ଏଭଳି ସ୍ଥଳେ ଏବେ ପଞ୍ଚାୟତ ବଢିଲେ ଏ ପଞ୍ଚାୟତରୁ ଦୁଇଟି ସେ ପଞ୍ଚାୟତରୁ ଦୁଇଟି ୱାର୍ଡ ସହ ଆଉ କିଛି ୱାର୍ଡ ଆଣିକି ଯୋଡିଦେଲେ ନୁଆ ପଞ୍ଚାୟତଟିଏ ଗଠନ ହୋଇଯିବ । ଫଳରେ ଯେଉଁ ଚାରି ୱାର୍ଡକୁ ନେଇ ସେ ପଞ୍ଚାୟତ ଦିନେ ବିଜେଡିର ଦୁର୍ଗ ବୁଲାଉଥିଲା ତାହା ଆଉ ହୋଇ ପାରିବ ନାହିଁ । ଏବେ ଏହି ନୂଆ ଆଉ ପୁରଣା ପଞ୍ଚାୟତରେ ଫାଇଟ ଜୋରଦାର ହେବ । ତେଣୁ ମୋଟାମୋଟି ଭାବରେ କହିବାକୁ ବିଜେପିକୁ ହିଁ ଏହାର ଅଧିକ ଫାଇଦା ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖୁଛନ୍ତି ।
ALSO READ https://purvapaksa.com/odisha-to-undergo-panchayat-reorganization-before-2027/
Panchayat Reorganisation In Odisha By 2027 ।। ୨୦୨୭ ପୂର୍ବରୁ ସାରା ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ ହେବ
