Saraswati Puja: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ସାଧାରଣ ସମ୍ପାଦକ ଶବିର ଅଲ୍ଲୀ ଯୋଗେଶ ଚନ୍ଦ୍ର ଚୌଧୁରୀ ଆଇନ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ସରସ୍ୱତୀ ପୂଜା ଆୟୋଜନ କରିବାକୁ ବାରଣ କରିଥିଲେ। ପୂଜା ଆରମ୍ଭ କଲେ ଛାତ୍ରୀମାନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଇଥିଲା।
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ପ୍ରସିଦ୍ଧ ଆଇନ କଲେଜରେ ବିଦ୍ୟାର୍ଥୀଙ୍କୁ ସରସ୍ୱତୀ ପୂଜା ଆୟୋଜନ କରିବାକୁ ଅନୁମତି ଦିଆଗଲା ନାହିଁ। ଶାସକଦଳର ଜଣେ ସଂଖ୍ୟାଲଘୁ ଛାତ୍ର ନେତାଙ୍କ ଧମକ ପାଇଁ କଲେଜରେ ସରସ୍ୱତୀ ପୂଜା ବନ୍ଦ ହୋଇଛି। ବିଦ୍ୟାର୍ଥୀଙ୍କ ଅଭିଯୋଗ ଯେ, ଶାସକ ଟିଏମସିର ଜଣେ ନେତା ସେମାନଙ୍କୁ ଲଗାତାର ଧମକ ଦେଉଛନ୍ତି। ସରସ୍ୱତୀ ପୂଜା ଆୟୋଜନ କଲେ କଲେଜର ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟା କରାଯିବ ବୋଲି ସମ୍ପୃକ୍ତ ଛାତ୍ରନେତା ଧମକ ଦେଇଥିବା ଅଭିଯୋଗ ହୋଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମସିର ଛାତ୍ର ଶାଖା)ର ସାଧାରଣ ସମ୍ପାଦକ ଶବୀର ଅଲି, ଯୋଗେଶ ଚନ୍ଦ୍ର ଚୌଧୁରୀ ଆଇନ କଲେଜରେ ସରସ୍ୱତୀ ପୂଜା ଆୟୋଜନ କରିବାରୁ ବିଦ୍ୟାର୍ଥୀଙ୍କୁ ବାରଣ କରିଥିଲେ। ପୂଜା ଆୟୋଜନ କଲେ ଛାତ୍ରୀମାନଙ୍କୁ ବଳାତ୍କାର ଏବଂ ହତ୍ୟାର ଧମକ ମଧ୍ୟ ଦିଆଯାଇଥିଲା।
ଏ ନେଇ ଚାରୁମାର୍କେଟ୍ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି। ପୀଡ଼ିତ ବିଦ୍ୟାର୍ଥୀମାନେ କଲେଜ ଅଧ୍ୟକ୍ଷ ପଙ୍କଜ ରାୟଙ୍କ ନିକଟରେ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି। ବିଦ୍ୟାର୍ଥୀ ଟିଏମସି ନେତା ମହମ୍ମଦ ଶବୀର ଅଲ୍ଲୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି ଯେ ପଶ୍ଚିମବଙ୍ଗର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି କଲେଜରୁ ପାଠ ପଢ଼ିଛନ୍ତି।
ଜଣେ ଛାତ୍ରୀ କହିଛନ୍ତି ଯେ, ‘‘ବାହାର ଲୋକମାନେ ଏଠାରୁ ଦାଦାବଟି ଆଦାୟ କରନ୍ତି। ସେମାନେ ଚାହାଁନ୍ତି ଯେ ଆମେ ସରସ୍ୱତୀ ପୂଜା ଆୟୋଜନ ନ କରୁ। ସେମାନେ ଆମକୁ ପ୍ରଥମେ ଗାଳି ଦେଇଥିଲେ ଏବଂ ମାଡ଼ ମାରିଥିଲେ, ଏପରିକି ବଳାତ୍କାର କରିବାକୁ ମଧ୍ୟ ଧମକ ଦେଇଥିଲେ।”
