ମୃତ୍ୟୁ ପରେ କ’ଣ ହୁଏ, ଆତ୍ମାର କ’ଣ ହୁଏ, ଏହା କେଉଁଠିକୁ ଯାଏ ଓ କେଉଁଠାରେ ରହେ, ଅର୍ଥାତ୍ ମୃତ୍ୟୁ ପରେTiwat ଆତ୍ମା କିପରି ଏକ ରହସ୍ୟମୟ ଯାତ୍ରା କରେ, ଏହା ସବୁବେଳେ କୌତୁହଳର ବିଷୟ ହୋଇ ରହିଛି। ତିବ୍ବତୀ ବୌଦ୍ଧ ଧର୍ମର ଗ୍ରନ୍ଥ “ତିବ୍ବତୀ ବୁକ୍ ଅଫ୍ ଦ ଡେଡ୍”ରେ ଏହା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ତିବ୍ବତୀ ବୌଦ୍ଧ ଧର୍ମରେ ଆତ୍ମାର ଏହି ଯାତ୍ରାକୁ “ବାର୍ଡୋ ଥୋଦୋଲ” କୁହାଯାଏ। ଏହି ଗ୍ରନ୍ଥ ଅନୁଯାୟୀ, ମୃତ୍ୟୁ ପରେ ଆତ୍ମା ୪୯ ଦିନ ପର୍ଯ୍ୟନ୍ତ ବାର୍ଡୋରେ ଭ୍ରମଣ କରେ ଏବଂ ତା’ପରେ ନିଜ କର୍ମ ଅନୁଯାୟୀ ନୂଆ ଜନ୍ମ ଗ୍ରହଣ କରେ।
ତିବ୍ବତୀ ବୌଦ୍ଧ ଧର୍ମରେ ମୃତ୍ୟୁ କ’ଣ ?
ତିବ୍ବତୀ ବୌଦ୍ଧ ଧର୍ମ ଅନୁଯାୟୀ, ମୃତ୍ୟୁ ଶରୀରର ଅନ୍ତ ନୁହେ, ବରଂ ଆତ୍ମାର ଏକ ନୂଆ ଜନ୍ମର ଆରମ୍ଭ। ଏଠାରେ ପୁନର୍ଜନ୍ମର ଅର୍ଥ ହେଉଛି ପୁନର୍ବାର ସଂସାରକୁ ଫେରିବା ଏବଂ ମୋକ୍ଷର ଅର୍ଥ ହେଉଛି ଜନ୍ମର ବନ୍ଧନରୁ ମୁକ୍ତି। “ତିବ୍ବତୀ ବୁକ୍ ଅଫ୍ ଦ ଡେଡ୍” କହେ ଯେ, ମୃତ୍ୟୁ ପରେ ଆତ୍ମା ଏକ “ବାର୍ଡୋ” (ମଧ୍ୟବର୍ତୀ ଅବସ୍ଥା) ଦେଇ ଗତି କରେ, ଯାହା ପରବର୍ତୀ ଜନ୍ମ ପର୍ଯ୍ୟନ୍ତ ଏକ ଯାତ୍ରା ।
ମୃତ୍ୟୁ ପରେ ଆତ୍ମା ଶରୀରରୁ କେତେ ସମୟରେ ବାହାରେ ?
