ଔରଙ୍ଗଜେବର ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ପତନପର୍ବ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ମୋଗଲ ବାଦଶାହା ମାନେ ମନ୍ତ୍ରୀଙ୍କ ହାତର ଖେଳଣା ହୋଇଯାଇଥିଲେ। ସେମାନେ ଶାସନ ଅପେକ୍ଷା ମଦ ଓ ମେହଫିଲରେ ମାତି ରହୁଥିଲେ। ସେମାନଙ୍କ ମେହଫିଲର ଚମକ ଥିଲେ ତବାୟଫ ବା ନୃତ୍ୟାଙ୍ଗନା। ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାର ପ୍ରତୀକ ଥିଲା କୋହିନୂର ହୀରା। ଆଉ ସେହି କୋହିନୂର,ଜଣେ ତବାୟଫ ପାଇଁ ଭାରତ ହରାଇଥିଲା। ଇଏ ହେଉଛି ପ୍ରେମ,ପ୍ରତାରଣା ଓ ବିଶ୍ୱାସଘାତକତାର କାହାଣୀ। ଯାହାର ମଝିରେ ଥିଲା ନୁର ବାଇ ନାମକ ତବାୟଫ।
ଏହା ହେଉଛି ଅଷ୍ଚାଦଶ ଶତାବ୍ଦୀର କାହାଣୀ, ଯେତେବେଳେ ମୋଗଲ ସାମ୍ରାଜ୍ୟ ତା’ର ଶେଷ ନିଶ୍ଚାସ ଗଣୁଥିଲା। ନାଦିର ଶାହର ସୈନ୍ୟ ଦିଲ୍ଲୀର ଗଳିମାନଙ୍କରେ ଆତଙ୍କ ସୃଷ୍ଟି କରୁଥିଲେ, ଇଂରେଜମାନଙ୍କ ବନ୍ଧୁକ ମୋଗଲ ଶାସନକୁ ଚ୍ୟାଲେଂଜ କରୁଥିଲା। ଆଉ ଏସବୁ ମଧ୍ୟରେ ବାଦଶାହ ନସିରୁଦ୍ଦିନ ମୁହମ୍ମଦ ଶାହ ରଙ୍ଗୀନ ମହଫିଲମାନଙ୍କରେ ପୁରୁଣା ଦିଲ୍ଲୀର ତବାୟଫଙ୍କ ମେଳରେ ନିଶାରେ ମସଗୁଲ ରହୁଥିଲା।

ଏହି ତବାୟଫମାନଙ୍କ ମଧ୍ୟରେ ଜଣେ ଥିଲେ- ‘ନୂର ବାଈ’। ଜଣେ ଏପରି ମହିଳା, ଯାହାଙ୍କ ସୌନ୍ଦର୍ଯ୍ୟ ଓ ଚତୁରତା କେବଳ ବାଦଶାହଙ୍କ ହୃଦୟ ଲୁଟି ନଥିଲା, ବରଂ ମୋଗଲ ସାମ୍ରାଜ୍ୟର ସବୁଠାରୁ ମୂଲ୍ୟବାନ ପ୍ରତୀକ, କୋହିନୂର ହୀରାକୁ ମଧ୍ୟ ତାଙ୍କ ସାମ୍ରାଜ୍ୟରୁ ଦୂରେଇ ଦେଇଥିଲା। ତେବେ କିଏ ଥିଲା ଏହି ନୂର ବାଈ? କିପରି ସେ ପ୍ରେମର ଆଢ଼ୁଆଳରେ ପ୍ରତାରଣାର ଖେଳ ଖେଳିଥିଲା? ଓ କିପରି ଜଣେ ତବାୟଫଙ୍କ ଷଡ଼ଯନ୍ତ୍ର ପାଇଁ ଭାରତ ହରାଇଥିଲା ତାହାର ସବୁଠାରୁ ମୂଲ୍ୟବାନ ରତ୍ନ।
ତବାୟଫ ପ୍ରେମରେ ମୋଗଲ ବାଦଶାହା
ନସିରୁଦ୍ଦିନ ମୁହମ୍ମଦ ଶାହ। ଶାହ ୧୭ ବର୍ଷ ବୟସରେ ହିଁ ଭାରତର ସମ୍ରାଟ ହୋଇଥିଲା। ଯେତେବେଳେ ମୋଗଲ ସାମ୍ରାଜ୍ୟ ତା’ର ଶେଷ ନିଶ୍ଚାସ ଗଣୁଥିଲା,ସେତେବେଳେ ନସିରୁଦ୍ଦିନଙ୍କ ଭଳି ଦୁର୍ବଳ ଶାସକ ଏହାର ମଙ୍ଗ ଧରିଥିଲେ। ଶାସନ ଅପେକ୍ଷା ଅୟସ କରିବାର ସୌକ୍ ରଖୁଥିବା ନସିରୁଦ୍ଦିନ୍,ପାଇଥିଲା ନୂଆ ନାଁ.. ‘ରଙ୍ଗୀଲା ବାଦଶାହା’ । ବାଦଶାହାର ଦରବାରର ଶାସନ କାମ କମ,ଅଧିକ ନାଚଗୀତ ହେଉଥିଲା। ଆଉ ଏଥିରେ ସାମିଲ ଥିଲା ନୁରବାଇ। ଯିଏ ଆଗକୁ ବାଦଶାହା ଉପରେ ନିଜ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲା।
