ବିହାର ନିର୍ବାଚନ ପାଖେଇ ଆସୁଛି । ଆଉ ଏହା ସହିତ ଲାଲୁ ପରିବାର କ୍ଷମତା ବନବାସରୁ ଫେରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରୁଛି । ୧୯୯୦ ଦଶକରୁ ୨୦୦୫ ପର୍ଯ୍ୟନ୍ତ ବିହାର ଲାଲୁ ପରିବାର କବଜାରେ ଥିଲା । ଲାଲୁ ଥିଲେ ବିହାରର ଭାଗ୍ୟବିଧାତା । ବିହାରର ରାଜନୀତି ଉପରେ ଲାଲୁଙ୍କ ପକଡ ଏମିତି ଥିଲା ଯେ,ଜେଲ ଯିବା ଆଗରୁ ନିଜ ନିରକ୍ଷର ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ଜେଲଯାତ୍ରା କରିଥିଲେ । ଆଉ ଜେଲରୁ ଚଳାଉଥିଲେ ରାଜ୍ୟ ଶାସନ । ବିହାର ଇତିହାସର ସେହି ଯୁଗ ଜଙ୍ଗଲ ରାଜ ନାମରେ କୁଖ୍ୟାତ । ଲାଲୁ ପରିବାର ଏବେ କ୍ଷମତାଠାରୁ ବହୁତ ଦୂରରେ । କିଛି ଦିନ ପାଇଁ କକା ନୀତିଶଙ୍କ ସହିତ ମେଣ୍ଟ କରି ତେଜସ୍ୱୀ ଯାଦବ କ୍ଷମତାକୁ ଆସିଥିଲେ । କିନ୍ତୁ ପଲ୍ଟୁ କୁମାର ଏମିତି ପଲଟି ମାରିଲେ ଯେ, ଲାଲୁ ପରିବାର ସେହି ଆଘାତରୁ ଏଯାଏଁ ଉବୁରିନି । କାରଣ କ୍ଷମତାକୁ ଚାଖି ସାରିଥିବା ଲାଲୁ ଓ ତାଙ୍କ ପରିବାର ପାଇଁ ବିନା କ୍ଷମତାରେ ରହିବା ଅସମ୍ଭବ । ଲାଲୁ ଯୁଗରେ ବିହାର କେମିତି ଚାଲୁଥିଲା ? ବିହାରର ନାମି ସାମ୍ବାଦିକ ଶଙ୍କର୍ଷଣ ଠାକୁରଙ୍କ ‘ବିହାରୀ ବନ୍ଧୁ’ ପୁସ୍ତକ ଲାଲୁ ରାଜ୍ ବିଶୟରେ କୁହେ । କୁହେ ଲାଲୁ କେମିତି ନିଜକୁ ‘ରାଜ୍ୟ’ ବୋଲି ଭାବୁଥିଲେ । ଦଳିତଙ୍କ କଥା କହୁଥିବା ଲାଲୁ କେମିତି ପାଲଟି ଯାଇଥିଲେ ’ସାହେବ’ । ଲାଲୁଙ୍କ ଦବଦବା ଜାଣିବାକୁ ହେଲେ ଲାଲୁଙ୍କ ଜେଲଯାତ୍ରା ଓ ପତ୍ନୀଙ୍କ ମୁଖ୍ୟମନ୍ତ୍ରୀ ହେବାର କାହାଣୀକୁ ପ୍ରଥମେ ଜାଣିବାକୁ ପଡ଼ିବ ।
୧୯୯୭ ଜୁଲାଇ ୫ ଲାଲୁଙ୍କ ଜେଲଯାତ୍ରା ଦିନରକାହାଣୀ
