ବ୍ୟକ୍ତି ସିଧାସାଧା ଏବଂ ସରଳ ହେବା ଉଚିତ ନୁହେଁ । କାରଣ ଜଙ୍ଗଲରେ ଯେଉଁ ବୃକ୍ଷ ସବୁଠାରୁ ସିଧା ଏବଂ ଚିକ୍କଣ ହୋଇଥାନ୍ତି, ସେମାନଙ୍କୁ କାଟିବାରେ ସମସ୍ୟା ଉପୁଜି ନ ଥାଏ। ଏଣୁ ତାଙ୍କୁ ପ୍ରଥମେ କାଟି ଦିଆଯାଇଥାଏ ।
ବିଶ୍ୱକୁ ଚଳାଇବା ପାଇଁ ଧନ ହିଁ ଏକମାତ୍ର ଶକ୍ତି । ଯାହା ପାଖରେ ଧନ ଥାଏ, ତାହାର ସମସ୍ତେ ବନ୍ଧୁ ପ୍ରିୟଜନ ହୋଇଥାନ୍ତି । ଧନୀ ହେବା କାରଣରୁ ବ୍ୟକ୍ତିଙ୍କୁ ସଚ୍ଚୋଟ ମଧ୍ୟ କୁହାଯାଏ । ଏପରିକି ଧନ ଥିବା ବ୍ୟକ୍ତି ମୁର୍ଖ ହୋଇଥିଲେ ହେଁ ତାଙ୍କୁ ଲୋକ ବୁଦ୍ଧିମାନ, ବିଦ୍ୱାନ ଏବଂ ଯୋଗ୍ୟ ବୋଲି ଲୋକେ କହିଥାନ୍ତି ।
କ୍ରୋଧ ମୃତ୍ୟୁକୁ ଡାକିଥାଏ । ଲୋଭ ଦୁଃଖକୁ ଡାକିଥାଏ । ଅପରପକ୍ଷେ ବିଦ୍ୟା କ୍ଷୀର ଦେଉଥିବା ଗାଇ ପରି ହୋଇଥାଏ । ଏହା ମନୁଷ୍ୟକୁ ସବୁ ବିପଦରୁ ରକ୍ଷା କରିଥାଏ । ଏଣୁ ନିଜ କର୍ମରୁ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତୁ । କାରଣ ସେଭଳି ବ୍ୟକ୍ତି ସୁରୁଖୁରୁରେ ଜୀବନ ଅତିବାହିତ କରିଥାଏ ।
ବୁଦ୍ଧିମାନ ବ୍ୟକ୍ତି ନିଜର ସମୟ ପଢ଼ିବା ଏବଂ ଧ୍ୟାନ କରିବାରେ ବିତାଇଥାଏ । ଏଭଳି ବ୍ୟକ୍ତିଙ୍କୁ ସକାଳେ ମହାଭାରତ, ଦିନରେ ଅନ୍ୟ କାର୍ଯ୍ୟକଳାପ ସମ୍ବନ୍ଧୀୟ ଏବଂ ରାତିରେ ଚୋରର ଗତିବିଧି ଉପରେ ପଢ଼ିବା ଆବଶ୍ୟକ ।
ଅନୁଶାସନରେ ରହୁ ନ ଥିବା ମଣିଷ ଦୁଃଖି ହୋଇଥାଏ । ଅନ୍ୟକୁ ମଧ୍ୟ ଦୁଃଖ ଦେଇଥାଏ । ଏଭଳି ବ୍ୟକ୍ତି ଯେଉଁ ସମାଜରେ ରହିଥାଏ, ସେଠାରେ ନିୟମକୁ ଭାଙ୍ଗି ଅନ୍ୟମାନଙ୍କ ପାଇଁ ଏବଂ ନିଜ ପାଇଁ ବିପଦ ଆଣିଥାଏ ।
ଚାଣକ୍ୟ କୁହନ୍ତି ଜଣେ ସ୍ତ୍ରୀ ପୁରୁଷମାନଙ୍କ ତୁଳନାରେ ଦୁଇଗୁଣା ଆହାର ଖାଇଥାଏ । ଏଣୁ ସେ ଚାରିଗୁଣ ଅଧିକ ବୁଦ୍ଧିମାନ ଏବଂ ଚାଲାକ ହୋଇଥାଏ । ଏପରିକି ପୁରୁଷଙ୍କଠାରୁ ଛଅଗୁଣା ସାହସୀ ହୋଇଥାଏ ।
ନିଜର ବ୍ୟକ୍ତିଗତ ଜୀବନର ରହସ୍ୟ ବିଷୟରେ କାହାକୁ କିଛି ଜଣାନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ବରବାଦ କରିପାରେ ।
ସବୁ ବନ୍ଧୁତା ପଛରେ କିଛି ନା କିଛି ସ୍ୱାର୍ଥ ନିହିତ ରହିଥାଏ । ଏଣୁ ବିନା ସ୍ୱାର୍ଥରେ କେହି ଆପଣଙ୍କୁ ବନ୍ଧୁ ବୋଲି ଭାବିବା ବୋକାମୀ ବୋଲି ଚାଣକ୍ୟ କହିଛନ୍ତି ।
ଶିକ୍ଷା ସବୁଠାରୁ ଭଲ ବନ୍ଧୁ। ଜଣେ ଶିକ୍ଷିତ ବ୍ୟକ୍ତି ସବୁ ସ୍ଥାନରେ ସମ୍ମାନ ହାସଲ କରିଥାଏ ।
ମୂଳରୁ କିଛି ଭାବିନେବା ଉଚିତ ନୁହେଁ । ସେହିଭଳି ଭବିଷ୍ୟକୁ ନେଇ ଚିନ୍ତିତ ହେବା ମଧ୍ୟ ଠିକ୍ ନୁହେଁ । ବିବେକ ଥିବା ବ୍ୟକ୍ତି ସର୍ବଦା ବର୍ତ୍ତମାନରେ ହିଁ ବଞ୍ଚନ୍ତି ବୋଲି ଚାଣକ୍ୟ କହିଛନ୍ତି ।
You Can Also Read :- https://purvapaksa.com/6-crore-amount-nonveg-selled-on-chhadakhai/

