ଯୁକ୍ତରାଷ୍ଟ୍ର ଏବଂ ୟୁରୋପୀୟ ଶକ୍ତିମାନଙ୍କ ଦ୍ୱାରା ଲାଗୁ ହୋଇଥିବା ପ୍ରତିବନ୍ଧକ, ୨୧ମ ଶତାବ୍ଦୀର ସବୁଠାରୁ ଚିନ୍ତାଜନକ ଲମ୍ବା ଯୁଦ୍ଧ- ରୁଷ୍–ୟୁକ୍ରେନ ସଂଘର୍ଷ, ଏବଂ ବିଶ୍ୱ ଶକ୍ତି ସମୀକରଣର ଦ୍ରୁତ ପରିବର୍ତ୍ତନ; ଏସବୁ ଚ୍ୟାଲେଞ୍ଜ ମଧ୍ୟରେ ଭାରତ ପହଞ୍ଚିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍।
ଏହି ଗସ୍ତ କେବଳ ଦ୍ୱିପାକ୍ଷିକ ସମ୍ପର୍କର ପରମ୍ପରାଗତ ପ୍ରସଙ୍ଗ ନୁହେଁ, ଆଜିର ପରିସ୍ଥିତିରେ ଏହା ଏକ ଜିଓପଲିଟିକାଲ୍ ମେସେଜିଂ ଅପରେସନ୍।
ପ୍ରଶ୍ନ ହେଉଛି- ପଶ୍ଚିମ ଦେଶମାନଙ୍କୁ ଏହି ଗସ୍ତ କ’ଣ ବାର୍ତ୍ତା ଦେଲା?
ଏବଂ ଭାରତ–ରୁଷ୍ ସମ୍ପର୍କର ଅଗାମୀ ପଦକ୍ଷେପ କ’ଣ?
ଆଜିର ପ୍ରସଙ୍ଗରେ ଆଲୋଚନା କରିବା ପଶ୍ଚିମ ଦେଶଗୁଡ଼ିକୁ କ’ଣ ରହିଛି ବାର୍ତ୍ତା? ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ। ମୋର ଆପଣମାନଙ୍କୁ ଅନୁରୋଧ ଆମ ଚ୍ୟାନେଲକୁ ଲାଇକ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଓ ସେୟାର କରନ୍ତୁ।
ପଶ୍ଚିମକୁ ପୁଟିନ୍ଙ୍କ ବାର୍ତ୍ତା: “ଅବହେଳା କଲେ ମଧ୍ୟ ରୁଷ୍ ଏକା ନୁହେଁ”
ପଶ୍ଚିମ ଦେଶମାନେ ଦୀର୍ଘଦିନ ଧରି ଏହି ନାରେଟିଭ୍କୁ ପ୍ରଚାର କରୁଛନ୍ତି ଯେ-ପ୍ରତିବନ୍ଧକ ଯୋଗୁଁ ରୁଷ୍ ଆନ୍ତର୍ଜାତୀକ ଭାବେ ବିଚ୍ଛିନ୍ନ।
କିନ୍ତୁ, ଭାରତରେ ପୁଟିନ୍ଙ୍କ ଆତିଥ୍ୟ ତାହାକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଛି।
ଲାଲ କାର୍ପେଟ, ଉଚ୍ଚ ସ୍ତରୀୟ ସମ୍ମିଳନ, ଯୋଗାଯୋଗର ଗରମ ଭାବ- ଏହା ସମୁଦ୍ର ପାରକୁ ଏକ ବିଶ୍ୱସ୍ତ ବାର୍ତ୍ତା ପଠାଇଛି:-
“ବିଶ୍ୱ ଦକ୍ଷିଣ ରୁଷ୍କୁ ଛାଡ଼ି ନାହିଁ, ଆପଣମାନଙ୍କଠାରୁ ନୁହେଁ ରୁଷ୍ରୁ ନିର୍ଣ୍ଣୟ ହେବ ବିଶ୍ୱର ଗତିପଥ।”
ତଥ୍ୟରେ ଗଲେ ଯାହା ଜଣାପଡ଼ୁଛି ତାହା ହେଲା-
• ୨୦୨୪ ଭାରତ–ରୁଷ୍ ବାଣିଜ୍ୟ ୬୮ ବିଲିୟନ ଡଲାର ମୂଲ୍ୟର ହୋଇଥିଲା।
• ୟୁରୋପିଆନ ୟୁନିୟନ–ରୁଷ୍ ବାଣିଜ୍ୟ ୨୦୨୪ରେ ୭୦.୩ ବିଲିୟନ ଡଲାର ମୂଲ୍ୟର ଥିଲା ଯାହାକି ଭାରତଠାରୁ ଅଧିକ!
