ଭୁବନେଶ୍ୱର ପାଞ୍ଚଟି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଧ । କମିଶନରେଟ ପୋଲିସ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପାଞ୍ଚଟି ରାସ୍ତାକୁ ବନ୍ଧ କରିଛି । ଆସନ୍ତୁ ଜାଣିବା କେଉଁ ରୁଟ ଏବଂ କାହିଁକି ବନ୍ଧ କରାଯିବ ?କମିଶନରେଟ୍ ପୋଲିସ ୧୮ରୁ ୨୫ ପର୍ୟ୍ୟନ୍ତ ଭୁବନେଶ୍ଵରର ପାଞ୍ଚଟି ରୁଟରେ ଯାନବାହାନ ଚଳାଚଳ ଉପରେ
ପ୍ରତିବନ୍ଧକ ଲଗାଇଛି। କମିଶନରେଟ୍ ପୋଲିସ ସୂଚନା ଅନୁଯାୟୀ, ଓଡ଼ିଶା ବିଧାନସଭାର ଆଗାମୀ ମୌସୁମୀ ଅଧୁବେଶନକୁ ଦୃଷ୍ଟିରେ ରଖୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୮ ରୁ ଆରମ୍ଭ ହୋଇ ସେପ୍ଟେମ୍ବର୨୫ ପର୍ୟ୍ୟନ୍ତ ଚାଲିବ । ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ପାର୍ଶ୍ଵକୁ ଆସୁଥିବା ଯାନବାହାନଗୁଡ଼ିକୁ କେଶରୀ ଟକିଜ୍ ଛକରେ ଡାଇଭର୍ଟ କରାଯିବ। ଏଜି ଛକରୁ ପିଏମଜି ଆଡ଼କୁ ଆସୁଥିବା ଯାନବାହାନଗୁଡ଼ିକୁ ଜୟଦେବ ଭବନରୁ ଡାହାଣ ମୋଡ଼ ନେଇ ଡାଇଭର୍ଟ କରାଯିବ ଏବଂ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାରେ ଆଗକୁ ବଢ଼ିବ। ସେହିପରି, ମାଷ୍ଟର କ୍ୟାଣ୍ଟିନ୍ ପାର୍ଶ୍ଵରୁ ପିଏମଜି ଆଡକୁ ଆସୁଥି ବା ସମସ୍ତ ଯାନବାହାନକୁ ଲୋୟର ପିଏମଜିରେ ସଂଲଗ୍ନ ଲେନ୍ ନିକଟରେ ଡାଇଭର୍ଟ କରାଯିବ ।
୧୨୦ ଇନଫାଣ୍ଟି୍ର ବାଟାଲିୟନ ଛକରୁ ଆସୁଥିବା ଯାନବାହାନଗୁଡ଼ିକୁ ରବୀନ୍ଦ୍ର ମଣ୍ଡପ ପାର୍ଶ୍ଵକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନଙ୍କୁ ପାଓ୍ୱାର ହାଉସ ଛକ ଆଡ଼କୁ ଡାଇଭଟ କରାଯିବ । ରାଜଭବନ ଛକରୁ ଏମ୍ଏଲଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥି ବା ଯାନଗୁଡ଼ିକୁ ସାସ୍ତ୍ରୀନଗର ଛକ ଆଡକୁ ଡାଇଭର୍ଟ କରାଯିବ। ଉପରୋକ୍ତ କଟକଣାଗୁଡ଼ିକ ଜରୁରୀକାଳୀନ ଯାନ ପୋଲିସ୍, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ଏବଂ ରାଜ୍ୟ ବିଧାନସଭା, ଲୋକସେବା ଭବନ ଏବଂ ଏହି ଅଞ୍ଚଳରେ ଅବସ୍ଥିତ ଅନ୍ୟାନ୍ୟ କାର୍ଯ୍ୟାଳୟ ସମେତ ସରକାରୀ କୋଠାକୁ ପ୍ରବେଶ କରିବାକୁ ପ୍ରବେଶ କରିବାକୁ ଅନୁମୋଦିତ ଯାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ।
ALSO READ https://purvapaksa.com/red-fort-facing-damage-due-to-air-pollution-flags-study/
