ରାଜ୍ୟ ସରକାର ଅନେକ ଓଏଏସ, ଓଆରଏସ ଓ ଓଏମଏସ ଅଧିକାରୀଙ୍କୁ ବଦଳି କରି ନୂଆ ପଦବୀରେ ନିଯୁକ୍ତି ଦେଇଛନ୍ତି ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୧୧ ଜଣ ଓଏଏସ, ୧୭ ଜଣ ଓଆରଏସ୍ ଓ ୨ ଜଣ ଓମାସ ଅଧିକାରୀଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି।
କେନ୍ଦୁଝର ଏଡିଏମ ଭାବେ କାର୍ଯ୍ୟରତ ଓଏଏସ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ଖୋର୍ଦ୍ଧା ଉପଜିଲ୍ଲାପାଳ ପଦ୍ମ ଚରଣ ସାହୁଙ୍କୁ ବଦଳି କରି କ୍ରୀଡ଼ା ଓ ଯୁବସେବା ବିଭାଗର ଉପସଚିବ ଭାବେ ଅବସ୍ଥାପିତ କରାଯାଇଛି।
କେନ୍ଦୁଝର ହାସର ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉପପ୍ରଶାସନିକ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଓଆରଏସ୍ ଅଧିକାରୀଙ୍କ ମଧ୍ୟରେ ପ୍ରଦତ କୁମାର ସାହୁଙ୍କୁ କାମାକ୍ଷାନଗର ନାକର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ), ହିନ୍ଦୋଳ ନକର ରାଜିବ ଲୋଚନ ବେହେରା, ଜଳେଶ୍ୱର ପୌରପାଳିକାର ହେମନ୍ତ କୁମାର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି।
ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ! ବିଚାରପତିଙ୍କ ପ୍ରାର୍ଥୀଙ୍କ ପାଖକୁ କଲେଜିୟମ ଗଲା


