arabati: ଆସନ୍ତା ଫେବୃଆରି୯ ତାରିଖରେ କଟକର ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍।
ସେଥିପାଇଁ ପାଇଁ ଜୋରଦାର୍ ଚାଲିଛି ପ୍ରସ୍ତୁତି। ଏହାସହ ଆଜିଠାରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ତେବେ ଏହି ଟିକେଟ୍ ଲାଗି ଠେଲା ପେଲା ଧସ୍ତାଧସ୍ତି ପରସ୍ଥିତି। ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ଅନେକ ଯୁବକ ଅଚେତ୍ ହୋଇଯାଇଛନ୍ତି। ଭିଡ଼ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଖରାରେ ଛିଡ଼ା ହେବା ପରେ କେତେକ ଯୁବକ ଅଚେତ୍ ହୋଇପଡ଼ିଛନ୍ତି ।
ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି । ଏହା ସହ ଟିକେଟ୍ ନପାଇ କାନ୍ଦିବା ସହ ମନ ଦୁଃଖରେ ଫେରିଗଲେ କ୍ରିକେଟ୍ ପ୍ରେମୀ। ଏହି ପରିସ୍ଥିତି ଏପରି ହୋଇଛି ଯେ ପୋଲିସକୁ ମଧ୍ୟ ଭିଡର ଶିକାର ହେବାକୁ ପଡିଛି । ଏଭଳି ସ୍ଥିତିରେ କଟକ ଡ଼ିସିପି ନିଜେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ। ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ। ଚଳିତବର୍ଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ହୋଇଥିବା ବେଳେ ମୋଟ୍ ଚାରୋଟି କାଉଣ୍ଟରରେ ମିଳୁଛି ଟିକେଟ୍ । ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ୧୦ ହାଜର ୮୦ ଟିକେଟ୍ । ସକାଳ ୯ଟାରୁ ଖୋଲିଛି ଟିକେଟ୍ କାଉଣ୍ଟର ।
ALSO READ: https://purvapaksa.com/parking-arrangements-to-be-made-at-five-places-for-india-england-odi-match/
ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା