Toothpaste: ଟୁଥ୍ପେଷ୍ଟରେ ଆମେ ସକାଳେ ଦାନ୍ତ ସଫା କରି କରିଥାଉ।
ଏହାସହ ଆମ ଶରୀରର କୌଣସି ସ୍ଥାନରେ ଜଳି ଗଲେ ଆମେ ସେହି ସ୍ଥାନରେ ଟୁଥ୍ପେଷ୍ଟକୁ ଲଗେଇଥାଉ।
ହେଲେ ଆପଣ କେବେ ଏହାକୁ ଆପଣଙ୍କ ତ୍ୱଚାରେ ଲଗାଇବା ପାଇଁ ଭାବିଛନ୍ତି କି? ଏହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ। ଆପଣ ଏହାକୁ ଫେସ୍ପ୍ୟାକ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ?
ବ୍ଲାକହେଡସ୍ରୁ ମୁକ୍ତି ପାଆନ୍ତୁ
ବ୍ଲାକହେଡସ୍ ସମସ୍ୟା ପ୍ରାୟ ସବୁ ଯୁବତୀ ଓ ମହିଳାଙ୍କ ଟେନସନ ବଢାଇ ଦେଇଥାଏ। ଟୁଥ୍ପେଷ୍ଟକୁ ସ୍କ୍ରବ୍ ସହ ମିଶାଇ ନାକ ଉପରେ ଏହାର ଏକ ମୋଟା ପରସ୍ତ ଲଗାନ୍ତୁ। ଶୁଖି ଯିବା ପରେ ହାଲକା ଭାବେ ଏହାକୁ ଘଷନ୍ତୁ। ଏହାକୁ ଆପଣ ସନବର୍ଣ୍ଣ ପରି ସମସ୍ୟାକୁ କମାଇବା ଲାଗି ମଧ୍ୟ ବ୍ୟବହାର କରିପାରିବେ।
ବ୍ରଣ ସମସ୍ୟା ବି ଦୂର ହେବ
ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ବୟସ ବଢିବା ସହ ଏହି ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଇଥାଏ। ବ୍ରଣ ହେବା ମାତ୍ରେ ଆପଣ ସେହି ଜାଗାରେ କିଛି ଟୁଥ୍ପେଷ୍ଟ ଲଗାଇ ଦିଅନ୍ତୁ। ଏହାଦ୍ୱାରା ବ୍ରଣ ଶୁଖିଯିବ।
ଭାଙ୍ଗ ପଡ଼ିବା ଓ କଳା ଦାଗକୁ ବି ଲିଭାଇଥାଏ
ବୟସ ବଢିବା ସହ ମହିଳାଙ୍କ ମୁହଁରେ ଭାଙ୍ଗ ପଡ଼ିବା ସହ କଳା ଦାଗ ସ୍ପଷ୍ଟ ବାରି ହୋଇପଡ଼େ। ଏପରି କ୍ଷେତ୍ରରେ ଆପଣ ଚେହେରାରେ ରାତିରେ ଟୁଥ୍ପେଷ୍ଟ ଲଗାଇ ଛାଡ଼ି ଦିଅନ୍ତୁ। ସକାଳେ ଏହାକୁ ଧୋଇ ଦିଅନ୍ତୁ। ଏହାବ୍ୟତୀତ ମୁହଁରୁ କଳା ଦାର ଦୂର କରିବାକୁ ଟୁଥ୍ପେଷ୍ଟ ସହ ଟମାଟୋ ରସ ମିଶାଇ ଚେହେରାରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଭାଙ୍ଗ ପଡ଼ିବା ସହ ଦାଗ ମଧ୍ୟ ଦୂର ହୋଇଥାଏ।
ବେଳେବେଳେ ଅନେକ ଲୋକଙ୍କ ମୁହଁରେ ଆବଶ୍ୟକତାଠାରୁ ଅଧିକ ଚୁଟି ତାଙ୍କର ଚିନ୍ତା ବଢାଇ ଦେଇଥାଏ। ଏପରି କ୍ଷେତ୍ରରେ ଟୁଥ୍ପେଷ୍ଟ ସହ ଲେମ୍ୱୁ ରସ ଓ ଲୁଣ ବା ଚିନି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁର ଅଧିକ ଚୁଟି ଥିବା ଜାଗାରେ ଲଗାଇ ଦିଅନ୍ତୁ। କିଛି ସମୟ ପରେ ଆସ୍ତେ ଆସ୍ତେ ଘଷନ୍ତୁ।
ଏପରି କିଛି ଦିନ କରିବା ପରେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ। ଅୟଲି ସ୍କିନ୍ ଲାଗି ମଧ୍ୟ ଟୁଥ୍ପେଷ୍ଟରେ ଲୁଣ ଓ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ସକାଳେ ଏପରି ପେଷ୍ଟ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣ ଚେହେରାର ବହୁ ସମସ୍ୟାରୁ ମୁକ୍ତି ପାଇପାରିବେ।
ALSO READ: https://purvapaksa.com/strawberry-face-pack/