କୁଆଡେ ଗଲେ ବିଜେଡ଼ିର କୁହାଳିଆ ମୁଖପାତ୍ର । ମୁଖପାତ୍ରଙ୍କ ମୁହଁରେ ଲାଗିଛି ତାଲା । ପୂର୍ବରୁ ବିଜେଡ଼ି ସରକାର ସମୟରେ ବିଭିନ୍ନ ପ୍ରସଙ୍ଗରେ ଆସି ରଡ଼ି ଛାଡୁଥିବା ବେଳେ ଏବେ ସେମାନଙ୍କ ମୁହଁରେ ଏକ ଦମ୍ ତୁଣ୍ଡି ପଡ଼ିଯାଇଛି । ଆଉ ଶଙ୍ଖଭବନରେ ସେମାନଙ୍କ ପାଟି ଶୁଭୁନି କି ପ୍ରେସ ମିଟ କରି ଆଉ ବିଜେପି ଉପରେ ବର୍ଷୁନାହାଁନ୍ତି । ବିଜେଡ଼ି ହାରିବା ପରେ ସେମାନଙ୍କ ରଡ଼ି ଛାଡ଼ିବା ଏକ ରକମର ବନ୍ଦ ହୋଇଯାଇଛି ଯେମିତି । ତେବେ ଆମେ କହୁଛୁ ବିଜେଡ଼ି ସରକାର ସମୟରେ କିଛି ଆଗ ଧାଡ଼ିର ମୁଖ ପାତ୍ରଙ୍କ କଥା । ସେମାନଙ୍କ ମଧ୍ୟରେ ଲେନିନ ମହାନ୍ତି ,ଇସ୍ପିତା ସାହୁ ,ସୋୟମ ପ୍ରକାଶ ମହାପାତ୍ର ,ସସ୍ମିତ ପାତ୍ର । ନିର୍ବାଚନ ସମୟରେ ଏମାନେ ମିଡିଆ ଆଗରେ ବିଭିନ୍ନ ସମୟରେ ତଥ୍ୟ ରଖୁଥିବା ବେଳେ ହାରିବା ପରେ ନବୀନଙ୍କ ଏମାନଙ୍କ ଉପରୁ ବୋଧେ ଭରସା ଉଠିଯାଇଥିବା ଚର୍ଚ୍ଚା ହେଉଛି ।
ଦଳର ଶୋଚନୀୟ ପ୍ରଦର୍ଶନ ପରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ବିଜୁ ଜନତା ଦଳ (ବିଜେଡି) ଏକ ନୂତନ ମୁଖପାତ୍ର ପ୍ୟାନେଲ ଗଠନ କରିଥିଲା । ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରେ ବଡ଼ ପରିବର୍ତନ କରିଥିଲେ । ଶ୍ରୀ ପଟ୍ଟନାୟକ ପାଞ୍ଚ ଜଣ ନେତାଙ୍କୁ ଏହାର ନୂତନ ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଥିଲେ । ରାଜ୍ୟରେ ବିରୋଧୀ ଦଳର ନୂତନ ଜାତୀୟ ମୁଖପାତ୍ର ଭାବେ ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂହ ଦେଓ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ପ୍ରଦୀପ କୁମାର ମାଝୀ । ସେହିପରି, ନୂତନ ଭାବରେ ଯୋଗ ଦେଇଥିବା ବରିଷ୍ଠ ବିଜେଡି ନେତା ସଂତୃପ୍ତ ମିଶ୍ରଙ୍କୁ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବରେ ନିଯୁକ୍ତ ଦେଇଥିଲେ ।
ଏହା ଛାଡ ବିଜେଡି ମଧ୍ୟ ୧୪ ଜଣ ନେତାଙ୍କୁ ରାଜ୍ୟ ମୁଖପାତ୍ର ଭାବରେ ନିଯୁକ୍ତ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରସନ୍ନ ପ୍ରସନ୍ନ ଆଚାର୍ଯ୍ୟ , ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର , ପ୍ରତାପ ଦେବ, ଅରୁଣ ସାହୁ , ଦେବୀ ରଂଜନ ତ୍ରିପାଠୀ, ଲେଖଶ୍ରୀ ସାମନ୍ତସିଂହର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମଝି , ଭୃଗୁବକ୍ସିପାତ୍ର ସାମିଲ କରାଯାଇଥିଲା । ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଏବଂ ସ୍ୱୟମ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡିଆ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଲେଲିନ୍ ମହାନ୍ତି ଏବଂ ପ୍ରିୟବ୍ରତ ମାଝି ମିଡିଆ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଥିଲା ।
ALSO READ https://purvapaksa.com/hina-tied-the-knot/