• ତଥାପି ପଶ୍ଚିମ ଦେଶମାନେ ଭାରତକୁ ଦୋଷ ଦେଉଥିବାବେଳେ ନିଜର ବାଣିଜ୍ୟ ଉପରେ ଚୁପ୍ ରହୁଛନ୍ତି।
ଭାରତ କାହିଁକି ପଛୁଆ ହେବ? ରୁଷ୍ ତେଲ କିଣିବା ଭାରତ ପାଇଁ ଆର୍ଥିକ ଆବଶ୍ୟକତା, ନୈତିକ ଅନୁବନ୍ଧ ନୁହେଁ।
ପୁଟିନ୍ ଏହି ଗସ୍ତଦ୍ୱାରା ପଶ୍ଚିମକୁ କହିଦେଲେ-
“ଆପଣମାନେ ପ୍ରତିବନ୍ଧକ ଲଗାନ୍ତୁ, କିନ୍ତୁ ଭାରତ-ରୁଷ୍ ସମ୍ପର୍କ ଆପଣଙ୍କ ଅନୁମତି ଉପରେ ନୁହେଁ ଆମର ବନ୍ଧୁତାରେ ଚାଲିବ।”
ଭାରତର ବାର୍ତ୍ତା: “ସ୍ୱାଧୀନ ବୈଦେଶିକ ନୀତି—ଆମର ଡିଏନଏ”
ପୁଟିନ୍ଙ୍କ ଗସ୍ତ ଭାରତର ଆନ୍ତର୍ଜାତୀକ ପ୍ରୋଫାଇଲ୍କୁ ଅନ୍ୟ ମାପକରେ ନେଇଗଲା। ଦୀର୍ଘଦିନ ଧରି ଭାରତ ଏକ ନୀତିକୁ ଅନୁସଣ କରିଛି, ତାହା ହେଲା-
“ମଲ୍ଟି-ଏଲାଇନ୍ମେଣ୍ଟ, ନଟ୍ ମଲ୍ଟି-ପୋଲାରିଟି।”
ଅର୍ଥାତ୍- ଭାରତ ସମସ୍ତଙ୍କ ସହିତ ସମ୍ପର୍କ ରଖିବ, କିନ୍ତୁ କାହାର ପକ୍ଷଭୁକ୍ତ ନୁହେଁ।
ସରଳ ଭାଷାରେ-
• ଆମେ କୁଟନୀତି ବିକୁନାହୁଁ,
• ଚାପରେ ନିଷ୍ପତ୍ତି ନେଉନାହୁଁ,
• ଜାତୀୟ ସ୍ୱାର୍ଥ- ଆମର ଏକମାତ୍ର ଲକ୍ଷ୍ୟ।
ପୁଟିନ୍ଙ୍କ ଗସ୍ତ ଯେତେବେଳେ ହେଉଛି- ୟୁକ୍ରେନ ଯୁଦ୍ଧ ଚାଲିଛି, ପଶ୍ଚିମଦେଶମାନେ ରୁଷ୍କୁ ଅନ୍ୟ ଦେଶଠାରୁ ଅଲଗା କରିବାକୁ ଚାହୁଁଛି। ଏହା ଉପରେ ଭାରତ ମେସେଜ୍ ଦେଲା- “ଭାରତ କାହାର ଲାଇନ୍ ଫଲୋ କରେନାହିଁ।”
ରଣନୀତିକ ବାହ୍ୟସମ୍ପର୍କର ଏକ ସଂଜ୍ଞା: ରଣନୈତିକ ସ୍ୱାୟତ୍ତତା
ଏହାକୁ ଆଜି ପୁଣି ଆଲୋଚନା କରିବାର ପ୍ରୟୋଜନ ଅଛି-
• ରୁଷ୍ ଆମର ରକ୍ଷା ସହଭାଗୀ
• ଆମର ୬୦% ପ୍ରମୁଖ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ରୁଷ୍ମୂଳକ
• ତୈଳ ଆମଦାନୀ ସୁରକ୍ଷା ରୁଷ୍କୁ ଛାଡ଼ି କରିବା ଅସମ୍ଭବ
• ବ୍ରିକ୍ସ–ଏସସିଓ ପରି ମଞ୍ଚରେ ରୁଷ୍-ଭାରତର ଦୃଢ଼ ସହଯୋଗୀ
ପୁଟିନ୍ଙ୍କ ଗସ୍ତ ଭାରତୀୟ ଜନତାକୁ ସ୍ମରଣ କରାଇଲା-
“ଭାରତର ବୈଦେଶିକ ନୀତି ପଶ୍ଚିମର ଅନୁମତିପତ୍ର ସହିତ ଚାଲେ ନାହିଁ।”
ବାଣିଜ୍ୟର ଗଣିତ: ପଶ୍ଚିମ ଅଭିଯୋଗ ଏବଂ ସତ୍ୟ ମଧ୍ୟରେ ତଫାତ୍
ପଶ୍ଚିମ ଦେଶମାନେ ଭାରତକୁ ବାରମ୍ବାର ଦୋଷ ଦେଇଛନ୍ତି-
“ରୁଷ୍ଠାରୁ ତେଲ କିଣି, ଭାରତ ଯୁଦ୍ଧକୁ ପାଣ୍ଠି ଯୋଗାଇଛି।”
କିନ୍ତୁ ତଥ୍ୟ ଭୁଲ୍ ରହିଛି। ପଶ୍ଚିମ ଦେଶ ଏହା ଜଣେଇ ମିଥ୍ୟା ପ୍ରଚାର କରୁଛି।
ତଥ୍ୟ-୧: ୟୁରୋପିଆନ ୟୁନିୟନ–ରୁଷ୍ ବାଣିଜ୍ୟ ଭାରତଠାରୁ ଅଧିକ ରହିଛି।
• ୟୁରୋପିଆନ ୟୁନିୟନ–ରୁଷ୍ ବାଣିଜ୍ୟ ୨୦୨୪ରେ ୭୦.୩ ବିଲିୟନ ଡଲାର ଥିଲା।
• ଭାରତ–ରୁଷ୍ ବାଣିଜ୍ୟ ୨୦୨୪-୨୫ରେ ୬୮ ବିଲିୟନ ଡଲାର ରହିଛି।
ପଶ୍ଚିମ ନିଜେ ରୁଷ୍ ସହିତ ଅଧିକ କାରବାର କଲା, କିନ୍ତୁ ଭାରତକୁ ନୀତି ଶିକ୍ଷା ଦେଉଛି!
