Water Melon: ଗରମ ଦିନ ଆସି ସାରିଛି । ତେଣୁ ବଜାରରେ ଅନେକ ଜାଗାରେ ତରଭୁଜ ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବାର ମଜା କିଛି ଅଲଗା ।
ଶରୀରକୁ ଥଣ୍ଡା ଓ ସତେଜ ରଖିବା ପାଇଁ ସର୍ବୋତ୍ତମ ବିକଳ୍ପ ହେଉଛି ତରଭୁଜ । କେବଳ ଶରୀରକୁ ଶୀତଳ କରିବାରେ ନୁହେଁ ବରଂ ଏଥିରେ ଭରି ରହିଛି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଉପକାରୀ ଗୁଣ । ଲାଇକୋପିନ୍ର ମାତ୍ରା ପ୍ରଚୁର ଥିବା ଯୋଗୁ ତ୍ୱଚାରେ ଚମକ ଆଣିବାରେ ଏହା ବିଶେଷ ସହାୟକ ହୋଇଥାଏ। ତରଭୁଜରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯେପରିକି ପୋଟାସିୟମ୍, ରାଇବୋଫ୍ଲାଭିନ, ଆଇରନ୍, କ୍ୟାଲସିୟମ୍, ଜିଙ୍କ, ଫାଇବର, ନିୟାସିନ୍, ଆଇରନ୍, ଭିଟାମିନ୍-ଏ, ସି, ବି ଓ ଲାଇକୋପିନ୍ । ଯାହା ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ କାର୍ଯ୍ୟ କରିଥାଏ ।
ଏତେ ଫାଇଦା ଥିବା ସତ୍ୱେ ତରଭୁଜ ଅନେକ ଲୋକଙ୍କ ପାଇଁ ଅଭିଶାପ । ତରଭୁଜରେ ୯୨% ଜଳ ଥିବା ସତ୍ୱେ ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ଅତ୍ୟଧିକ ତରଭୁଜ ଖାଇବା କିଛି ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା ତରଭୁଜ ଖାଇଲେ କାହାକୁ ସମସ୍ୟା ହୋଇଥାଏ।
ତରଭୁଜରେ ପାଣି ଏବଂ ଶର୍କରାର ପରିମାଣ ଅଧିକ ଥାଏ। ବିଶେଷକରି ଅଧିକ ଫ୍ରୁକ୍ଟୋଜ୍ ପରିମାଣ ଯୋଗୁଁ କିଛି ଲୋକ ପାଚନ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଅଧିକ ଖାଇବା ଦ୍ୱାରା ପେଟରେ ଗ୍ୟାସ ହେବା ସହ ଝାଡ଼ା ହୋଇପାରେ। ଏହା ସହିତ, ସମ୍ବେଦନଶୀଳ ପାଚନ ପ୍ରଣାଳୀ ଥିବା ଲୋକମାନେ ଅନିୟନ୍ତ୍ରିତ ଭାବରେ ତରଭୁଜ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା ପେଟ ଫୁଲିବା, ଗ୍ୟାସ୍ ଏବଂ ପେଟ ଯନ୍ତ୍ରଣା ହୋଇଥାଏ।
ତରଭୁଜରେ ପ୍ରାକୃତିକ ଚିନି ଥାଏ କିନ୍ତୁ ଏହା ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିବାର ଆଶଙ୍କା ବହନ କରେ, ବିଶେଷକରି ଯଦି ଏହାକୁ ଅଧିକ ପରିମାଣରେ ଖିଆଯାଏ। ମଧୁମେହ ରୋଗୀମାନେ ଅଧିକ ତରଭୁଜ ଖାଇବା ଉଚିତ ନୁହେଁ। ଏହା ଇନସୁଲିନ୍ ସ୍ତରକୁ ପ୍ରଭାବିତ କରିପାରେ ଏବଂ ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିପାରେ। ସେଥିପାଇଁ ଏହାକୁ କମ ପରିମାଣର ଖାଇବା ଦରକାର । କେବଳ ତରଭୁଜ ନୁହଁ ଯଦି ଆପଣ କୌଣସି ଜିନିଷ ଅତ୍ୟଧିକ ଗ୍ରହଣ କରନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।
ALSO READ: https://purvapaksa.com/what-is-sleep-divorce-the-rise-of-sleep-divorce-in-india/