ରାଜ୍ୟସଭା ରଣକ୍ଷେତ୍ରରେ ‘ଅନ୍ତରଘାତୀ’ କଂଗ୍ରେସରୁ ୩ ଓ ବିଜେଡିରୁ ଏକାଧିକ କ୍ରସ୍ ଭୋଟିଂ
ଓଡ଼ିଶା ରାଜ୍ୟସଭା ନିର୍ବାଚନ-୨୦୨୬ ଏବେ ଏକ ନୂଆ ରାଜନୈତିକ ଇତିହାସ ରଚିଛି, କିନ୍ତୁ ଏହା ଶୃଙ୍ଖଳାର ନୁହେଁ ବରଂ ‘ବିଶ୍ୱାସଘାତକତା’ର। ଯେଉଁ ଆଶଙ୍କା କରାଯାଉଥିଲା, ତାହା ହିଁ ସତ ପ୍ରମାଣିତ ହୋଇଛି। କଂଗ୍ରେସ ଏବଂ ବିଜେଡି ଶିବିରରେ ଏକାଧିକ ବିଧାୟକ ଦଳୀୟ ହ୍ୱିପ୍କୁ ଜଳାଞ୍ଜଳି ଦେଇ ନିଜ ବିବେକ (ବା ଅନ୍ୟ କୌଣସି ପ୍ରଲୋଭନ) ଅନୁସାରେ ଭୋଟ୍ ଦେଇଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ ଏହାକୁ ସ୍ପଷ୍ଟ ଭାବେ ‘କ୍ରସ୍ ଭୋଟିଂ’ ବୋଲି ଅଭିହିତ କରି ଦଳୀୟ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି।
କଂଗ୍ରେସର ‘ହାତ’ ଛାଡ଼ିଲେ ତିନି ପ୍ରମୁଖ ବିଧାୟକ
ବିଜେଡି ସମର୍ଥିତ କମନ୍ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମତଦାନ କେନ୍ଦ୍ରରୁ ଯେଉଁ ଖବର ଆସିଲା, ତାହା ଭକ୍ତ ଦାସଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା।
କଂଗ୍ରେସର ତିନି ଜଣ ଶକ୍ତିଶାଳୀ ବିଧାୟକ ଦଳୀୟ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି:
1. ବରିଷ୍ଠ ନେତା ରମେଶ ଜେନା କ୍ରସ୍ ଭୋଟିଂ କରିବା ପିସିସି ସଭାପତିଙ୍କୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି। ଭକ୍ତ ଦାସ କହିଛନ୍ତି, “ରମେଶ ଜେନା ଏମିତି କରିବେ ବୋଲି ମୁଁ କେବେ ବିଶ୍ୱାସ କରିପାରୁ ନଥିଲି।”
2. ଯୁବ ବିଧାୟିକା ସୋଫିଆ ଫିରଦୌସ ମଧ୍ୟ ଦଳର ଲାଇନ୍ ବାହାରକୁ ଯାଇ ଭୋଟ୍ ଦେଇଛନ୍ତି।
3. ଯେଉଁ ବିଧାୟକ ଦାଶରଥି ଗମାଙ୍ଗଙ୍କୁ ନେଇ ସପ୍ତାହେ ଧରି ସସପେନ୍ସ ଜାରି ରହିଥିଲା, ସେ ଶେଷରେ ତାଙ୍କ ଜିଦ୍ରେ ଅଟଳ ରହି ଦଳକୁ ଶକ୍ତ ଧକ୍କା ଦେଇଛନ୍ତି।
ଭକ୍ତ ଦାସ କ୍ରୋଧର ସହ କହିଛନ୍ତି ଯେ, ଏହି ତିନି ବିଧାୟକଙ୍କ ସହ ଦଳ ଆଉ ବିଧାନସଭାରେ ବସିବ ନାହିଁ। ଏନେଇ ଏଆଇସିସି (AICC) କୁ ଲିଖିତ ଭାବେ ଅବଗତ କରାଯିବ।
#WATCH | Bhubaneswar: On the Rajya Sabha elections, Odisha Congress President Bhakta Charan Das says, “Ramesh Jena, the MLA from Sanakhemundi in Ganjam, Dasarathi Gomango, the MLA from Mohana in Gajapati, and Sofia Firdous from Cuttack have cross-voted. We didn’t expect this from… pic.twitter.com/1nRHMcV6VJ