୧୯୯୭ ଜୁଲାଇ ୨୫ ତାରିଖ ସକାଳେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟ ସଚିବ ବିପି ବର୍ମା ଏବଂ ପୁଲିସ ମୁଖ୍ୟ ଏସକେ ସାକ୍ସେନାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ ଗିରଫଦାରୀକୁ ଯେତେ ଦୂର ସମ୍ଭବ ଅଟକାଇ ରଖନ୍ତୁ। ଲାଲୁ ଯାଦବ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହି ସିବିଆଇକୁ କିଛି ସମୟ ଲାଗି ଅଟକା ଯାଇପାରେ ବୋଲି ଲାଲୁ କହିଥିଲେ। ଏହି ସନ୍ଦେଶ ବର୍ମା, ଉପେନ୍ଦ୍ର ନାଥ ବିଶ୍ୱାସଙ୍କୁ ଦେଇଥିଲେ, ଯେତେବେଳେ ସକାଳ ୧୧ଟା ଆଖପାଖରେ ସେ ଗିରଫଦାରୀ ଓ୍ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କହିଥିଲେ, ‘ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ସ୍ୱତନ୍ତ୍ର ଅଦାଲତ ଆଗରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି। କେବଳ କିଛି ବ୍ୟବସ୍ଥା କରିବା ପାଇଁ ସେ ଅଳ୍ପ ସମୟ ମାଗିଛନ୍ତି।’
ଘରଣୀ ହେଲେ ମୁଖ୍ୟମନ୍ତ୍ରୀ
ଲାଲୁଙ୍କ ଦବଦବା ଦଳ ଉପରେ ଥିଲା । ଜେଲା ଯିବା ପୂର୍ବରୁ ଦଳ ଓ ସରକାର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଥିବା ଲାଲୁ ନିଜ ପତ୍ନୀଙ୍କୁ ଉତ୍ତରାଧିକାରୀ ଭାବେ ବାଛିଥିଲେ । କେବଳ,ବିଧାୟକଙ୍କ ସହମତି ଆବଶ୍ୟକ ଥିଲା । ଶଙ୍କର୍ଷଣ ଠାକୁରଙ୍କ ଅନୁସାରେ ନୂଆ ମୁଖ୍ୟମନ୍ତ୍ରୀ ସଂସଦୀୟ ଦଳ ବୈଠକରେ ପହଂଚିବା ପୂର୍ବରୁ ’ସାହେବ’ ଲାଲୁ ବୈଠକରେ ପହଂଚି ନିଜ ଇସ୍ତଫାର ଘୋଷଣା କରିଥିଲେ। ‘ଆପଣମାନଙ୍କୁ ନୂଆ ନେତା ବାଛିବାକୁ ପଡ଼ିବ, ବାଛି ନିଅନ୍ତୁ।’ଏତିକି କହି ସେ ବୈଠକ ଛାଡ଼ି ଚାଲିଗଲେ। ତା’ପରେ ନିଜ ଭାଇ ସାଧୁ ଯାଦବ ଏବଂ ଅନୱାର ଅହମଦଙ୍କ ସହ ଭିତରକୁ ଆସିଥିଲେ ରାବ୍ରି ଦେବୀ । ଶକ୍ତି ମନ୍ତ୍ରୀ ଶ୍ୟାମ ରଜକ ରାବ୍ରିଙ୍କ ନାମ ପ୍ରସ୍ତାବ କରିଥିଲେ ଏବଂ ତା’ପରେ ହଲରୁ ଶୁଭିଥିଲା – ଲାଲୁ ଯାଦବ ଜିନ୍ଦାବାଦ! ରାବଡ଼ୀ ଦେବୀ ଜିନ୍ଦାବାଦ! ନୂଆ ମୁଖ୍ୟମନ୍ତ୍ରୀ ଏ ହଟ୍ଟଗୋଳ ଶୁଣି ଡରି ଯାଇଥିଲେ । ଏତେ ବିଚଳିତ ଥିଲେ ଯେ,ଚପଲ ପିନ୍ଧି ସେ ଶପଥ ନେବାକୁ ଚାଲିଯାଇଥିଲେ । ରାବ୍ରି ଦେବୀ ତାଙ୍କ ସହିତ କ’ଣ ହେଉଛି ତାହା ଜାଣି ପାରୁନଥିଲେ ।