ତଥ୍ୟ-୨: ପଶ୍ଚିମର ତେଲ ମୂଲ୍ୟଠାରୁ କମ୍ ମୂଲ୍ୟରେ ଭାରତ ତେଲ କିଣିଛି।
• ବ୍ୟାରେଲ ପ୍ରତି ୬୦ଡଲାର ଲିମିଟ୍
• -ଭାରତ ସେହି ମୂଲ୍ୟରେ ତେଲ କିଣିଛି
• ତେଣୁ କୌଣସି ଆଇନ ଉଲ୍ଲଂଘନ ହୋଇନାହିଁ
ତଥ୍ୟ-୩: ଆମଦାନୀ ବନ୍ଦ କଲେ, ବିଶ୍ୱ ତେଲ ମୂଲ୍ୟ ବିସ୍ଫୋରଣ ହେବ।
ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ।
ରୁଷ୍ରୁ ଆସୁଥିବା ଶସ୍ତା ତୈଳ-
• ଭାରତରେ ଦରଦାମ ନିୟନ୍ତ୍ରଣ
• ମୁଦ୍ରାସ୍ଫୀତି ହ୍ରାସ
• ବିଶ୍ୱ ମାର୍କେଟ୍ ସ୍ଥିରତାକୁ ସାହାଯ୍ୟ କରୁଛି।
ଯଦି ଭାରତ ରୁଷ୍କୁ ବଞ୍ଚାଏ, ତେବେ ବିଶ୍ୱ ଅର୍ଥନୀତିକୁ କମ୍ ଦେଇଥାନ୍ତା କି?
ଏହାର ଉତ୍ତର ପଶ୍ଚିମ ପାଖରେ ନାହିଁ।
୪. ଅଗାମୀ ଲକ୍ଷ୍ୟ: ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରର ବାଣିଜ୍ୟ
ଭାରତ ଏବଂ ରୁଷ୍ ନୂତନ ଲକ୍ଷ୍ୟ ସ୍ଥାପିତ କରିଛନ୍ତି-
୨୦୩୦ ସୁଦ୍ଧା ୧୦୦୦ ବିଲିୟନ ଡଲାରର ବାଣିଜ୍ୟ କରାଯିବ।
ଏଥିପାଇଁ କେତେକ ମୁଖ୍ୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ:-
• ରକ୍ଷା ଉତ୍ପାଦନରେ ଯୁକ୍ତ ସହଭାଗୀତା
• ଏନର୍ଜି କରିଡର
• ପରମାଣୁ ଶକ୍ତି ପ୍ରକଳ୍ପ
• ଚାଲିତା INSTC—ଭାରତ-ରୁଷ୍କୁ ମଧ୍ୟ ଏସିଆ ଦେଇ ଯୋଡ଼ିବା
FTA ସନ୍ଦର୍ଭରେ ଆଲୋଚନା ବି ଚାଲିଚି—
ଯାହା ଭାରତକୁ ଇଉରେସିଆର ଦୃଢ଼ ବଜାରରେ ପ୍ରବେଶ ଦେବ।

୫. ବାଣିଜ୍ୟ ପାଇଁ ପ୍ରମୁଖ ବାଧା: ଆନ୍ତର୍ଜାତୀକ ଉତ୍ତର-ଦକ୍ଷିଣ ପରିବହନ କରିଡର ଏବଂ ଭୂ-ରାଜନୈତିକ ଚ୍ୟାଲେଞ୍ଜ
ଏସିଆ ରୁଟ୍ ଦେଇ ଭାରତୀୟ ସାମଗ୍ରୀ ଉପରକୁ ଯିବାକୁ ଦେଉନଥିବା ପାକିସ୍ତାନ- ଭାରତ–ରୁଷ୍ ବାଣିଜ୍ୟର ସବୁଠାରୁ ବଡ଼ ବାଧା।
ଏଥିପାଇଁ ଆବଶ୍ୟକ ଆନ୍ତର୍ଜାତୀକ ଉତ୍ତର-ଦକ୍ଷିଣ ପରିବହନ କରିଡର।
