ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତି ସଫଳତା ପାଇବାକୁ ଚାହାଁନ୍ତି। କେହି କଠିନ ପରିଶ୍ରମ ଓ ସଠିକ୍ ମାର୍ଗଦର୍ଶନ ଦ୍ୱାରା ସଫଳତା ପାଇଯାନ୍ତି ମଧ୍ୟ । କିନ୍ତୁ ନୀତି ଶାସ୍ତ୍ର ଅନୁସାରେ, କିଛି ଖରାପ ଅଭ୍ୟାସ ଏମିତି ଅଛି, ଯାହା ଥିଲେ ସଫଳତା ଦୀର୍ଘ ସମୟ ଯାଏ ଟିକିରହିପାରେ ନାହିଁ। ଏହି ଅଭ୍ୟାସଗୁଡ଼ିକ ଧୀରେ ଧୀରେ ବ୍ୟକ୍ତିର ଧନ, ସମ୍ମାନ ଓ ଭବିଷ୍ୟତକୁ ନଷ୍ଟ କରିଦିଏ। ଆସନ୍ତୁ ଜାଣିବା ନୀତି ଶାସ୍ତ୍ରରେ ଉଲ୍ଲେଖିତ ସେହି ୫ଟି ଖରାପ ଅଭ୍ୟାସ ବିଷୟରେ—
୧. ଆଳସ୍ୟ

ନୀତି ଶାସ୍ତ୍ରରେ ଆଳସ୍ୟକୁ ମଣିଷର ସବୁଠାରୁ ବଡ଼ ଶତ୍ରୁ ବୋଲି କୁହାଯାଇଛି। ଯେଉଁ ବ୍ୟକ୍ତି କାମକୁ ଟାଳିଥାଏ ଓ ସର୍ବଦା ଅଳସୁଆ ହୋଇ ରହେ, ଦେବୀ ଲକ୍ଷ୍ମୀ ସେମାନଙ୍କୁ କଦାପି କୃପା କରନ୍ତି ନାହିଁ। କର୍ମଶୀଳ ଓ ପରିଶ୍ରମୀ ବ୍ୟକ୍ତିଙ୍କ ଘରକୁ ହିଁ ସମୃଦ୍ଧି ଆସେ।
୨. ମଦ୍ୟପାନ

ଶାସ୍ତ୍ର ଅନୁସାରେ ମଦ୍ୟପାନ ବୁଦ୍ଧିକୁ ନଷ୍ଟ କରେ ଓ ବ୍ୟକ୍ତିକୁ ଅହଙ୍କାରୀ କରିଦିଏ। ଏହି ଅଭ୍ୟାସ ଧନ, ସ୍ୱାସ୍ଥ୍ୟ ଓ ପରିବାରିକ ସମ୍ପର୍କକୁ ଧୀରେ ଧୀରେ ବରବାଦ କରିଦିଏ। ମଦ୍ୟପାନ କରୁଥିବା ବ୍ୟକ୍ତି ପାଖରେ ଯେତେ ଧନ ଥାଉ, ସେଥିରୁ ସେ ଦୀର୍ଘକାଳ ଲାଭ ପାଇପାରେ ନାହିଁ।
୩. ପରସ୍ତ୍ରୀ ପ୍ରତି ମୋହ

ନୀତି ଶାସ୍ତ୍ର ଅନୁସାରେ, ପରସ୍ତ୍ରୀଙ୍କ ପ୍ରତି ଆକର୍ଷଣ ବ୍ୟକ୍ତିର ଚରିତ୍ର ଓ ସମ୍ମାନକୁ ନଷ୍ଟ କରିଦିଏ। ଏପରି ଅଭ୍ୟାସ ଥିଲେ ବ୍ୟକ୍ତି ଧନ, ପରିବାର ଓ ସମାଜରେ ମାନ-ସମ୍ମାନ ସବୁକିଛି ହରାଇଥାଏ।
୪. ଦିନରେ ଶୋଇବା
ଦିନରେ ଶୋଇବାକୁ ନୀତି ଶାସ୍ତ୍ରରେ ଧନନାଶର କାରଣ ବୋଲି କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି ଯେ ଅଳସ୍ୟ ଓ ଦିନରେ ଶୋଇବା ମଣିଷକୁ ଅସଫଳ କରେ।
୫. ଜୁଆ ଖେଳ
ଜୁଆ କାହାର ଭାଗ୍ୟ ବଦଳାଇନାହିଁ, ବରଂ ଅନେକଙ୍କୁ ବରବାଦ କରିଛି। ମହାଭାରତରେ ପାଣ୍ଡବମାନେ ଜୁଆ କାରଣରୁ ନିଜ ରାଜ୍ୟ ଓ ସମ୍ମାନ ହରାଇଥିଲେ। ଜୁଆ ଧନ, ପରିବାର ଓ ସମାଜିକ ସ୍ଥିତିକୁ ଧ୍ୱଂସ କରେ। ନୀତି ଶାସ୍ତ୍ର କହେ, ଏହି ୫ଟି ଖରାପ ଅଭ୍ୟାସକୁ ତ୍ୟାଗ କରିଦିଲେ ଜଣେ ବ୍ୟକ୍ତି ନିଜ ଜୀବନରେ ସ୍ଥାୟୀ ସଫଳତା ଓ ସମୃଦ୍ଧି ପାଇପାରିବେ।
also read https://purvapaksa.com/wp-content/uploads/2026/01/%E0%AC%B8%E0%AC%96%E0%AC%BE%E0%AC%B3.jpg
Seeing such things in the morning is bad ।। ସକାଳୁ ଏହି ସବୁ ଜିନିଷ ଦେଖିବା ହୋଇଥାଏ ଅଶୁଭ, ଟାଣିଆଣେ ସମସ୍ୟା


