- ଲିରେନଙ୍କୁ ଅଟକାଇଲେ ଗୁକେଶ
- ୪-୪ରେ ପଏଣ୍ଟ ବରାବର
ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ ଚାମ୍ପିଅନ୍ସିପ୍ରେ ଲାଗି ରହିଛି ଘମାଘୋଟ ଲଢେଇ। ଦୁଇ ଚାମ୍ପିଅନ୍ ଖେଳାଳି ବିଜୟ ପାଇଁ ବାଜି ଲଗାଇଦେଇଛନ୍ତି। କେହି କାହାକୁ ଛାଡ଼ିବାକୁ ନାରାଜ। କେତେବେଳେ ଲିରେନ ଆଗଉଛନ୍ତି ତ ପୁଣି କେତେବେଳେ ଗୁକେଶ ପ୍ରଭାବ ଜାହିର କରଚୁଛନ୍ତି। ମ୍ୟାଚ୍ ଜିତିବା ହୋଇଯାଇଛଇ କଷ୍ଟକର।
ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ୍ ଡିଙ୍ଗ ଲିରେନ ଓ କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନ୍ ଡି ଗୁକେଶଙ୍କ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଚେସ ଚାମ୍ପିଅନ୍ସିପର ଅଷ୍ଟମ ରାଉଣ୍ଡ ମଧ୍ୟ ଡ୍ର’ ରହିଛି । ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ୮ରାଉଣ୍ଡ ଶେଷ ସୁଦ୍ଧା ସ୍କୋର ୪-୪ରେ ପହଞ୍ଚିଛି।
ଆଜି ଧଳା ଗୋଟିରେ ଖେଳିଥିବା ଲିରେନ୍ ପ୍ରଭାବ ବିସ୍ତାର କରି ଖେଳିଥିଲେ । ମାତ୍ର ଗୁକେଶ ସାହସର ସହ ଗୋଟି ଚାଳନା କରି ଲିରେନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ । ଏକ ସମୟରେ ଲିରେନ ବିଜୟ ନିକଟତର ହୋଇସାରିଥିଲେ । ମାତ୍ର ଗୁକେଶ ନାଟକୀୟ ଭାବେ ପ୍ରତ୍ୟାବର୍ତ୍ତନ କରିଥିଳେ । ୮ରାଉଣ୍ଡ ମଧ୍ୟରେ ଏହି ମ୍ୟାଚଟି ସବୁଠୁ ରୋମାଞ୍ଚକର ରହିଥିଲା । ୫୧ ତମ ଗୋଟିଚାଳନା ପରେ ଉଭୟ ପ୍ରତିଯୋଗୀ ମ୍ୟାଚ ଡ୍ର’ ରଖିବାକୁ ନିଷ୍ପତ୍ତି ନେଇଥିଲେ। ରାଉଣ୍ଡ ମଧ୍ୟରେ ଏହା ଷଷ୍ଠ ଡ୍ର’ ରହିଥିଲା।
previous article:https://purvapaksa.com/indias-d-gukesh-and-chinas-ding-liren-played-out-a-draw-in-the-seventh-round-of-the-fide-world-chess-championship-2024/