Waqf Bill: ଏବେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ସରକାର ଏହି ବିଲ୍ ଆଣିବା ପାଇଁ ବାଟ ଖୋଲିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତିର ପଞ୍ଜୀକରଣକୁ ଶୃଙ୍ଖଳିତ କରିବା।
ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଗଠିତ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ସୁପାରିଶ କରାଯାଇଥିବା ପରିବର୍ତ୍ତନ ସହିତ ଫେବ୍ରୁଆରି ୧୯ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅପଡେଟ୍ ହୋଇଥିବା ୱାକଫ୍ (ସଂଶୋଧନ) ବିଲକୁ ଅନୁମୋଦନ ମିଳିଛି।
ଏବେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ସରକାର ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଓ୍ଵାକଫ୍ ସମ୍ପତ୍ତି ପଞ୍ଜୀକରଣକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଆଗତ କରିବାକୁ ବାଟ ଖୋଲିଛନ୍ତି।
ଗତ ଫେବ୍ରୁଆରି ୧୩ ତାରିଖରେ ସଂସଦର ଉଭୟ ଗୃହରେ ଏହି ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଉପସ୍ଥାପିତ ହେବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ଗତ ଜାନୁଆରି ମାସରେ କମିଟି ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ସଂଶୋଧନକୁ ଅନୁମୋଦନ କରିଥିଲା ଏବଂ ବିରୋଧୀ ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରତ୍ୟେକ ପରିବର୍ତ୍ତନକୁ ପ୍ରତ୍ୟାଖ୍ୟାନ କରିଥିଲା।
ଉପସ୍ଥାପିତ ୪୪ଟି ସଂଶୋଧନ ମଧ୍ୟରୁ ଏନଡିଏ ସଦସ୍ୟଙ୍କ ଦ୍ୱାରା ପ୍ରସ୍ତାବିତ ୧୪ଟି ପରିବର୍ତ୍ତନକୁ କମିଟି ଭୋଟ୍ ମାଧ୍ୟମରେ ଗ୍ରହଣ କରିଛି। ବିଲ୍ ର ପ୍ରମୁଖ ବ୍ୟବସ୍ଥା ଗୁଡ଼ିକ ହେଲା ରାଜ୍ୟ ଓ୍ଵାକଫ୍ ବୋର୍ଡରେ ଅତି କମରେ ଦୁଇ ଜଣ ଅଣମୁସଲମାନ ସଦସ୍ୟଙ୍କୁ ନିଯୁକ୍ତ କରିବା ଏବଂ ଜଣେ ସରକାରୀ ଅଧିକାରୀଙ୍କୁ କୌଣସି ସମ୍ପତ୍ତି ୱାକଫ୍ ସମ୍ପତ୍ତି ଭାବରେ ଯୋଗ୍ୟ କି ନାହିଁ ତାହା ନିର୍ଦ୍ଧାରଣ କରିବାକୁ ଅନୁମତି ଦେବା ଅନ୍ତର୍ଭୁକ୍ତ ।
ବହୁ ବିଚାର ବିମର୍ଶ ପରେ ଜେପିସି ଜାନୁଆରି ୩୦ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଥିଲା। ଅନୁମୋଦିତ ସଂଶୋଧନକୁ ଅନ୍ତର୍ଭୁକ୍ତ କରି ସଂଶୋଧିତ ବିଲ୍ କୁ ଜାନୁଆରି ୨୯ରେ କମିଟି ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା।
ପ୍ରଥମେ ନଭେମ୍ବର ୨୦୨୪ରେ ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଆଗତ ହେବାର ଆଶା କରାଯାଉଥିଲା, ସଂସଦରେ ନିର୍ଦ୍ଧାରିତ ଉପସ୍ଥାପନ ପୂର୍ବରୁ ବିସ୍ତୃତ ସମୀକ୍ଷା ପାଇଁ ଏହି ବିଲ୍ କୁ ଜେପିସିକୁ ପଠାଯାଇଥିଲା।
previous article:https://purvapaksa.com/mahakumbh-a-memorable-event-on-indias-spiritual-calendar/
ମହାକୁମ୍ଭ: ଭାରତର ଆଧ୍ୟାତ୍ମିକ କ୍ୟାଲେଣ୍ଡରରେ ଏକ ସ୍ମରଣୀୟ କାର୍ଯ୍ୟକ୍ରମ
