ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ବିଜୟ ଅପ୍ରତ୍ୟାଶିତ ନୁହେ। ଆରମ୍ଭରୁ ସଂଖ୍ୟା ସରକାରଙ୍କ ପାଖରେ ଥିଲା। ଲଢେଇ କେବଳ ରାଜନୈତିକ ଥିଲା। ମତଦାନ ପୂର୍ବରୁ ନିଜର ବଡ଼ ପରାଜୟ ନିଶ୍ଚିତ ଦେଖି କଂଗ୍ରେସ ଏବଂ ତାହାର ବନ୍ଧୁମାନେ ପରାଜୟରେ ମଧ୍ୟ ନୈତିକ ବିଜୟ ଭଳି କଥା କହିବାକୁ ଚେଷ୍ଟା ଆରମ୍ଭ କରିଥିଲେ। କିନ୍ତୁ, ଯେତେବେଳେ ଫଳାଫଳ ଆସିଲା ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିର୍ବାଚନୀ ପ୍ରକ୍ରିୟାର ବିଶ୍ଳେଷଣ ହେଲା, ସେତେବେଳେ ଜଣାପଡ଼ିଲା ଯେ ଏହା କଂଗ୍ରେସ ଏବଂ ତା’ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ରଣନୈତିକ ଏବଂ ରାଜନୈତିକ ଦୃଷ୍ଟିରୁ ଏକ ବଡ଼ ପରାଜୟ।
ବିରୋଧୀ ଏକତା ପମ୍ପଚର
କଂଗ୍ରେସ ପ୍ରଥମେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା ଯେ ବିପକ୍ଷର ସମସ୍ତ ୩୧୫ ଭୋଟ ତାଙ୍କ ଖାତାକୁ ଯାଇଛି। କିନ୍ତୁ, ଯେତେବେଳେ ଭୋଟ ଗଣତି ହେଲା, ବିପକ୍ଷୀ ପ୍ରାର୍ଥୀ ବି ସୁଦରଶନ ରେଡ୍ଡୀଙ୍କୁ ମାତ୍ର ୩୦୦ ଭୋଟ ମିଳିଲା। ଅର୍ଥାତ୍, ବିରୋଧୀ ମେଣ୍ଟରୁ କିଛି ଭୋଟ୍ ଏନଡିଏ ପ୍ରାର୍ଥୀଙ୍କୁ ଯାଇଛି । ଇଣ୍ଡି ମେଣ୍ଟର ୧୫ ଜଣ ସାଂସଦ କ୍ରସ ଭୋଟିଂ କରିଥିଲେ। ଏହା ମନେ କରାଯାଉଛି ଯେ ବିଜେପି, ଆମ ଆଦମୀ ପାର୍ଟି ଏବଂ ଶିବସେନା (ୟୁବିଟି)ରୁ କିଛି ଭୋଟ୍ ହାତେଇବାରେ ସଫଳ ହୋଇଥିଲା।
ତଟସ୍ଥ ଦଳମାନଙ୍କୁ ମନାଇବାରେ ଅସଫଳ
କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକର ରଣନୀତି ସେତେବେଳେ ବିଫଳ ହେଲା, ଯେତେବେଳେ ୱାଇଏସଆର କଂଗ୍ରେସ ପାର୍ଟି ଭଳି ଦଳ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କଲା ଏବଂ ବିଜେଡି, ଅକାଳୀ ଦଳ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଭଳି ପାର୍ଟିମାନେ ମତଦାନରୁ ଦୂରେଇ ରହି ପରୋକ୍ଷ ଭାବେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସହଯୋଗ କରିଥିଲେ। କଂଗ୍ରେସ ଏବଂ ତାଙ୍କ ସହଯୋଗୀମାନେ ବଡ଼ ବଡ଼ ଦାବି କରୁଥିଲେ, କିନ୍ତୁ ସେମାନଙ୍କ ରଣନୀତି ସମ୍ପୂର୍ଣ୍ଣ ବିଫଳ ହେଲା।
ତାମିଲ ଗୌରବର ସୁଯୋଗ ହରାଇଲେ
ଏନଡିଏ ସିପି ରାଧାକୃଷ୍ଣନଙ୍କ ପାଇଁ ବିରୋଧୀ ଦଳମାନଙ୍କଠାରୁ ମଧ୍ୟ ସହଯୋଗ ମାଗିଥିଲା। ତାମିଲନାଡୁରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ରହିଛି ଏବଂ ଏପରି ପରିସ୍ଥିତିରେ ଯଦି ରାଧାକୃଷ୍ଣନଙ୍କ ବିଜୟ ନିଶ୍ଚିତ ମାନି କଂଗ୍ରେସ ଏବଂ ଡିଏମକେ ଭଳି ପାର୍ଟିମାନେ ତାଙ୍କୁ ସମର୍ଥନ କରିଥାନ୍ତେ, ତେବେ ସେମାନଙ୍କୁ ଅତି କମରେ ଏହା ଗର୍ବ କରିବାର ସୁଯୋଗ ମିଳିଥାନ୍ତା ଯେ ସେମାନେ ଜଣେ ତାମିଲଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ପଦରେ ବସାଇବାରେ ନିର୍ଦ୍ଦଳୀୟ ଭାବେ ସହଯୋଗ କରିଛନ୍ତି। କିନ୍ତୁ, ବିପକ୍ଷ ଏହି ଏକ ଭଲ ସୁଯୋଗ ହରାଇ ଦେଲା।
