Benefits of eating soaked Cashew : କାଜୁ ହେଉଛି ଶୁଖିଲା ଫଳର ରାଜା । ଅଧିକାଂଶ ଲୋକ କାଜୁ ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ କାଜୁ ବାଦାମକୁ ସମାନ ଢଙ୍ଗରେ ଖାଆନ୍ତି ତ ଆଉ କେହି ଘିଅରେ ଭାଜି ଖାଆନ୍ତି ତ ଆଉ କେହି ଏହାକୁ ହାଲୱା,ସେୱାଇ, କ୍ଷୀର, ମିଠା ଆଦି ମିଠା ଖାଦ୍ୟରେ ମିଶାଇ ଖାଆନ୍ତି । ଆପଣ ଅନ୍ୟ ଉପାୟରେ ମଧ୍ୟ କାଜୁ ଖାଇପାରିବେ । କାଜୁ ବାଦାମକୁ ପାଣିରେ ଭିଜାଇ ସେବନ କରିପାରିବେ। ପୋଷଣ ଯୁକ୍ତ କାଜୁ ଖାଇଲେ ଭିଜା କାଜୁ ଖାଇଲେ କ’ଣ ଫାଇଦା ମିଳିଥାଏ ।
ଖବର ଅନୁଯାୟୀ, ଯେତେବେଳେ ଆପଣ କାଜୁ ବାଦାମ ଭିଜାଇଥାନ୍ତି, ଏହା ହୃଦୟକୁ ଠିକ ରଖିଥାଏ । କାଜୁରେ ସ୍ୱାସ୍ଥ୍ୟକର ଚର୍ବି ରହିଥାଏ, ବିଶେଷ କରି ମୋନୋସାଚୁରେଟେଡ ଏବଂ ପଲିଅନସେଚୁରେଟେଡ ଫ୍ୟାଟ, ଯାହା ହୃଦୟ ପାଇଁ ଲାଭଦାୟକ ଅଟେ । ଏହା ଖରାପ କୋଲେଷ୍ଟ୍ରଲକୁ କମ କରିବା ସହ ଭଲ କୋଲେଷ୍ଟ୍ରଲକୁ ବଢାଇଥାଏ । କାଜୁ ବାଦାମକୁ ପାଣିରେ ଭିଜାଇ ଖାଇଲେ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ ହୃଦୟକୁ ସୁସ୍ଥ ରଖିଥାଏ।
ସ୍ମରଣ ଶକ୍ତି ବଢ଼ାଇଥାଏ
ଜିଙ୍କ୍, ମ୍ୟାଗ୍ନେସିୟମ୍, ଆଇରନ୍ ଆଦି ପୋଷକ ତତ୍ତ୍ୱରେ ଭରପୂର କାଜୁ କୁ ଭିଜାଇ ରଖିବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ। ଏହି ସବୁ ପୋଷକ ତତ୍ତ୍ୱ ମସ୍ତିଷ୍କ ବିକାଶ ପାଇଁ ଜରୁରୀ । ଏହା ମାନସିକ ଚାପକୁ କମ୍ କରିଥାଏ। ସ୍ମରଣ ଶକ୍ତି ବଢ଼ାଇଥାଏ। ଆଇରନ ମସ୍ତିଷ୍କକୁ ଅମ୍ଳଜାନକୁ ଭଲ ଭାବରେ ପରିବହନ କରିଥାଏ । ସୁସ୍ଥ ମସ୍ତିଷ୍କ ପାଇଁ ଆପଣ କାଜୁ ବାଦାମ କୁ ଭାଜିବା ସହ ପାଣିରେ ଭିଜାଇ ପାରିବେ । ଭିଜାଇ ଥିବା କାଜୁରେ ଟ୍ରିପ୍ଟୋଫାନ୍ ଥାଏ, ଯାହା ଫିଲ୍-ଗୁଡ୍ ହର୍ମୋନ୍ ସେରୋଟୋନିନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ।

