ରାଜ୍ୟରେ ଆଜିଠୁ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା’ ସମ୍ମେଳନ ଜନତା ମଇଦାନରେ ଆୟୋଜନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୦: ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଜନତା ମୈଦାନରେ ଆୟୋଜିତ ହୋଇଥିବା କନ୍କ୍ଲେଭକୁ ଉଦ୍ଘାଟନ କରିବେ । କନ୍କ୍ଲେଭ୍ର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା । କନ୍କ୍ଲେଭ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ଜୁଏଲ୍ ଓରାମ୍ ମଧ୍ୟ ଭାଗନେବେ ।
ଏଥିସହ ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି । ୨ ଘଣ୍ଟା ପାଇଁ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପୂର୍ବରୁ କାରକେଡ୍ ରିହର୍ଶାଲ ଶେଷ ହୋଇଛି । ଭୁବନେଶ୍ୱରରେ ମୋଦି ୨ ଘଣ୍ଟା ୨୦ମିନିଟ୍ ରହିବେ । ସେଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରୁଟ ଲାଇନିଂ ଓ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯାଇଛି । ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ୪୦୦ ରୁ ଉର୍ଦ୍ଧ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି । ଆଜି ଦିନ ୧୦ଟା ୩୫ରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବେ ।
ଟ୍ରାଫିକ ବ୍ୟବସ୍ଥା
ସେଠାରୁ ମୋଦି ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମୈଦାନରେ ପହଞ୍ଚିବେ । ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ରେ ମୋଦୀ ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରହିବେ । ଏହା ପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ । ଦିନ ୧୨ଟା ୫୫ମିନିଟରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସକାଳ ୧୦.୨୫ରୁ ଦିନ ୧୧.୧୦ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ ହସ୍ପିଟାଲ ଛକ, ଏଜି ଛକ, ରାଜଭବବନ ଛକ, ପାଓ୍ୱାର ହାଉସ୍ ଛକ,୧୨୦ ବାଟାଲିୟନ ଛକ ଜୟଦେବ ବିହାର ଛକଜାଭିୟର ଛକ ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । ସେହିପରି ଅପରାହ୍ନ ୧୨.୨୦ ମିନିଟ ଅପରାହ୍ନ ୧.୦୫ ପର୍ଯ୍ୟନ୍ତ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ୧୨୦ ବାଟାଲିୟନ ଛକ ପାଓ୍ୱାର, ହାଉସ୍ ଛକ, ରାଜଭବବନ ଛକ, ଏଜି ଛକ ହସ୍ପିଟାଲ ଛକ, ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ । ଭୁବନେଶ୍ବରରେ ମୋଦି ୨ ଘଣ୍ଟା ୨୦ମିନିଟ୍ ରହିବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରାଯାଇଛି । ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।
Also read https://purvapaksa.com/elephant-dies-in-similipal-sanctuary/
ସଙ୍କଟରେ ଗଜରାଜ , ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