— ANI (@ANI) March 16, 2026
ବିଜେଡି ଗଡ଼ରେ ମଧ୍ୟ ବିଦ୍ରୋହର ବହ୍ନି
କେବଳ କଂଗ୍ରେସ ନୁହେଁ, ଶାସକ ବିଜେଡି ମଧ୍ୟ ଆଭ୍ୟନ୍ତରୀଣ କନ୍ଦଳରୁ ବର୍ତ୍ତି ପାରିନାହିଁ। ସୂଚନା ମିଳୁଛି ଯେ ବିଜେଡିରୁ ଚକ୍ରମଣି କହଁର, ସୌଭିକ ବିଶ୍ୱାଳ ଏବଂ ସୁବାସିନୀ ଜେନା କ୍ରସ୍ ଭୋଟିଂ କରିଛନ୍ତି। ବିଶେଷ କରି ସୌଭିକ ବିଶ୍ୱାଳଙ୍କ ‘ମଉନବ୍ରତ’ ଯେ ବାପାଙ୍କ ବହିଷ୍କାରର ପ୍ରତିଶୋଧ ଥିଲା, ତାହା ଏବେ ସ୍ପଷ୍ଟ ହୋଇଛି। ସେହିଭଳି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେବା ବିଜେଡିର ରଣନୀତି ଉପରେ ଏକ ବଡ଼ ପ୍ରଶ୍ନବାଚୀ।
#WATCH | Bhubaneswar | Rajya Sabha elections | Odisha LoP and former CM Naveen Patnaik says, “The MLA of Brahmagiri had made a clear mistake while voting. But the officer sitting in the voting room who is in charge of this has illegally accepted her vote and has issued a second… pic.twitter.com/SxMSrrIbHB
— ANI (@ANI) March 16, 2026
ସନାତନ ଓ ଅରବିନ୍ଦଙ୍କ ସ୍ୱତନ୍ତ୍ର ପଦକ୍ଷେପ
ଦଳରୁ ନିଲମ୍ବିତ ହୋଇଥିବା ଦୁଇ ପ୍ରଭାବଶାଳୀ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର ମଧ୍ୟ ଦଳର ସ୍ୱୀକୃତିପ୍ରାପ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହାନ୍ତି। ଏହି ଦୁଇ ନେତାଙ୍କ ସମର୍ଥନ କାହା ପଟକୁ ଗଲା, ତାହା ଏବେ ବିଜେପି ଶିବିର ପାଇଁ ଖୁସିର ଖବର ହୋଇପାରେ।
ଓଡ଼ିଶା ରାଜନୀତିରେ ନୂଆ ସମୀକରଣ?
ଏହି କ୍ରସ୍ ଭୋଟିଂ ପ୍ରମାଣିତ କରୁଛି ଯେ, ଓଡ଼ିଶାରେ ଏବେ ‘ସଲାସୁତୁରା ରାଜନୀତି’ ବିରୋଧରେ ବିଧାୟକମାନେ ବିଦ୍ରୋହ ଆରମ୍ଭ କରିଛନ୍ତି। କଂଗ୍ରେସ-ବିଜେଡିର ମଧୁଚନ୍ଦ୍ରିକାକୁ ନିଜ ଦଳର ନେତାମାନେ ଗ୍ରହଣ କରିପାରୁ ନାହାନ୍ତି।
ଯଦି ଏତେ ସଂଖ୍ୟକ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି, ତେବେ କମନ୍ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଜିତିବା ବାଟ କଷ୍ଟକର ହୋଇପାରେ। ଏହା ପରୋକ୍ଷରେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାସ୍ତା ସଫା କରିଦେବାର ସମ୍ଭାବନା ଅଧିକ।
AlsoRead; https://purvapaksa.com/are-the-rahul-bhakta-duo-preparing-for-congress-funeral-in-odisha/


