ସମଗ୍ର ଦେଶରେ ବନୀକରଣ କାର୍ଯ୍ୟକ୍ରମ ଯୋଗୁଁ ଭାରତର ସବୁଳିମା ବୃଦ୍ଧି ପାଉଥାଇପାରେ, କିନ୍ତୁ ଗଛଗୁଡ଼ିକ ସଠିକ୍ ଭାବରେ ଆଲୋକ ସଂଶ୍ଳେଷଣ କରିବାରେ ସକ୍ଷମ ହୋଇପାରୁ ନ ଥିବାରୁ ଆମ ଜଙ୍ଗଲର ସ୍ୱାସ୍ଥ୍ୟ ହ୍ରାସ ପାଉଛି ବୋଲି ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନକ୍ନୋଲୋଜି (ଆଇଆଇଟି)ର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଜଙ୍ଗଲର ଅବକ୍ଷୟ ଜୈବବିବିଧତା, ସାଇଜ୍ – ଉତ୍ପାଦନ, ବନବାସୀଙ୍କ ଜୀବିକା ଓ ଦୀର୍ଘକାଳୀନ ଜଳବାୟୁ ସହନଶୀଳତା ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।
ଆଇଆଇଟି ଖଡ଼ଗପୁରର ସେଣ୍ଟର ଫର୍ ଓସେନ୍, ରିଭର, ଆଟମସ୍ଫିଅର ଓ ଲ୍ୟାଣ୍ଡ ସାଇନ୍ସର ଆସୋସିଏଟ୍ ପ୍ରଫେସର ଜୟନାରାୟଣନ କହିଛନ୍ତି ଯେ ଭାରତ ଅଧିକ ସବୁଜିମା ଯୋଗ କରୁଛି ଏବଂ ବିଶ୍ଵ ପୃଷ୍ଠ ଅଙ୍ଗାରକାମ୍ଳ ବିଶୋଧନରେ ଯୋଗଦାନ ଦେଉଛି। କିନ୍ତୁ ଆଲୋକ ସଂଶ୍ଳେଷଣ ଦକ୍ଷତା ହ୍ରାସ ହେତୁ ଏହାର ଜଙ୍ଗଲ ସ୍ବାସ୍ଥ୍ୟ କ୍ରମାଗତ ଭାବରେ ହ୍ରାସ ପାଉଛି। ଆଲୋକ ସଂଶ୍ଳେଷଣ ହେଉଛି ଏକ ପ୍ରକ୍ରିୟା ଯାହା ମାଧ୍ୟମରେ ସବୁଜ ଉଭିଦଗୁଡିକ ସୂର୍ଯ୍ୟକିରଣ, ଜଳ ଓ ଅଙ୍ଗାରକାମ୍ଳ ବ୍ୟବହାର କରି ନିଜର ଖାଦ୍ୟ (ଗ୍ଲୁକୋଜ୍) ଉତ୍ପାଦନ କରନ୍ତି ଓ ଅମ୍ଳଜାନ ମୁକ୍ତ କରନ୍ତି। ଚଳିତ ବର୍ଷ ଅଗଷ୍ଟରେ ସାଇନ୍ସ ଡାଇରେକ୍ଟରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଥିଲା ।
ଏହି ଅଧ୍ୟୟନରୁ ଜଣାପଡିଛି ଯେ ୨୦୧୦-୨୦୧୯ ମଧ୍ୟରେ ଭାରତୀୟ ଜଙ୍ଗଲର ଆଲୋକ ସଂଶ୍ଳେଷଣ ଦକ୍ଷତା ପୂର୍ବ ଦଣ୍ଡ ୨୦୦୦- ୨୦୦୯ ତୁଳନାରେ ୫% ହ୍ରାସ ପାଇଛି । ପୂର୍ବ ହିମାଳୟ, ପଶ୍ଚିମଘାଟ ଓ ଇଣ୍ଡୋ- ଗାଙ୍ଗେୟ ସମତଳ ଅଞ୍ଚଳର ଜଙ୍ଗଲରେ ଏହି ହ୍ରାସ ଅଧିକ ଦେଖା ଯାଉଛି। ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ଵାରା ପ୍ରକାଶିତ ୨୦୨୩ର ଇଣ୍ଡିଆ ଷ୍ଟେଟ୍ ଫର୍ ଫରେଷ୍ଟ ରିପୋର୍ଟ ଅନୁଯାୟୀ, କୃଷି ବନୀକରଣ ଅଧୀନରେ ଦେଶରେ ମୋଟ ବୃକ୍ଷ ସବୁଜିମା ୧,୨୨,୫୯୦ ବର୍ଗ କିଲୋମିଟର ବୋଲି ଆକଳନ କରାଯାଇଥିଲା । ଗତ ଏକ ଦଶନ୍ଧି ମଧ୍ୟରେ କୃଷି-ବନୀକରଣ ଅଧୀନରେ ସମୁଦାୟ ବୃକ୍ଷ ସବୁଜିମାରେ ୨୦% ବୃଦ୍ଧି ଘଟିଛି ।
ଏହି ଅଧ୍ୟୟନ ଅନୁଯାୟୀ, ଜଙ୍ଗଲ ସ୍ଵାସ୍ଥ୍ୟରେ ଅଧିକାଂଶ ହ୍ରାସର କାରଣ ହେଉଛି। ଆହୁରି ମଧ୍ୟ,ଗ୍ଲୋବାଲ୍ ୱାମିଂ ଦ୍ଵାରା ମାଟିର ଆର୍ଦ୍ରତା ହ୍ରାସ ପାଇବା ସହ ବାୟୁର ତାପମାତ୍ରା ଅଧିକ ରହୁଛି । ଜଙ୍ଗଲରେ ନିଆଁ ଲାଗିବା, ଭୂସ୍ଖଳନ, ଅନ୍ୟ ପ୍ରାକୃତିକ କାରଣ ,ଜଙ୍ଗଲ କ୍ଷୟ, ଖଣି ଖନନ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକଳାପ ମଧ୍ୟ ଜଙ୍ଗଲ ସ୍ବାସ୍ଥ୍ୟର ଅବନତିରେ ସହାୟକ ହୋଇଥାଏ ବୋଲି ରିପୋର୍ଟ କହିଛି।
Also Read https://purvapaksa.com/bjd-in-trouble-for-shreemayee-mishra/
BJD in trouble for Shreemayee Mishra ।। ଶ୍ରିମୟୀଙ୍କୁ ନେଇ ଅଡ଼ୁଆରେ ବିଜେଡ଼ି
