Elon Musk: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ୟୁକ୍ରେନକୁ ଧମକ ଦେଇ କହିଛନ୍ତି ଯେ ଯଦି ସେ ତାଙ୍କ ରିମୋଟ୍ ଚିପିବେ ତେବେ ୟୁକ୍ରେନରେ ସବୁ ବରବାଦ ହେଇଯିବ । ଆଗରୁ ରାଷ୍ଟ୍ରପତି ଟ୍ରମ୍ପ ଜେଲେନେସ୍କିଙ୍କୁ ଜୋରଜବରଦସ୍ତ ଆଲୋଚନା ଟେବୁଲ ଉପରକୁ ଆଣିବାକୁ ଧମକ ଦେଉଥିଲେ ।
ଏବେ ଏଲନ ମସ୍କ ଧମକ ଦେବା ଆରମ୍ଭ କଲେଣି । ତେବେ ପ୍ରଶ୍ନ ହେଲା ମସ୍କଙ୍କ ପାଖରେ ଏମିତି କ’ଣ ଅଛି.,ଯାହାକୁ ନେଇ ଜେଲେନେସ୍କିଙ୍କୁ ଧମକ ଦେଉଛନ୍ତି ।
ଷ୍ଟାର ଲିଙ୍କ୍
ମସ୍କ ତାଙ୍କ ଷ୍ଟାରଲିଙ୍କକୁ ମାଧ୍ୟମ କରି ୟୁକ୍ରେନକୁ ଏଭଳି ଧମକ ଦେଉଛନ୍ତି । ସେ କହିଛନ୍ତି ଯେ,ଯଦି ସେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ବ୍ୟବସ୍ଥାକୁ ବନ୍ଦ କରିଦିଅନ୍ତି, ତେବେ ଖୁବ୍ କମ୍ ସମୟ ମଧ୍ୟରେ ୟୁକ୍ରେନ୍ ସେନାର ସମଗ୍ର ଫ୍ରଣ୍ଟ ଲାଇନ୍ ଭୁଶୁଡ଼ି ପଡ଼ିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୋଟିପତି ପରାମର୍ଶଦାତା ଏଲନ୍ ମସ୍କ ୟୁକ୍ରେନର ଶ୍ରେଷ୍ଠ ୧୦ ଜଣ ଧନୀ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି ।
ବିଶେଷକରି ଯେଉଁ ୟୁକ୍ରେନୀୟ କୋଟିପତିଙ୍କ ଘର ମୋନାକୋରେ ଅଛି ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଆହ୍ୱାନ ଦେଇଛନ୍ତି। ବିକ୍ଷୋଭକାରୀମାନେ ହ୍ଵାଇଟ୍ ହାଉସ୍ ନିକଟରେ ବିଶାଳ ୟୁକ୍ରେନ୍ ପତାକା ଉତ୍ତୋଳନ କରିବାକୁ ସହଜରେ ନେଇ ନାହାନ୍ତି ମସ୍କ । ଯାହା ମସ୍କଙ୍କ କ୍ରୋଧିତ କରିଛି । ଯାହାକୁ ସେ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ।
କିଛି ଦିନ ତଳେ ଏଲନ୍ ମସ୍କ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ‘ଦୁଷ୍ଟ’ କହିବା ସହ ଜାଣିଶୁଣି ରୁଷ୍ ସହ ଯୁଦ୍ଧକୁ ଜୋରଦାର କରୁଥିବା ଅଭିଯୋଗ କରିଥିଲେ। ଏଲନ୍ ମସ୍କ ରବିବାର ଏକ ନୂଆ ଚେତାବନୀ ଜାରି କରି କହିଛନ୍ତି ଯେ ଯଦି ସେ ତାଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସିଷ୍ଟମକୁ ବନ୍ଦ କରିଦିଅନ୍ତି, ତେବେ କିଭ୍ ର ସମଗ୍ର ଫ୍ରଣ୍ଟ ଲାଇନର ପ୍ରତିରକ୍ଷା ଭୁଶୁଡ଼ି ଯାଇପାରେ। ସାମରିକ ଯୋଗାଯୋଗ ବଜାୟ ରଖିବା ରେ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏଲନ୍ ମସ୍କ ଲେଖିଛନ୍ତି, ‘ୟୁକ୍ରେନ୍କୁ ନେଇ ମୁଁ ପୁତିନଙ୍କୁ ଚ୍ୟାଲେଂଜ୍ କରିଥିଲି ଏବଂ ମୋର ଷ୍ଟାରଲିଙ୍କ୍ ବ୍ୟବସ୍ଥା ହେଉଛି ୟୁକ୍ରେନ୍ ସେନାର ମେରୁଦଣ୍ଡ। ଯଦି ମୁଁ ଏହାକୁ ବନ୍ଦ କରିଦେବି, ତେବେ ସେମାନଙ୍କର ପୂରା ଫ୍ରଣ୍ଟଲାଇନ୍ ଭୁଶୁଡ଼ି ପଡ଼ିବ। ବର୍ଷ ବର୍ଷ ଧରି ଚାଲିଥିବା ଏହି ହତ୍ୟାକାଣ୍ଡକୁ ନେଇ ମୁଁ ରୋଗିଣା, ଯାହାକୁ ୟୁକ୍ରେନ୍ ନିଶ୍ଚିତ ଭାବେ ହାରିବ। ଯିଏ ପ୍ରକୃତରେ ଚିନ୍ତା କରେ ଏବଂ ପ୍ରକୃତରେ ବୁଝିଥାଏ ସେ ମାଂସ ଚକିକୁ ବନ୍ଦ କରିବାକୁ ଚାହେଁ । ଏବେ ଶାନ୍ତି।
ଏଲନ୍ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନର ଧନୀମାନେ ଡେମୋକ୍ରାଟଙ୍କ କାର୍ଯ୍ୟପାଇଁ ପାଣ୍ଠି ଯୋଗାଉଛନ୍ତି। ବିଶ୍ୱର ସର୍ବବୃହତ ପତାକା କୁହାଯାଉଥିବା ହ୍ୱାଇଟ୍ ହାଉସ୍ ନିକଟରେ ଉତ୍ତୋଳନ କରାଯାଇଥିବା ବିଶାଳ ୟୁକ୍ରେନ୍ ପତାକାକୁ କିଏ ପାଣ୍ଠି ଯୋଗାଉଛି ବୋଲି ମସ୍କ ପ୍ରଶ୍ନ କରିଛନ୍ତି। ୟୁକ୍ରେନର ଶୀର୍ଷ ୧୦ ଜଣ ଧନୀକଙ୍କ ଉପରେ ପ୍ରତିବନ୍ଧକ ଲଗାନ୍ତୁ, ବିଶେଷ କରି ମୋନାକୋରେ ଯେଉଁମାନଙ୍କର ମହଲ ଅଛି ଏବଂ ଏହା ତୁରନ୍ତ ବନ୍ଦ ହୋଇଯିବ। ଏହା ହିଁ ଗୋଲକଧନ୍ଦାର ଚାବିକାଠି।
ଭାରତର ଏହି ପଡୋଶୀ ଦେଶରେ ହିନ୍ଦୁଙ୍କ ପୂଜା ଉପରେ ରହିଛି ପ୍ରତିବନ୍ଧକ,ପୂଜା କରି ଧରା ପଡ଼ିଲେ ଯିବାକୁ ପଡେ ଜେଲ୍ !