“ବାର୍ଡୋ ଥୋଦୋଲ” ଅନୁଯାୟୀ, ଶରୀରରୁ ଆତ୍ମାର ସମ୍ପୂର୍ଣ୍ଣ ବିଚ୍ଛେଦ ଏକ ଜଟିଳ ପ୍ରକ୍ରିୟା ଏବଂ ଏହା ଅନେକ ସ୍ତରରେ ହୋଇଥାଏ । ଏହି ପ୍ରକ୍ରିୟା ସାଧାରଣତଃ ୩ ରୁ ୪ ଦିନ ପର୍ଯ୍ୟନ୍ତ ଚାଲେ । କିଛି ବିଶେଷ ପରିସ୍ଥିତିରେ ଏହାର ଅବଧି ଭିନ୍ନ ହୋଇପାରେ ।
ଆତ୍ମା ବାହାରିବାର ସମୟ ଓ ଚରଣ:
୧. ପ୍ରଥମ ଚରଣ: ଶାରୀରିକ ମୃତ୍ୟୁ ପରେ ତୁରନ୍ତ (୦-୩୦ ମିନିଟ) ଶ୍ୱାସ ବନ୍ଦ ହେବା ପରେ ମଧ୍ୟ ଚେତନା ଶରୀରରେ ରହିଥାଏ। ତିବ୍ବତୀ ପରମ୍ପରା ଅନୁଯାୟୀ, ଏହି ସମୟରେ ମୃତକୁ କେହି ଛୁଇଁବା ଉଚିତ ନୁହେଁ (ବିଶେଷକରି ମୁଣ୍ଡକୁ), କାରଣ ଏହା ଆତ୍ମାକୁ କଷ୍ଟ ଦେଇପାରେ। ଏହି ଅବସ୍ଥାରେ ମୃତକଙ୍କୁ “ମହାଶୂନ୍ୟତାର ଆଲୋକ” ଦେଖାଯାଏ। ଯଦି ସେ ଏହାକୁ ଚିହ୍ନି ପାରେ, ତେବେ ମୁକ୍ତି ସମ୍ଭବ।
୨. ଦ୍ୱିତୀୟ ଚରଣ: ଶକ୍ତି କେନ୍ଦ୍ରର ବିଘଟନ (୩୦ ମିନିଟରୁ ୩ ଦିନ)
ଆତ୍ମା ଧୀରେ ଧୀରେ ଶରୀରର ଶକ୍ତି କେନ୍ଦ୍ର (ଚକ୍ର) ମାନଙ୍କରୁ ବାହାରେ। ତିବ୍ବତୀ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ଯେ ଚେତନା ପ୍ରଥମେ ମୂଳାଧାର ଚକ୍ରରୁ ବାହାରେ ଏବଂ ପରେ ଉପରକୁ ଗତି କରି ସହସ୍ରାର ଚକ୍ରରୁ ବାହାରେ। ଏହି ପ୍ରକ୍ରିୟାରେ ୩ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ।
୩. ତୃତୀୟ ଚରଣ: ସମ୍ପୂର୍ଣ୍ଣ ବିଚ୍ଛେଦ (୩-୪ ଦିନ ପରେ)
ତୃତୀୟ କିମ୍ବା ଚତୁର୍ଥ ଦିନରେ ଆତ୍ମା ସମ୍ପୂର୍ଣ୍ଣ ରୂପେ ଶରୀର ଛାଡ଼ି ଦିଏ। ଏହା ପରେ “ଚୋନୀଦ ବାର୍ଡୋ” (ମୃତ୍ୟୁ ପରବର୍ତୀ ଅବସ୍ଥା) ଆରମ୍ଭ ହୁଏ, ଯେଉଁଠାରେ ଆତ୍ମାକୁ ବିଭିନ୍ନ ଦୈବୀ ଦୃଶ୍ୟ ଦେଖାଯାଏ।
ଅଚାନକ ମୃତ୍ୟୁ (ଯେପରି ଦୁର୍ଘଟଣା) ହେଲେ ଆତ୍ମାକୁ ବାହାରିବାରେ ଅଧିକ ସମୟ ଲାଗିପାରେ। ଶାନ୍ତିପୂର୍ଣ୍ଣ ମୃତ୍ୟୁରେ ଏହି ପ୍ରକ୍ରିୟା ଶୀଘ୍ର ହୁଏ। ଯେଉଁମାନେ ଶରୀର ସହ ଅତ୍ୟଧିକ ସଂଯୁକ୍ତ, ସେମାନଙ୍କ ଆତ୍ମାକୁ ବାହାରିବାରେ ଅଧିକ ସମୟ ଲାଗେ।
ତିବ୍ବତୀ ପରମ୍ପରାରେ ମୃତ୍ୟୁ ପରେ କ’ଣ ହୁଏ ?
ମୃତକର ଶରୀରକୁ ଅତି କମରେ ୩ ଦିନ ପର୍ଯ୍ୟନ୍ତ ଅଛୁଆଁ ରଖାଯାଏ। ଏହି ସମୟରେ ଲାମାମାନେ “ବାର୍ଡୋ ଥୋଦୋଲ” ପାଠ କରନ୍ତି ଯାହା ଆତ୍ମାକୁ ସଠିକ ମାର୍ଗଦର୍ଶନ ମିଳେ। ୪୯ ଦିନ ପର୍ଯ୍ୟନ୍ତ ବିଶେଷ ଅନୁଷ୍ଠାନ କରାଯାଏ।
ମୃତ୍ୟୁ ପରେ ଆତ୍ମା କେତେ ଅବସ୍ଥା ଦେଇ ଗତି କରେ ?