କେଶ ଓ ତ୍ୱଚାକୁ ସୁସ୍ଥ ରଖନ୍ତୁ
ସମସ୍ତେ ଚାହାନ୍ତି ଯେ ତାଙ୍କର ତ୍ୱଚା ଓ କେଶ ସୁସ୍ଥ, ଚମକଦାର, ମଜବୁତ ରହୁ। କାଜୁ ବାଦାମରେ ଅଧିକ ମାତ୍ରାରେ ତମ୍ବା ରହିଥାଏ। ଏହି ଖଣିଜ ପଦାର୍ଥ କୋଲାଜେନ ଗଠନରେ ସାହାଯ୍ୟ କରିଥାଏ । ଏହା ତ୍ୱଚାକୁ ଯୁବ ଓ କଠିନ ରଖିଥାଏ। ତମ୍ବା କେଶକୁ କମ୍ ବୟସରେ ଧଳା ହେବାରୁ ମଧ୍ୟ ରକ୍ଷା କରିଥାଏ। ୪-୫ଟି କାଜୁ ବାଦାମକୁ ପାଣିରେ ଭିଜାଇ ରଖିବା ଦ୍ୱାରା ଏହି ସବୁ ପୋଷକ ତତ୍ତ୍ୱ ଦ୍ୱିଗୁଣିତ ଲାଭ କରିଥାଏ ।

ପେଟକୁ ସୁସ୍ଥ ରଖନ୍ତୁ
କାଜୁ ବାଦାମରେ ଫାଇଟିକ୍ ଏସିଡ୍ ଥାଏ ଯାହା ଭିଟାମିନର ଅବଶୋଷଣକୁ ରୋକିଥାଏ। ଏହାକୁ ଭିଜାଇ ଖାଇଲେ ଏଥିରେ ଥିବା ସମସ୍ତ ଭିଟାମିନ୍ ଆପଣ ପାଇପାରିବେ। ଭଲ ଭାବରେ ଭିଜାଯାଇଥିବା କାଜୁ ବାଦାମରେ ଥିବା ମିନେରାଲ୍ସ ଓ ଭିଟାମିନ୍ କୁ ଶରୀର ଶୋଷିବା ସହ କାଜୁ ବାଦାମକୁ ସହଜରେ ହଜମ କରିବାରେ ସକ୍ଷମ ହୋଇଥାଏ। ଫାଇବର କାରଣରୁ ଏହା ପେଟର ସ୍ୱାସ୍ଥ୍ୟକୁ ଠିକ୍ ରଖିଥାଏ । କୋଷ୍ଠକାଠିନ୍ୟରୁ ରକ୍ଷା କରିଥାଏ।

ହାଡ଼କୁ ମଜବୁତ କରନ୍ତୁ
କାଜୁକୁ ପାଣିରେ ଭିଜାଇ ଖାଇଲେ ଏହା ହାଡ଼କୁ ମଧ୍ୟ ଫାଇଦା ଦେଇଥାଏ। କାଜୁ ବାଦାମରେ କ୍ୟାଲସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ସୁସ୍ଥ ଓ ମଜବୁତ ହାଡ଼ ପାଇଁ ଜରୁରୀ। କାଜୁ ବାଦାମକୁ ପାଣିରେ ଭିଜାଇ ଖାଇଲେ ହାଡର ଘନତା ବଜାୟ ରହିଥାଏ । ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା କମ୍ ଥାଏ।

କାଜୁ ଖାଇବାର ସଠିକ ଉପାୟ
କିଛି ଲୋକ ୧ ଦିନରେ ୧୫-୨୦ଟି କାଜୁ ଖାଆନ୍ତି। ଏହା ଠିକ୍ ନୁହେଁ। ଅଧିକ ଲାଭ ପାଇବା ପାଇଁ ଆପଣ ଙ୍କୁ ମାତ୍ର ୫ରୁ ୧୦ଟି କାଜୁ ଖାଇବା ଉଚିତ୍ । ଯେକୌଣସି ଶୁଖିଲା ଫଳକୁ ସୀମିତ ମାତ୍ରାରେ ଖାଇବା ଉଚିତ୍ । କିଛି ଲୋକ କାଜୁ ବାଦାମକୁ ଭାଜି ଖାଆନ୍ତି, କାଜୁକୁ ରାତି ସାରା ପାଣିରେ ଭିଜାଇ ମଧ୍ୟ ଖାଇପାରିବେ । ଆପଣ ଚାହିଁଲେ ଏହାକୁ ୪-୫ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ମଧ୍ୟ ରଖିପାରିବେ । କାଜୁ ବାଦାମକୁ ପାଣିରୁ ବାହାର କରି ଚବାଇ ଦିଅନ୍ତୁ। ଆପଣ ଏହାକୁ ଶେକ୍ , ସ୍ମୁଦି, ସାଲାଡ୍ , ମିଠା ମିଠା ଇତ୍ୟାଦିରେ ମଧ୍ୟ ମିଶାଇ ପାରିବେ ।

Also read https://purvapaksa.com/tomato-side-effects/


