Thunderstorm: ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ପାଗ ଭିନ୍ନ ଭିନ୍ନ ଅନୁଭୂତ ହୋଇଛି।
ସୂଚନାଯୋଗ୍ୟ, ଦୁଇ ସହର କଟକ ଓ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ସକାଳୁ ପ୍ରବଳ ବର୍ଷା ହୋଇଛି। ସକାଳୁ ହଠାତ୍ ବଦଳିଗଲା ପାଗର ମିଜାଜ୍ । ଘେରିଆସିଲା କଳା ମେଘ । ଅନ୍ଧାର ହୋଇଗଲା ଆକାଶ । ଦିନରେ ସୃଷ୍ଟି ହେଲା ସନ୍ଧ୍ୟାର ଭ୍ରମ । କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ଏବଂ ବିଜୁଳି ଦେଖିବାକୁ ମିଳିଛି । ବର୍ଷାରେ ଭିଜୁଛି ଟ୍ୱିନସିଟି ଭୁବନେଶ୍ୱର-କଟକ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିଛି ।
ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୫ଟି ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇ କାଳବୈଶାଖୀର ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ଝଡ଼ ତୋଫାନ ହେବାର ଆଶଙ୍କା ରହିଥିବା ବେଳେ ପ୍ରବଳ ବର୍ଷା, ବଜ୍ରପାତ ଓ ସମ୍ଭାବ୍ୟ କୁଆପଥର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବିଶେଷ କରି ବାଲେଶ୍ୱର ଓ ମୟୂରଭଞ୍ଜରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ସହ କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ସମଗ୍ର ଓଡ଼ିଶାରେ ବ୍ୟାପକ ପ୍ରଭାବ
ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ବାତ୍ୟା ଯୋଗୁଁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ଅଶାନ୍ତ ପାଗ ରହିବ ବୋଲି ଆକଳନ କରାଯାଇଛି।
ପାଣିପାଗ ଦୃଷ୍ଟିକୋଣ
ପାଣିପାଗ ପୂର୍ବାନୁମାନ ଅନୁଯାୟୀ ଏହି ବାତ୍ୟା ମାସ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହା ପରେ ବାୟୁମଣ୍ଡଳରେ ପରିବର୍ତ୍ତନ ଆରମ୍ଭ ହେବା ପରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଏବଂ ସଦ୍ୟତମ ପାଣିପାଗ ପରାମର୍ଶ ସହିତ ଅପଡେଟ୍ ରହିବାକୁ ପରାମର୍ଶ ଦିଆଯାଇଛି।
ALSO READ: https://purvapaksa.com/increase-in-gold-prices/