“ବାର୍ଡୋ ଥୋଦୋଲ” ଏକ ପ୍ରାଚୀନ ତିବ୍ବତୀ ଗ୍ରନ୍ଥ, ଯାହାର ଅର୍ଥ “ମୃତ୍ୟୁର ମଧ୍ୟବର୍ତୀ ଅବସ୍ଥାରୁ ମୁକ୍ତିର ସୂତ୍ର”। ଏହା ୮ମ ଶତାବ୍ଦୀରେ ଗୁରୁ ପଦ୍ମସମ୍ଭବଙ୍କ ଦ୍ୱାରା ରଚିତ ଏବଂ ପରେ ତିବ୍ବତୀ ବିଦ୍ୱାନ କର୍ମଲିଙ୍ଗପାଙ୍କ ଦ୍ୱାରା ସଂକଳିତ। ତିବ୍ବତୀ ବୌଦ୍ଧ ଧର୍ମ ଅନୁଯାୟୀ, ଜୀବନ ଓ ମୃତ୍ୟୁ ସମୟରେ ଆତ୍ମା ଛଅଟି ବାର୍ଡୋ (ମଧ୍ୟବର୍ତୀ ଅବସ୍ଥା) ଦେଇ ଗତି କରେ:
୧. ଶିକ୍ୟୀ ବାର୍ଡୋ (ଜୀବନ ଅବସ୍ଥା): ବର୍ତ୍ତମାନର ଜୀବନ, ଯେଉଁଠାରେ ବ୍ୟକ୍ତି ଧର୍ମ ଓ କର୍ମ ଅନୁଯାୟୀ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରେ।
୨. ମିଲମ ବାର୍ଡୋ (ସ୍ୱପ୍ନ ଅବସ୍ଥା): ସ୍ୱପ୍ନର ଦୁନିଆ, ଯେଉଁଠାରେ ମନର ଗଭୀର ଅବସ୍ଥା ପ୍ରକାଶ ପାଏ।
୩. ସମତେନ ବାର୍ଡୋ (ଧ୍ୟାନ ଅବସ୍ଥା): ଗଭୀର ଧ୍ୟାନ କିମ୍ବା ମୃତ୍ୟୁର ନିକଟତର ଅବସ୍ଥା।
୪. ଚିଖାଇ ବାର୍ଡୋ (ମୃତ୍ୟୁର କ୍ଷଣ): ଯେତେବେଳେ ଆତ୍ମା ଶରୀରରୁ ଅଲଗା ହୁଏ, ଯେଉଁଠାରେ “ମହାଶୂନ୍ୟତା”ର ଅନୁଭବ ହୁଏ।
୫. ଚୋନୀଦ ବାର୍ଡୋ (ଧର୍ମତାର ବାର୍ଡୋ): ମୃତ୍ୟୁ ପରେ ଅବସ୍ଥା, ଯେଉଁଠାରେ ଆତ୍ମାକୁ ଶୁଦ୍ଧ ଆଲୋକ ଦେଖାଯାଏ।
୬. ସିଦପା ବାର୍ଡୋ (ଜନ୍ମର ଦିଗରେ ଅଗ୍ରସର ଅବସ୍ଥା): ନୂଆ ଜନ୍ମର ପ୍ରସ୍ତୁତି, ଯେଉଁଠାରେ କର୍ମ ଅନୁଯାୟୀ ପରବର୍ତୀ ଜୀବନ ନିର୍ଦ୍ଧାରିତ ହୁଏ।
ମୃତ୍ୟୁ ପରେ କ’ଣ ହୁଏ?
“ବାର୍ଡୋ ଥୋଦୋଲ” ଅନୁଯାୟୀ, ମୃତ୍ୟୁ ପରେ ଆତ୍ମା ଏକ ମଧ୍ୟବର୍ତୀ ଅବସ୍ଥା (ବାର୍ଡୋ) ଦେଇ ଗତି କରେ, ଯାହା ୪୯ ଦିନ ପର୍ଯ୍ୟନ୍ତ ଚାଲେ। ଏହି ସମୟରେ ଆତ୍ମା ବିଭିନ୍ନ ଲୋକରେ ଭ୍ରମଣ କରେ ଏବଂ ଶେଷରେ ନିଜ କର୍ମ ଅନୁଯାୟୀ ନୂଆ ଜନ୍ମ ଗ୍ରହଣ କରେ ।
ଆତ୍ମାର ଯାତ୍ରାର ଚରଣ:
୧. ଚିଖାଇ ବାର୍ଡୋ (ମୃତ୍ୟୁର କ୍ଷଣ) – ୩ ରୁ ୪ ଦିନ