ଇଣ୍ଡି ମେଣ୍ଟର ହାତ ଖାଲି
ବି ସୁଦରଶନ ରେଡ୍ଡୀଙ୍କ ପ୍ରାର୍ଥୀତ୍ୱରୁ କଂଗ୍ରେସକୁ ଆଶା ଥିଲା ଯେ ସେ ଏନଡିଏରୁ କ୍ରସ୍ ଭୋଟିଂ କରାଇବାରେ ସେମାନେ ସଫଳ ହେବେ। ତାଙ୍କ ତେଲୁଗୁ ମୂଳ କାରଣରୁ କଂଗ୍ରେସକୁ ଲାଗୁଥିଲା ଯେ ଟିଡିପି ଏବଂ ଜନସେନା ପାର୍ଟି ପାଇଁ ତାଙ୍କୁ ବିରୋଧ କରିବା କଷ୍ଟକର ହେବ। ଖାସକରି ଟିଡିପି ତ କେନ୍ଦ୍ର ସରକାରରେ ଦ୍ୱିତୀୟ ସର୍ବବୃହତ ଭୂମିକାରେ ଅଛି। କିନ୍ତୁ, ଟିଡିପି ଓ ଜନସେନା ପାର୍ଟି ନିଜ ପଥରୁ ବିଚ୍ୟୁତ ହେଲେ ନାହିଁ, ବରଂ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆରସିପି ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କରି କଂଗ୍ରେସ ରାଜନୀତିର ହାୱା ବାହାର କରିଦେଲା। ବାକି ରହିଥିବା ଅଭାବ ବିଆରଏସ ପୂରଣ କରିଦେଲା, ଯିଏ ମତଦାନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲା।
ସଂବିଧାନ ବଞ୍ଚାଅ ନ୍ୟାରେଟିଭ୍ ବି କଂଗ୍ରେସକୁ ବଞ୍ଚାଇ ପାରିଲା ନାହିଁ
ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ବି ସୁଦରଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରି କଂଗ୍ରେସକୁ ଲାଗୁଥିଲା ଯେ ସେ ନିଜର ‘ସଂବିଧାନ ବଞ୍ଚାଅ’ ଆଭିମୁଖ୍ୟକୁ ତୀକ୍ଷ୍ଣ କରିବ। କିନ୍ତୁ, ବିଜେପି ସାଲୱା ଜୁଲୁମ ଉପରେ ତାଙ୍କ ନିଷ୍ପତ୍ତିକୁ ଉଠାଇ ନକ୍ସଲୀ ହିଂସାରେ ପୀଡ଼ିତଙ୍କ ମଧ୍ୟରେ କଂଗ୍ରେସର ଇମେଜକୁ ନଷ୍ଟ କରିଦେଲା। ଚାରା ଘୋଟାଲାରେ ଦଣ୍ଡିତ ଆରଜେଡି ନେତା ଲାଲୁ ୟାଦବଙ୍କ ସହ ସୁଦର୍ଶନଙ୍କ ଫଟୋ ବାକି କାମ କରିଥିଲା। ଅନେକ ପୂର୍ବତନ ବିଚାରପତି ୯୪୦ କୋଟି ଟଙ୍କାର ଘୋଟାଲାରେ ଦୋଷୀ ସହ ସୁପ୍ରିମ କୋର୍ଟର ବିଚାରପତି ପଦରେ ଥିବା ବ୍ୟକ୍ତିଙ୍କ ଏହି ପ୍ରକାର ସାକ୍ଷାତକୁ ନେଇ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।
ତେଣୁ, ଯଦି କଂଗ୍ରେସ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ପାଇଁ ୪୦ ପ୍ରତିଶତ ଭୋଟ ସଂଗ୍ରହ କରିବା ପାଇଁ ନିଜ ପିଠି ଥାପୁଡାଉଛି, ତେବେ ଦଳକୁ ଗୋଟିଏ କଥା ମନେ ରଖିବାର ଅଛି । ଗତଥର କଂଗ୍ରେସ ପ୍ରାର୍ଥୀ ମାତ୍ର ୨୬ ପ୍ରତିଶତ ଭୋଟ ପାଇଥିଲେ,ଏଥର ୪୦ ପ୍ରତିଶତ ଭୋଟ ପାଇଛନ୍ତି କିନ୍ତୁ କଂଗ୍ରେସକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ, ସେତେବେଳେ ଲୋକସଭାରେ ଏନଡିଏର ୩୫୩ ଜଣ ସାଂସଦ ଥିଲେ ଏବଂ ଏବେ ମାତ୍ର ୨୯୩ ଜଣ ସାଂସଦ ଅଛନ୍ତି।
Also Read https://purvapaksa.com/three-important-elections-will-decide-the-direction-of-odishas-politics/