ଅନ୍ୟଜଣେ ଛାତ୍ରୀଙ୍କ ଅନୁସାରେ, “ଆମର ପୂଜା ଆୟୋଜନ କରିବାର ଅଧିକାର ଅଛି। ଆମକୁ କାହିଁକି ଅଟକାଯାଉଛି? ଆମକୁ କୁହାଯାଇଛି ଯେ ଯଦି ଆମେ ସରସ୍ୱତୀ ପୂଜା ଆୟୋଜନ କରୁ, ତେବେ ସେ ଅନୱର ଶାହ ରୋଡ୍ ଦେଇ ଯିବା ସମୟରେ ଆମକୁ ହତ୍ୟା କରିବ। ସେମାନେ ଏଠାରେ ଟଙ୍କା ଆଦାୟ କରୁଛନ୍ତି।’’
ଟିଏମସି ନେତା ମହମ୍ମଦ ଶବ୍ବୀର ଅଲି ମଧ୍ୟ କୁଆଡ଼େ ଛାତ୍ରୀ ନିବାସକୁ ପୁରୁଷଙ୍କୁ ପଠାଇବ ବୋଲି ଧମକ ଦେଇଥିଲା। ଏନେଇ ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଶବିର ମଧ୍ୟ ଛାତ୍ରୀମାନଙ୍କୁ ସେମାନଙ୍କ ହଷ୍ଟେଲରେ ସରସ୍ୱତୀ ପୂଜା ଆୟୋଜନ କରିବାକୁ ବି ବାରଣ କରିଥିଲା।
ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଶବ୍ବୀର ଅଲି ଏବଂ ଅନ୍ୟ ଟିଏମସି ଗୁଣ୍ଡାମାନେ ଏଠାରେ ପ୍ରବେଶ କରି ହଙ୍ଗାମା କରୁଛନ୍ତି। ଭୟର ପରିବେଶ ଏପରି ଯେ ପ୍ରିନ୍ସିପାଲମାନେ ନିଜେ ସରକାରୀ କଲେଜକୁ ଯିବାକୁ ଭୟ କରୁଛନ୍ତି। ପ୍ରିନ୍ସିପାଲ ପଙ୍କଜ ରାୟ କହିଛନ୍ତି, “ଗତ ବର୍ଷ, କଲେଜରେ ପ୍ରବେଶ କରିବା ସମୟରେ ମୁଁ ହଇରାଣର ଶିକାର ହୋଇଥିଲି। ମୁଁ ମୋ ୪୦ ବର୍ଷର କ୍ୟାରିଅରରେ ଏହା କେବେ ଦେଖିନାହିଁ।’’
ସେ ଟିଏମସି ଗୁଣ୍ଡାମାନଙ୍କଦ୍ୱାରା ପରିଚାଳିତ ଦାଦାବଟି ଆଦାୟ ରାକେଟ ବିଷୟରେ ମଧ୍ୟ ସୂଚାଇଥିଲେ। ‘‘ସେମାନଙ୍କୁ ଟଙ୍କା ଦିଅ ନଚେତ୍ ଅସୁବିଧାର ସମ୍ମୁଖୀନ ହୁଅ’’, ବୋଲି ରୟ କହିଥିଲେ। ପ୍ରିନ୍ସିପାଲ ରୟ କହିଛନ୍ତି ଯେ ଟିଏମସି ଗୁଣ୍ଡାମାନେ ପୂର୍ବରୁ ଗୁଜବ ପ୍ରଚାର କରିଥିଲେ ଯେ କଲେଜ ପ୍ରଶାସନ ସରସ୍ୱତୀ ପୂଜା ଆୟୋଜନ ପାଇଁ ଅନୁମତି ଦେଇ ନାହାଁନ୍ତି। ସେ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ସେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କୋଲକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଲେଜକୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି।
Also readhttps://purvapaksa.com/there-is-nothing-for-odisha-in-the-budget/