Chicken Vs Fish: ଗରମରେ ଲୋକମାନେ ଜୁସ ଏବଂ ରସର ସେବନ ଅଧିକ କରନ୍ତି। ଏହି ଋତୁରେ ଲୋକେ ହାଲୁକା ଭୋଜନ କରିବାକୁ ଅଧିକ ପସନ୍ଦ କରନ୍ତି। କାରଣ ଏହି ଋତୁରେ ପାଚନ ପ୍ରକ୍ରିୟା ଧୀରେ ହୋଇଯାଏ। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଲୋକେ ଜଳୀୟ ଦ୍ରବ୍ୟ ଅଧିକ ବ୍ୟବହାର କରନ୍ତି।
କିନ୍ତୁ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ନନଭେଜ ପାଇଁ ଶୋକିନ ଥାନ୍ତି। ଏମିତିରେ ଏହି ଲୋକମାନେ ଗରମରେ ମଧ୍ୟ ନନଭେଜ ଖାଇବାକୁ ଭଲ ପାଇଥାନ୍ତି। ହେଲେ କ’ଣ ଗରମରେ ନନଭେଜ ଖାଇବା ଠିକ କି ? ଆସନ୍ତୁ ଜାଣିବା ଗରମ ଦିନରେ ମାଛ ନା ମାଂସ କେଉଁ ଜିନିଷ ଟି ଆମ ପାଇଁ ଭଲ ?
ଗରମରେ ମଛ ଖାଇବାର ଲାଭ
ମାଛରେ ପ୍ରୋଟିନ୍ ଥାଏ ଯାହା ଆମ ଖାଦ୍ୟକୁ ସହଜରେ ପଚାଇଥାଏ। ମାଛରେ ମିଳିଥିବା ଓମେଗା-3 ଫ୍ୟାଟି ଏସିଡ୍ ହୃଦୟ ପାଇଁ ଲାଭକାରୀ। ମାଛ ଖାଇଲେ ଶରୀରରେ ଉତ୍ତାପ ଉତ୍ପନ୍ନ ହୁଏ ନାହିଁ। ମାଛ ଖାଇଲେ ଥାୟରୋଇଡ୍ ଫଙ୍କ୍ସନ୍ କୁ ସୁଧାରିବାରେ ସହାୟତା ମିଳେ।
ଗରମରେ ଚିକେନ୍ ଖାଇବାର ଲାଭ
ଚିକେନ୍ ଖାଇବା ଦ୍ୱାରା ହାଡ଼ ବଳଶାଳୀ ହୁଏ। ସାଥିରେ ଏହା ଆମ ମାଂସପେଶୀକୁ ମଧ୍ୟ ଠିକ ରଖିଥାଏ । ଚିକେନ୍ରେ ସୁସ୍ଥ ଚର୍ବି ଥାଏ, ଯାହାଦ୍ୱାରା ଶରୀରକୁ ମଧ୍ୟ ସୁସ୍ଥ ଚର୍ବି ମିଳେ। ଚିକେନ୍ରେ ପ୍ରୋଟିନ୍ର ପରିମାଣ ମଧ୍ୟ ଅଧିକ ଥାଏ । ଚିକେନ୍ ଖାଇବା ଦ୍ୱାରା ଶରୀର ଏନର୍ଜେଟିକ୍ ରହିଥାଏ।
ଗରମରେ ଚିକେନ ବା ମାଛରେ କେଉଁଟିର ବ୍ୟବହାର ଶ୍ରେଷ୍ଠ?
ଆହୁରି ଏହି ପ୍ରଶ୍ନ ଉଠୁଛି କି ଗରମରେ ଚିକେନ କିମ୍ବା ମାଛ କେମିତି ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। କୁହାଯାଏ ଯେ, ଗରମରେ ଚିକେନ ଏବଂ ମାଛ ମଧ୍ୟରେ ମାଛ ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ବାସ୍ତବରେ, ମାଛରେ ଥିବା ପ୍ରୋଟିନ୍କୁ ସହଜରେ ପଚାଇଯାଇପାରିବ। ଗରମରେ ଆମ ପଚାନା ପ୍ରକ୍ରିୟା ମଧ୍ୟ ବହୁତ ଧିରେ ହୋଇଯାଇଥାଏ। ଏହି ପରିସ୍ଥିତିରେ ମାଛ ଖାଇବା ଭଲ।
କାରଣ ମାଛକୁ ପଚାଇବା ପାଇଁ ଆମ ଶରୀରକୁ ଅଧିକ ମେହନତ କରିବାକୁ ପଡ଼ି ନଥାଏ । ସେଥିପାଇଁ ମାଛ ତିଆରି କରୁଥିବା ସମୟରେ କମ୍ ତେଲ ଏବଂ ମସାଲା ବ୍ୟବହାର କରିବା ଦରକାର। ଏହା ସହିତ ପର୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ଚିକେନ ଖାଇଲେ ଶରୀରରେ ଉତ୍ତାପ ଉତ୍ପନ୍ନ ହୋଇଥାଏ। ତେଣୁ ଗରମରେ ଚିକେନ ବଦଳରେ ମାଛ ଖାଇବା ଅଧିକ ଭଲ ।