ରାବଡ଼ୀଙ୍କ ’ନାହିଁ’ କହିବାର ଅନ୍ଦାଜ
ଦ୍ୱାଦଶ ଲୋକସଭା ନିର୍ବାଚନ ଅଭିଯାନ ରାବଡ଼ୀ ଦେବୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ରାଜନୈତିକ ପରୀକ୍ଷା ଥିଲା। ସାହେବଙ୍କୁ ଅନୁଭବ ହେଲା ଯେ ସେ ବହୁତ ଭଲ ପ୍ରଦର୍ଶନ କରି ପାରି ନଥିଲେ। ରାବଡ଼ୀ ଦେବୀ ଭିଡ଼ ଆକର୍ଷଣ କରିବାରେ ସକ୍ଷମ ନଥିଲେ, ସେ ଭିଡ଼ରୁ ଦୂରେଇ ଯାଉଥିଲେ। ଲାଲୁ ଯାଦବ ଏବେ ଆଗ ପରି ରହି ନଥିଲେ। ଦୁର୍ନୀତି ଅଭିଯୋଗ ତାଙ୍କ ପ୍ରତିଷ୍ଠାକୁ ମଳିନ କରି ଦେଇଥିଲା ଏବଂ ଏବେ ସେ କ୍ଷମତା ହଡ଼ପ କରିଥିବା ନେତା ଭାବେ ଦେଖାଯାଉଥିଲେ। ନୂଆ ପୋଷାକର କାହାଣୀର ନିର୍ଭୀକ ସମ୍ରାଟ ପରି ଲାଲୁ ଯାଦବ ଏକାକୀ ଥିଲେ, ଯେଉଁଠାକୁ ମଧ୍ୟ ସେ ଯାଉଥିଲେ, ଲହରୀ ତାଙ୍କୁ ଅନୁସରଣ କରୁଥିବାର ଦେଖୁଥିଲେ। ଗୋଟିଏ ରାଲିରୁ ଆଉ ଗୋଟିଏ ରାଲିକୁ ଲାଲୁ,ରାବ୍ରିଙ୍କ ସହିତ ହେଲିକପ୍ଟରରେ ଯାଉଥିଲେ । ହେଲିକପ୍ଟରରୁ ଓହ୍ଲାଇଲା ବେଳେ ଓ ଉଡିବା ବେଳେ ସେ କହୁଣୀ ମାରି ରାବ୍ରିଙ୍କୁ ହାତ ହଲାଇବାକୁ କହୁଥିଲେ । କିନ୍ତୁ ସବୁବେଳେ ରାବ୍ରୀ ଏହାକୁ ବିରୋଧ କରି କହୁଥିଲେ ‘ଏ ସବୁ ମୋ ଦ୍ୱାରା ହେବ ନାହିଁ’ । ବାରମ୍ବାର ଲାଲୁଙ୍କ କହିବା କାରଣରୁ ଶେଷକୁ ରାବ୍ରି କିଛି ସଭାରେ ହାତ ହଲାଇଥିଲେ,ଅନିଛାରେ ।
ସାହେବଙ୍କ ‘ମୁଁ ହିଁ ରାଜ୍ୟ’ ଅନ୍ଦାଜ
ଗୋଟିଏ ସମୟ ଥିଲା, ଯେତେବେଳେ ଲାଲୁ ଭିଡ଼କୁ ବାନ୍ଧି ରଖିବାର ମନ୍ତ୍ର ଜାଣିଥିଲେ । ସେ ଭିଡ଼କୁ ଏମିତି ମନ୍ତ୍ରମୁଗ୍ଧ କରୁଥିଲେ ଯେମିତି ଜଣେ କଣ୍ଢେଇ ନଚାଏ । ତାଙ୍କ ହାତରେ ସବୁ ଡୋରୀ ଥିଲା। ସେ ଲୋକଙ୍କୁ ନିଜ ଇଚ୍ଛାନୁସାରେ ହସାଇ ପାରୁଥିଲେ, କନ୍ଦାଇ ପାରୁଥିଲେ, ନଚାଇ ପାରୁଥିଲେ। ଏବେ ଲାଗୁଥିଲା ଯେମିତି ସବୁ ଡୋରୀ ଛିଣ୍ଡି ଯାଇଛି । ତଥାପି, ସେ ସେହି ଅଧିକାରୀମାନଙ୍କୁ ଆଦେଶ ଦେଉଥିଲେ, ଯେଉଁମାନେ ତାଙ୍କ ପ୍ରତି ଉତ୍ତରଦାୟୀ ନଥିଲେ; ସେ ସମସ୍ତ ନିଷ୍ପତ୍ତି ନେଉଥିଲେ, ଯେଉଁଗୁଡ଼ିକ ନେବାର