- ୩୬ କ୍ରୀଡ଼ା ଇଭେଣ୍ଟରେ ଭାଗ ନେବେ ୧୦୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍
ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ପକ୍ଷରୁ ଆଜି ୩୮ତମ ଜାତୀୟ କ୍ରୀଡ଼ା ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ଏଥର ଉତ୍ତରାଖଣ୍ଡରେ ଏହି ମର୍ଯ୍ୟାଦାଜନକ କ୍ରୀଡ଼ା ଆୟୋଜିତ ହେବ । ଆସନ୍ତା ବର୍ଷ ଜାନୁଆରୀ ୨୮ରୁ କ୍ରୀଡ଼ା ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ତାରିଖରେ ଶେଷ ହେବ । ଦେଶର ବିଭିନ୍ନ ରାଜ୍ୟର ଜଣାଶୁଣା ଆଥଲେଟଙ୍କ ସମେତ ଯୁବ ପ୍ରତିଭାବାନ ଆଥଲେଟ୍ ଏହି କ୍ରୀଡ଼ାରେ ନିଜ ଦକ୍ଷତା ପ୍ରତିପାଦିତ କରିବେ । ଆଗାମୀ କ୍ରୀଡ଼ା ପ୍ରତିଯୋଗିତାରେ ମୋଟ ୩୬ଟି କ୍ରୀଡ଼ା ଇଭେଣ୍ଟରେ ୧୦୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍ ଭାଗନେବେ। ନିକଟରେ ଆଇଓସି ବୈଠକରେ ୩୨ଟି କ୍ରୀଡ଼ା ଇଭେଣ୍ଟ ସମେତ ୪ଟି ପ୍ରଦର୍ଶନୀ କ୍ରୀଡ଼ା ଇଭେଣ୍ଟକୁ ଅନୁମତି ମିଳିଥିଲା । ଆଇଓସି ସଭାପତି ପିଟି ଉଷା କହିଛନ୍ତି ଯେ, ୩୮ତମ ଜାତୀୟ କ୍ରୀଡ଼ା ଉତ୍ତରାଖଣ୍ଡରେ ଆୟୋଜିତ ହେବ । ଏଥର ନୂଆ କରି କିଛି ପ୍ରଦର୍ଶନୀ କ୍ରୀଡ଼ା ଇଭେଣ୍ଟ ଯଥା କଲାରିପୟାଟୁ, ଯୋଗାସନ, ମଲ୍ଲଖମ୍ବ ଏବଂ ରାଫ୍ଟିଂ ରିଫ୍ଲେକ୍ଟ କ୍ରୀଡ଼ା ଅନୁଷ୍ଠିତ ହେବ। କ୍ରୀଡ଼ା ଆୟୋଜନ ପାଇଁ ଉତ୍ତରାଖଣ୍ଡ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦେଇଛି । କ୍ରୀଡ଼ା ଆୟୋଜନକୁ ସଫଳ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସୂଚନାଯୋଗ୍ୟ, ଗତ ବର୍ଷ ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା । ଏଥିରେ ୪୩ଟି କ୍ରୀଡ଼ା ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ମହାରାଷ୍ଟ୍ର ସର୍ବାଧିକ ୨୨୮ (୮୦ ସ୍ୱର୍ଣ୍ଣ, ୬୯ରୌପ୍ୟ, ୭୯ବ୍ରୋଞ୍ଜ) ପଦକ ସହ ଦଳଗତ ଚାମ୍ପିଅନ୍ ହୋଇଥିଲା । ଓଡ଼ିଶା ମୋଟ ୫୮ଟି (୧୦ସ୍ୱର୍ଣ୍ଣ, ୧୮ରୌପ୍ୟ, ୩୦ବ୍ରୋଞ୍ଜ) ପଦକ ସହ ତାଲିକାରେ ୧୬ତମ ସ୍ଥାନରେ ରହିଥିଲା।
- ୩୮ତମ ଜାତୀୟ କ୍ରୀଡ଼ାରେ ସାମିଲ ହେବାକୁ ଥିବା ସମସ୍ତ କ୍ରୀଡ଼ାର ତାଲିକା
ଆଥଲେଟିକ୍ସ, ଆକ୍ୱାଟିକ୍ସ, ଆର୍ଚରୀ, ବ୍ୟାଡମିଣ୍ଟନ, ବାସ୍କେଟବଲ, ଲନ୍ ବାଉଲ୍ସ, ବକ୍ସିଂ, କ୍ୟାନୋଇଙ୍ଗ ଏବଂ କାୟାକିଙ୍ଗ, ସାଇକେଲିଂ, ଫେନ୍ସିଂ, ଫୁଟ୍ବଲ୍, ଗଲ୍ଫ, ଜିମ୍ନାଷ୍ଟିକ୍ସ, ହ୍ୟାଣ୍ଡବଲ୍ (ଇନ୍ଡୋର୍ ଏବଂ ବିଚ୍), ହକି, ଜୁଡୋ, କବାଡ଼ି (ଇନ୍ଡୋର୍ ଏବଂ ବିଚ୍), ଖୋ ଖୋ, ଆଧୁନିକ ପେଣ୍ଟାଥଲନ୍, ନେଟ୍ ବଲ୍, ରୋଇଂ, ରଗ୍ବି, ସୁଟିଂ, ସ୍କ୍ୱାସ୍, ଟେବୁଲ୍ ଟେନିସ୍, ତାଇକୋଣ୍ଡୋ, ଟେନିସ୍, ଟ୍ରାଏଥଲୋନ୍, ଭଲିବଲ୍ (ଇନ୍ ଡୋର ଏବଂ ବିଚ୍), ଭାରୋତ୍ତୋଳନ, କୁସ୍ତି, ଉଶୁ। - ପ୍ରଦର୍ଶନୀ କ୍ରୀଡ଼ା
କଲାରିପ୍ପାୟଟ୍ଟୁ, ଯୋଗାସନ, ମଲ୍ଲଖମ୍ବ, ରାଫ୍ଟିଂ।
previous article: https://purvapaksa.com/hazlewood-ruled-out-of-second-test/