ମୃତ୍ୟୁର ତୁରନ୍ତ ପରେ, ଆତ୍ମା ଶରୀର ଛାଡ଼ି “ଚିଖାଇ ବାର୍ଡୋ”ରେ ପ୍ରବେଶ କରେ। ଏହି ଅବସ୍ଥାରେ ବ୍ୟକ୍ତିକୁ “ଶୁଦ୍ଧ ଆଲୋକ” (ଧର୍ମଧାତୁର ଆଲୋକ) ଦେଖାଯାଏ, ଯାହା ପରମ ସତ୍ୟର ପ୍ରତୀକ। ଯଦି ଆତ୍ମା ଏହି ଆଲୋକକୁ ଚିହ୍ନି ପାରେ, ତେବେ ସେ ମୁକ୍ତି (ନିର୍ବାଣ) ପାଇପାରେ। ଅଧିକାଂଶ ଲୋକ ଅଜ୍ଞତା ଯୋଗୁଁ ଏହି ଆଲୋକରୁ ଭୟଭୀତ ହୁଅନ୍ତି ଏବଂ ଆଗକୁ ଯାତ୍ରା ଜାରି ରଖନ୍ତି।
୨. ଚୋନୀଦ ବାର୍ଡୋ (ବାସ୍ତବତାର ବାର୍ଡୋ) – ୧୪ ଦିନ
ଏହି ଅବସ୍ଥା ମୃତ୍ୟୁର ୩-୪ ଦିନ ପରେ ଆରମ୍ଭ ହୁଏ ଏବଂ ପ୍ରାୟ ୧୪ ଦିନ ଚାଲେ। ଏହି ସମୟରେ ଆତ୍ମାକୁ ଶାନ୍ତ ଓ କ୍ରୋଧୀ ଦେବତାଙ୍କ ଦର୍ଶନ ହୁଏ, ଯାହା ବାସ୍ତବରେ ତା’ର ନିଜ ମନର ପ୍ରତିଫଳନ। ପ୍ରଥମ ସାତ ଦିନ ଶାନ୍ତ ଦେବୀ-ଦେବତା (ଯେପରି ଅବଲୋକିତେଶ୍ୱର, ମଞ୍ଜୁଶ୍ରୀ) ଦେଖାଯାଆନ୍ତି। ପରେ ଆଉ ସାତ ଦିନ କ୍ରୋଧୀ ଦେବତା (ଯେପରି ଯମରାଜ, ଭୈରବ) ସହ ସାମନା ହୁଏ, ଯାହା ଭୟ ଓ ଆସକ୍ତିର ପ୍ରତୀକ। ଯଦି ଆତ୍ମା ଏହି ଦୃଶ୍ୟଗୁଡ଼ିକୁ ବାସ୍ତବ ନ ମାନି ଧ୍ୟାନ ସହ ଅତିକ୍ରମ କରେ, ତେବେ ସେ ମୁକ୍ତି ପାଇପାରେ।
୪.ସିଦପା ବାର୍ଡୋ (ପରବର୍ତୀ ଜନ୍ମର ଦିଗରେ ଅଗ୍ରସର ଅବସ୍ଥା) – ୨୧ ରୁ ୪୯ ଦିନ
ଯଦି ଆତ୍ମା ଚୋନୀଦ ବାର୍ଡୋରେ ମୁକ୍ତି ପାଇ ନ ପାରେ, ତେବେ ସେ ସିଦପା ବାର୍ଡୋରେ ପ୍ରବେଶ କରେ, ଯାହା ୨୧ ରୁ ୪୯ ଦିନ ପର୍ଯ୍ୟନ୍ତ ଚାଲେ। ଏହି ଅବସ୍ଥାରେ ଆତ୍ମା ନିଜ କର୍ମ ଅନୁଯାୟୀ ପରବର୍ତୀ ଜନ୍ମର ପ୍ରସ୍ତୁତି କରେ। ଆତ୍ମାକୁ ବିଭିନ୍ନ ଲୋକ (ସ୍ୱର୍ଗ, ନର୍କ, ମନୁଷ୍ୟ ଲୋକ, ପଶୁ ଯୋନି) ଦେଖାଯାଏ, ଯେଉଁଠାକୁ ସେ ନିଜ କର୍ମ ଅନୁଯାୟୀ ଗତି କରେ। ୪୯ ଦିନ ପର୍ଯ୍ୟନ୍ତ ଆତ୍ମାକୁ ଏକ ନୂଆ ଜନ୍ମ ମିଳେ।
ଆତ୍ମା କେଉଁଠାକୁ ଯାଏ ?