• ମସ୍କୋ → ବାକୁ → ଇରାନ → ଭାରତ କରିଡର ଖୋଲିଲେ
• ସମୟ ୪୫–୬୦ଦିନରୁ ହ୍ରାସ ପାଇ ୨୫–୩୦ ଦିନ ଲାଗିବ
ଏଯାଁଏ:
• ପୂର୍ବ କରିଡର ୨୦୨୫ରେ ସଫଳ
• ପଶ୍ଚିମ କରିଡର ଇରାନ–ଆଜରବାଇଜାନ ସଂଘର୍ଷରେ ଅଟକିଛି
• ରାଷ୍ଟ–ଅସ୍ତାରା ରେଳ ଲିଙ୍କ ଅଧୁରା ରହିଛି।
ଭାରତ ଚାବାହାର ବନ୍ଦରକୁ ଏଥିପାଇଁ ପରିବର୍ତ୍ତନକାରୀ ଟୁଲ୍ ଭାବେ ଗଢ଼ୁଛି।
ଭାରତ–ରୁଷ୍ ସମ୍ପର୍କର ଆନ୍ତର୍ଜାତୀକ ପରିଣାମ
ଭାରତ–ରୁଷ୍ ସମ୍ପର୍କର ପ୍ରଭାବ କେବଳ ଦ୍ୱିପାକ୍ଷିକ ମଞ୍ଚରେ ନୁହେଁ-
ଏହା ଏସିଆର ଶକ୍ତି ସମୀକରଣ ହେବ। ଚୀନ୍ର ବଢ଼ୁଥିବା ପ୍ରଭାବ ବିରୋଧରେ ରୁଷ୍–ଭାରତ ସମ୍ପର୍କ ଏକ ସନ୍ତୁଳନ।
ବିଶ୍ୱ ଦକ୍ଷିଣର ଏକତା ବଢ଼ିବ। ବ୍ରିକ୍ସ, ଏସସିଓ ଦେଶମାନେ ଏବେ ଜି-୭ ପରି ମଞ୍ଚକୁ ମେସେଜ୍ ଦେଉଛନ୍ତି; “ବିଶ୍ୱ ନିଷ୍ପତ୍ତି ଆଉ କେବଳ ପଶ୍ଚିମ ନେବ ନାହିଁ।”
ବାଣିଜ୍ୟ ରାଜନୀତିର ନୂତନ ବିଶ୍ୱବ୍ୟବସ୍ଥା ଆରମ୍ଭ ହେବ। ଡଲାର ବିହୀନ ବାଣିଜ୍ୟ ପାଇଁ ରୁଷ୍–ଭାରତ ୟୁଆନ୍ ଏବଂ ରୁବଲ୍ ଚୁକ୍ତି ହୋଇଛି। ଏହା ଭବିଷ୍ୟତର ଅର୍ଥନୀତିର ନୂତନ ଅଧ୍ୟାୟ।
ଏହି ଗସ୍ତର ବାର୍ତ୍ତା—“ଭାରତର ସ୍ୱର ଏବେ ନୂତନ ବିଶ୍ୱ ବ୍ୟବସ୍ଥାର ମୂଳଦୁଆ”
ଭାରତ–ରୁଷ୍ ସମ୍ପର୍କ ବର୍ତ୍ତମାନ ଏକ ନୂତନ ଦିଗରେ ଗତି କରୁଛି। ଏହା ଏକ ପରମ୍ପରା ନୁହେଁ- ଏକ ରଣନୀତିକକ ଆବଶ୍ୟକତା।
ପଶ୍ଚିମ ଦେଶମାନଙ୍କୁ ଭାରତ ଏବେ ବାର୍ତ୍ତା ଦେଇଛି-
“ଆମେ ଆମର ସ୍ୱାର୍ଥରେ ଚାଲିବୁ। କାହାର ଇଙ୍ଗିତରେ ନୁହେଁ।”
ପୁଟିନ୍ ଗସ୍ତ ଭାରତକୁ ବିଶ୍ୱ ମଞ୍ଚରେ ଅନ୍ୟ ଉଚ୍ଚତାକୁ ନେଲା। ଏହା କେବଳ କୂଟନୀତିକ ମିଳନ ନୁହେଁ, ଏହା ଗୋଟେ ବିବୃତ୍ତି: ଭାରତ ସ୍ୱାଧୀନ, ବଳବାନ୍, ଏବଂ ବିଶ୍ୱ ନୀତି ଗଢ଼ିବାରେ ନେତୃତ୍ୱ ନେବାକୁ ପ୍ରସ୍ତୁତ।