ନୁରବାଇ,ମୋଗଲ ଯୁଗର ସେଲିବ୍ରିଟି
ନୂର ବାଈ କୌଣସି ସାଧାରଣ ତବାୟଫ ନଥିଲେ। ତାଙ୍କର ଟିକିଏ ଦର୍ଶନ ପାଇଁ ବଡ଼ ବଡ଼ ଧନୀ ଆତୁର ଥିଲେ। ମୂଲ୍ୟବାନ ଉପହାର ଓ ଟଙ୍କା ବଦଳରେ ନୁରବାଇ ଦର୍ଶନ ଦେଉଥିଲେ। କୁହାଯାଏ ଯେ ମୋଗଲ ବାଦଶାହ ମୁହମ୍ମଦ ଶାହ ମଧ୍ୟ ନୂର ବାଈଙ୍କ ଦିଓ୍ବାନା ହୋଇ ପଡ଼ିଥିଲେ। ନୂରଙ୍କ ସୌନ୍ଦର୍ଯ୍ୟର ଯାଦୁ ମୁହମ୍ମଦ ଶାହଙ୍କ ଉପରେ ଏତେ ଚଢ଼ିଥିଲା ଯେ ନୂର ବାଈଙ୍କ ହବେଲୀ ବାହାରେ ସବୁବେଳେ ଦୁଇଟି ହାତୀ ଠିଆ ହୋଇ ରହୁଥିଲେ। ନୂର ବାଈ ଏହି ହାତୀମାନଙ୍କ ଉପରେ ଚଢ଼ି ଦିଲ୍ଲୀର ରାସ୍ତାମାନଙ୍କରେ ବୁଲୁଥିଲେ। ମୋଗଲ ବାଦଶାହଙ୍କ ନିକଟତର ହେବା କାରଣରୁ ସେ ଜାଣି ପାରିଥିଲା ଯେ, କୋହିନୁର ହିରା ବାଦଶାହାଙ୍କ ପଗଡ଼ି ଭିତରେ ରହିଛି। ନସିରୁଦ୍ଦିନ ଏହି ହୀରାକୁ ନିଜ ପଗଡ଼ିରେ ଲୁଚାଇ ରଖୁଥିବା କଥା କେବଳ ହାତଗଣତି କେଇଜଣ ଜାଣିଥିଲେ। ସେମାନଙ୍କ ଭିତରୁ ଜଣେ ଥିଲା ନୁର ବାଇ।
ନାଦିର ଶାହାକୁ ଜଣାଇଥିଲା ଗୁପ୍ତ କଥା
କୁହାଯାଏ ଯେ ଇରାନର ନାଦିର ଶାହ ଯେତେବେଳେ ଦିଲ୍ଲୀ ଉପରେ ଆକ୍ରମଣ କରିଥିଲେ, ନୂର ବାଈ ସେତେବେଳେ ନିଜ ସ୍ୱାର୍ଥ ପାଇଁ ନାଦିର ଶାହା ସହିତ ହାତ ମିଳାଇଥିଲା। ସେ ମୋଗଲ ବାଦଶାହଙ୍କୁ ଧୋକା ଦେଇ ନାଦିର ଶାହଙ୍କୁ ମହମ୍ମଦ ଶାହଙ୍କ ମୂଲ୍ୟବାନ ହୀରା ବିଷୟରେ ସୂଚନା ଦେଇ ଦେଇଥିଲେ। ଏହି ସୂଚନା ମିଳିବା ମାତ୍ରେ ନାଦିର ଶାହ ଚାଲାକୀ ଦେଖାଇ ଶାନ୍ତି ଚୁକ୍ତି ପାଇଁ ମୁହମ୍ମଦ ଶାହଙ୍କୁ ଡାକିଥିଲେ। ଏହାପରେ ଇରାନୀ ପ୍ରଥାର ଦ୍ୱାହି ଦେଇ ସେ ପଗଡ଼ି ବଦଳାଇବାର ଖେଳ ଖେଳିଥିଲେ ଓ କୋହିନୂର ନାଦିର ଶାହଙ୍କ ହାତକୁ ଚାଲିଗଲା। ନୁରବାଇ ପାଇଁ ହିଁ ଭାରତ କୋହିନୁର ହରାଇଥିଲା କହିଲେ ଭୁଲ ହେବ ନାହିଁ।
ALSO READ https://purvapaksa.com/the-major-changes-in-indias-foreign-policy-are-temporary-or-permanent/