“ତିବ୍ବତୀ ବୁକ୍ ଅଫ୍ ଦ ଡେଡ୍” ଅନୁଯାୟୀ, ମୃତ୍ୟୁ ପରେ ଆତ୍ମାର ପଥ ତା’ର କର୍ମ, ମନର ଅବସ୍ଥା ଏବଂ ଧ୍ୟାନର ଗଭୀରତା ଉପରେ ନିର୍ଭର କରେ। ମଧ୍ୟମ କର୍ମ ଥିବା ଲୋକମାନେ ପୁନର୍ବାର ମନୁଷ୍ୟ ଯୋନିରେ ଜନ୍ମ ନିଅନ୍ତି। ଲୋଭୀ ଓ ଆସକ୍ତ ଲୋକମାନେ ପ୍ରେତ ଯୋନିରେ ଫସି ଯାଆନ୍ତି। ଅଜ୍ଞାନୀ ଓ ହିଂସକ ପ୍ରବୃତ୍ତି ଥିବା ଲୋକମାନେ ପଶୁ ହୁଅନ୍ତି। ଘୋର ପାପୀ ଆତ୍ମାମାନେ ନର୍କକୁ ଯାଆନ୍ତି, ଯେଉଁଠାରେ ସେମାନଙ୍କୁ କଷ୍ଟ ଭୋଗିବାକୁ ପଡ଼େ।
ଆତ୍ମା ୪୯ ଦିନ (୭ ସପ୍ତାହ) ପର୍ଯ୍ୟନ୍ତ ବାର୍ଡୋରେ ଭ୍ରମଣ କରେ। ଏହି ଅବଧି ଭ୍ରୂଣର ଗର୍ଭରେ ବିକାଶ (୪୯ ଦିନରେ ଏକ ନୂଆ ଶରୀର ଗ୍ରହଣ) ସହ ଜଡ଼ିତ। ତିବ୍ବତୀ ବିଦ୍ୱାନମାନେ ମାନନ୍ତି ଯେ ୪୯ ଦିନ ପର୍ଯ୍ୟନ୍ତ ଚେତନା ସମ୍ପୂର୍ଣ୍ଣ ରୂପେ ଭାଙ୍ଗେ ନାହିଁ, ଏହି ସମୟରେ ହିଁ ପରବର୍ତୀ ଜନ୍ମ ନିର୍ଦ୍ଧାରିତ ହୁଏ।
ମହାନ ଲାମାମାନେ ନିଜ ଇଚ୍ଛାରେ ପୁନର୍ଜନ୍ମ ନିଅନ୍ତି, ଯେପରି ଦଲାଇ ଲାମା । ତିବ୍ବତୀ ବୌଦ୍ଧ ଧର୍ମରେ “ଫୋୱା” (ଚେତନାର ସ୍ଥାନାନ୍ତର) ନାମକ ଏକ ଗୋପନୀୟ ସାଧନା ରହିଛି, ଯେଉଁଥିରେ ଯୋଗୀ ମୃତ୍ୟୁ ସମୟରେ ନିଜ ଚେତନାକୁ ଶୁଦ୍ଧ ଭୂମିକୁ ପଠାଇ ପାରେ ।
କୁହାଯାଏ ଯେ କୁଶଳ ସାଧକମାନେ ଶରୀର ଛାଡ଼ିବା ପୂର୍ବରୁ ହିଁ ମୁକ୍ତି ପାଇଥାଆନ୍ତି । କିଛି ଲାମାଙ୍କ ଶରୀର ମୃତ୍ୟୁ ପରେ ମଧ୍ୟ କ୍ଷୟ ହୁଏ ନାହିଁ, ଯାହାକୁ “ରେନବୋ ବଡ଼ି” କୁହାଯାଏ । ତିବ୍ବତରେ ତୁଲକୁ ପରମ୍ପରା ରହିଛି, ଯେଉଁଠାରେ ଉଚ୍ଚ ଲାମାମାନେ ନିଜ ଇଚ୍ଛାରେ ପୁନର୍ଜନ୍ମ ନିଅନ୍ତି, ଯେପରି ଦଲାଇ ଲାମା । ଏହି ଲାମାମାନେ ବାର୍ଡୋରେ ନିଜର ପରବର୍ତୀ ଜନ୍ମ ବାଛନ୍ତି । ସେମାନେ ନିଜର ପୂର୍ବ ଜନ୍ମର ସ୍ମୃତି ରଖନ୍ତି ଏବଂ ବିଶେଷ ସଙ୍କେତ ମାଧ୍ୟମରେ ନିଜର ପୁନର୍ଜନ୍ମର ପରିଚୟ ଦିଅନ୍ତି ।
ALSO READ https://purvapaksa.com/ai-will-treat-pregnant-women-in-odisha/
AI will treat pregnant women in Odisha ।। ଓଡ଼ିଶାରେ ଏଆଇ କରିବ ଗର୍ଭବତୀଙ୍କ ଚିକିତ୍ସା