ଅଧିକାର ତାଙ୍କ ପାଖରେ ନଥିଲା। ଯେଉଁ କାମ ସେ ଫୋନରେ କହି କରାଇ ପାରୁ ନଥିଲେ, ତାହାକୁ ସେ ନିଜ ସ୍ତ୍ରୀଙ୍କ ଆଗରେ ଦସ୍ତଖତ କରିବା ପାଇଁ ରଖି ଦେଉଥିଲେ । ଆଉ ରାବ୍ରି ନିଜ କିଚେନ ଗାର୍ଡେନର ନିରୀକ୍ଷଣ କରୁଥିବା ସମୟରେ ଏବଂ ଗାଈ ଦ୍ୱାରା ଦିଆଯାଉଥିବା ଦୈନିକ କ୍ଷିରର ହିସାବ ନେଉଥିବା ସମୟରେ ଦସ୍ତଖତ କରି ଦେଉଥିଲେ। ଲାଲୁ ଯାଦବ ଏବେ ମଧ୍ୟ ସାହେବ ଥିଲେ। ସେ ଏବେ ମଧ୍ୟ ଚେହେରାରେ ‘ମୁଁ ହିଁ ରାଜ୍ୟ’ ଭାବ ନେଇ ବୁଲୁଥିଲେ। କେବଳ ଫରକ ଏତିକି ଥିଲା ଯେ ତାଙ୍କ ଲନରେ ରଖାଯାଇଥିବା ଭଡ଼ାରେ ନିଆଯାଇଥିବା ଶହ ଶହ ଚୌକି ଖାଲି ପଡ଼ି ରହୁଥିଲା।
ଚକ୍ରବ୍ୟୁହ ଭିତରେ ବି ନିଧଡ଼କ ଥିଲେ
ସେ ଜଣେ ଏପରି ବ୍ୟକ୍ତି ଥିଲେ, ଯିଏ ଶତ୍ରୁଙ୍କ ଚକ୍ରବ୍ୟୁହ ଭିତରେ ନିଶ୍ଚିତ ଥିଲେ । ସେ ଜାମିନରେ ବାହାରେ ଥିଲେ। ତାଙ୍କ ବନ୍ଧୁମାନେ ତାଙ୍କଠାରୁ ଦୂରେଇ ଯାଇଥିଲେ, ଭିଡ଼ ତାଙ୍କୁ ଛାଡ଼ି ଦେଉଥିଲା, ବିପକ୍ଷ ମଜବୁତ ହେଉଥିଲା; କିନ୍ତୁ ଲାଲୁ ଯାଦବ ନିଜେ ଟିକେ ମଧ୍ୟ ବିଚଳିତ ଦେଖାଯାଉ ନଥିଲେ। ଲାଲୁ ଯାଦବ ନିଜ ରାଜନୈତିକ ଜୀବନର ଆରମ୍ଭରେ ହିଁ ଶିଖିଥିଲେ ଯେ ରାଜନୀତିରେ ଦେଖାଣିଆ ହେବା ବାସ୍ତବତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ୧୯୯୮ ଫେବୃଆରୀର ସେହି ସକାଳେ ମୁଁ ତାଙ୍କୁ ପଚାରିଥିଲି ଯେ ‘ତାଙ୍କ ଆଗରେ ଏକ ଅତ୍ୟନ୍ତ କଠିନ ଲଢ଼େଇ ଅଛି କି?’ ସେ ଚୌକିରୁ ଟିକେ ହଟିକରି କହିଥିଲେ, ‘ଏଥିରେ ହିଁ ତ ମଜା ଅଛି। ସେ ନିଜକୁ କ୍ଷମତା ହଡ଼ପକାରୀ ଅନୁଭବ କରୁ ନାହାନ୍ତି କି, ବୋଲି ମୋ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘ତେବେ ମୁଁ କ’ଣ କରିଥାନ୍ତି? କ’ଣ ବିଜେପିକୁ କ୍ଷମତା ହସ୍ତାନ୍ତର କରି ଦେଇଥାନ୍ତି ?’
(ଶଙ୍କର୍ଷଣ ଠାକୁରଙ୍କ ’ବିହାରୀ ବନ୍ଧୁ’ ପୁସ୍ତକର କିଛି ଅଂଶ)
ALSO READ https://purvapaksa.com/what-changes-in-your-shopping-bill/
