କଂଗ୍ରେସ ଏବେ କରିବ କଣ ? ବିଭିନ୍ନ ସମୟରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ସରକାରଙ୍କୁ ରଖେଇ ଥୋଇ ଦେଉନଥିବା ବେଳେ ଏବେ କଂଗ୍ରେସ ସଭାପତି ଉଦିତ ପ୍ରଧାନ ବଳାତ୍କାର ମାମଲାରେ ଗିରଫ ହେବା ପରେ କଂଗ୍ରେସ ନାକରେ ପାଣି ପଶିଯାଇଛି । କଂଗ୍ରେସ ଆଉ କରିବା କଣ ? ପୂର୍ବରୁ କଂଗ୍ରେସ ନାରିସୁରକ୍ଷାକୁ ପ୍ରସଙ୍ଗକରି ବିଧାନସଭାରେ ସ୍ୱର ଉତଳନ କରିଥିବବା ବେଳେ ବିଧାନସଭାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ପରେ କଂଗ୍ରେସ ବରିଷ୍ଠ ନେତା ରାତି ସାରା ରାଜରାସ୍ତାରେ ବସିବା କଂଗ୍ରେସ ବିଧାୟକମାନେ ବିଧାନସଭାରେ ନ୍ୟାୟ ମାଗିବା ଭଳି ଅନେକ ଦୃଶ୍ୟ ନଜରିରେ ରହିଛି । ଏହା ଛଡା ନିକଟରେ ବାଲେଶ୍ୱର ଏଫଏମ ଛାତ୍ରୀ ସୈାମ୍ୟଶ୍ରୀଙ୍କ ପାଇଁ ସରକାରଙ୍କୁ ଘେରିବା କିଏ ନଦେଖିଛି । କିନ୍ତୁ ଏବେ କଂଗ୍ରେସ କଣ କରିବା କାହାକୁ କହିବ । ଆଜି ବଳାତ୍କାର ଅଭିଯୋଗରେ କଂଗ୍ରେସ ସଭାପିତି ଉଦିତ ପ୍ରଧାନ ଗିରଫ ହୋଇଛନ୍ତି । ତାଙ୍କୁ ମଞ୍ଚଶ୍ୱର ପୋଲିସ ଗତକାଲି ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି ।
ପିଡିତାଙ୍କ ଅଭିଯୋଗ ଅନୁସାରେ ମାର୍ଚ୍ଚ ୧୮ ତାରିଖରେ ପୀଡିତା ତାଙ୍କ ଜଣେ ବନ୍ଧୁଙ୍କ ସହ ସନ୍ଧ୍ୟାରେ ମାଷ୍ଟରକ୍ୟାନଟିନ ବୁଲିବାକୁ ଯାଇଥିଲେ ।ଏହି ସମୟରେ କଂଗ୍ରେସ ଛାତ୍ର ସଭାପତି ଉଦିତ ସେମାନଙ୍କ ଗାଡିରେ ବସିଥିଲେ । ଏହାପରେ ପୀଡିତାଙ୍କୁ ବୁଲାଇନେବା ବାହାନାରେ ଉଦିତ ମଞ୍ଚେଶ୍ୱରର ଏକ ହୋଟେଲକୁ ନେଇଯାଇଥିଲେ । ପୀଡିତାଙ୍କ ଅଭିଯୋଗ ଅନୁସାରେ ସେଠାରେ ଉଦିତ ଓ ଅନ୍ୟମାନେ ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ । ଉଦିତ ତାଙ୍କୁ ମୃଦୁପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେବାପରେ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହି ସମୟରେ ପୀଡିତା ଜଣକ ଘରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ଉଦିତ ତାଙ୍କୁ ଛାଡ଼ିନଥିଲେ । ପୀଡିତାଙ୍କୁ ଅଧିକମ ନିଶା ହୋଇଯିବା ପରେ ଉଦିତ ତାଙ୍କୁ ବଳତ୍କାର କରିଥିବା ଅଭିଯୋଗ ହୋଇଛି । ମଞ୍ଚେଶ୍ୱର ପୋଲିସ ଉଦିତଙ୍କୁ କୋର୍ଟ ଚାଲାଣ କରିବା ବୋଲି ଜଣାପଡିଛି ।
ତେବେ ବିଜେପି ସରକାରକୁ ଆସିବା ପରେ କଂଗ୍ରେସ ଏକ ଦୃଢ଼ ବିରୋଧି ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ଏବେ ସରକାରର ବିରୋଧି ସବୁ ଗୋଟିଏ ଘାଟରେ ବୁଡିଛନ୍ତି । କିଏ ଲୋକଙ୍କୁ ନ୍ୟାୟ ଦେବ ତାହା ଦେଖିବାକୁ ବାକି ରହିଛି । ଏବେ ଖାଲି ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହେବା ଛଡା ଆଉ କିଛି ନାହିଁ ।
ALSO READ https://purvapaksa.com/london-became-londonistan-entered-iskcon-restaurant-and-ate-non-veg/
