ଆଖିବୁଜିଲା ଏସିଆ ମହାଦେଶର ସବୁଠାରୁ ଶତାୟୁ ହାତୀ ୧୦୯ ବର୍ଷୀୟା ବତ୍ସଳା। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଲା ଏସିଆର ସବୁଠାରୁ ଏହି ବୟସ୍କା ହାତୀ । ଶତାୟୁ ବତ୍ସଳାର ଦାଦି ମାଆ ନାମରେ ବେଶ ପରିଚିତ ଥିଲା । ମଙ୍ଗଳବାର ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣରେ ବହୁ ଅଙ୍ଗ ଅକାମୀ ହୋଇ ଯିବାରୁ ଶେଷ ନିଶ୍ୱାସ ତ୍ୟାଗ କରିଛି ବତ୍ସଳା।
ତେବେ ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିଲା ବତ୍ସଳା । କେରଳର ନିଲାମ୍ବୁର ଜଙ୍ଗଲରେ ଜନ୍ମଗ୍ରହଣ କରିଥିବା ଏହି ହାତୀ କାଠ ବ୍ୟବସାୟରେ ଜଣେ କାର୍ଯ୍ୟରତ ହାତୀ ଭାବରେ ଯାତ୍ରା ଆରମ୍ଭ କରିଥିଲ। । ୧୯୭୧ ମସିହାରେ, ମଧ୍ୟପ୍ରଦେଶର ହୋଶଙ୍ଗା ବାଦ, ପରେ ୧୯୯୩ରୁ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ସେ ରହିଆସୁଥିଲା । ସେଠାରେ ବାଘମାନଙ୍କୁ ଟ୍ରାକିଂ କରିବାରେ, ବନ୍ୟପ୍ରାଣୀ ସଂରକ୍ଷଣରେ ତାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଜୀବନ ସାରା ଛୁଆ ହାତୀଙ୍କ ଲାଳନ ପାଳନ କରୁଥିଲା ବତ୍ସଳା । ବତ୍ସଳା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିଥିଲା । ସେ ଥିଲା ପାନ୍ନାର ଗର୍ବ ଓ ଗୌରବ । ବତ୍ସଳା ସହ ପାନ୍ନାର କର୍ମଚାରୀଙ୍କର ସ୍ନେହର ସଂପର୍କ ଯୋଡିହୋଇଥିଲା । ତାର ମୃତ୍ୟୁ ବନ୍ୟପ୍ରାଣୀ ଜଗତ ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ଵତ୍ସଳା ବୃଦ୍ଧାବସ୍ଥା ଯୋଗୁଁ ଦୃଷ୍ଟିଶକ୍ତି ହରାଇଥିଲେ ଏବଂ ଚାଲିବାରେ ମଧ୍ୟ କଷ୍ଟ ହେଉଥିଲା। ତାଙ୍କ ଆଗ ଗୋଡର ନଖରେ ଏକ ଗମ୍ଭୀର ଆଘାତ ଲାଗିଥିଲା, ଯାହା ଯୋଗୁଁ ସେ ଉଠି ପାରୁନଥିଲେ। ଏହା ସତ୍ତ୍ୱେ, ବନ ବିଭାଗର କର୍ମଚାରୀମାନେ ତାଙ୍କୁ ପ୍ରତିଦିନ ଗାଧୋଇବା ପାଇଁ ଖୈରୈୟା ନାଳକୁ ନେଇଯାଉଥିଲେ, ଗରମ ପରଟି ଖାଇବାକୁ ଦେଉଥିଲେ ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରିଚାଲିଥିଲେ। ମଙ୍ଗଳବାର ଦିନ, ସମସ୍ତ ପ୍ରୟାସ ସତ୍ତ୍ୱେ, ଵତ୍ସଳା ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
Also Read https://purvapaksa.com/mahua-moitra-slammed-mohan-for-bangladeshi-immigrants/
Mahua Moitra slammed Mohan for Bangladeshi immigrants ।। ବାଂଲାଦେଶୀଙ୍କ ପାଇଁ ମୋହନଙ୍କୁ ଗାଳିଦେଲେ ମହୁଆ
