ଜାନୁଆରୀ ୧୯ ଓ ୨୦ ତାରିଖ ମଧ୍ୟରାତ୍ରୀରେ ଲଦାଖର ହାନଲେ ଅଞ୍ଚଳରେ ଏକ ଅସାଧାରଣ ଆକାଶୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଯେଉଁ ଆକାଶ ନୀଳ କିମ୍ବା କଳା ରଙ୍ଗରେ ତାରା ଓ ଛାୟାପଥ ସହିତ ଦୃଶ୍ୟମାନ ହୁଏ, ସେହି ଆକାଶ ଏହି ରାତିରେ ରକ୍ତ-ଲାଲ ରଙ୍ଗରେ ଆଲୋକିତ ହୋଇଉଠିଥିଲା। ଏହାର ଦୃଶ୍ୟ ଉତ୍ତର ଆଲୋକ ପରି ଚମକଦାର ଥିଲା, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ହେଲେ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ସୁନ୍ଦର ଦୃଶ୍ୟ ପଛରେ ଏକ ଗମ୍ଭୀର ଚେତାବନୀ ଲୁଚି ରହିଛି। ଏହା ସୂର୍ଯ୍ୟର ଅତ୍ୟଧିକ ଆକ୍ଟିଭିଟିର ସଙ୍କେତ, ଯାହା ଭାରତ ସହିତ ସମଗ୍ର ପୃଥିବୀର ସାଟାଲାଇଟ୍, ପାୱାର ଗ୍ରୀଡ୍, GPS, ଯୋଗାଯୋଗ ବ୍ୟବସ୍ଥା ଏବଂ ଡିଜିଟାଲ ସିଷ୍ଟମ ପାଇଁ ବିପଦ ସୃଷ୍ଟି କରିପାରେ।
ବୈଜ୍ଞାନିକ ସୂଚନା ଅନୁଯାୟୀ, ଜାନୁଆରୀ ୧୯, ୨୦୨୬ରେ ସୂର୍ଯ୍ୟରୁ ଏକ ଅତ୍ୟନ୍ତ ଶକ୍ତିଶାଳୀ X-ଶ୍ରେଣୀ ସୌର ପ୍ରଜ୍ୱଳନ (Solar Flare) ଘଟିଥିଲା। X-ଶ୍ରେଣୀ ପ୍ରଜ୍ୱଳନକୁ ସୂର୍ଯ୍ୟର ସବୁଠାରୁ ଭୟଙ୍କର ଓ ଶକ୍ତିଶାଳୀ ପ୍ରଜ୍ୱଳନ ଭାବେ ଗଣାଯାଏ। ଏହି ପ୍ରଜ୍ୱଳନ ଫଳରେ ଏକ ବିଶାଳ କରୋନାଲ୍ ମାସ ଇଜେକ୍ସନ୍ (CME) ସୃଷ୍ଟି ହୋଇଥିଲା।
CME ହେଉଛି ସୂର୍ଯ୍ୟରୁ ନିର୍ଗତ ମ୍ୟାଗ୍ନେଟାଇଜଡ୍ ପ୍ଲାଜ୍ମା ଓ ଗ୍ୟାସର ଏକ ବଡ଼ ବାଦଲ, ଯାହା ପ୍ରାୟ ୧୭୦୦ କିଲୋମିଟର ପ୍ରତି ସେକେଣ୍ଡ ବେଗରେ ପୃଥିବୀ ଆଡକୁ ଧାଇ ଆସିଥିଲା। ଏହା କେବଳ ୨୫ ଘଣ୍ଟା ମଧ୍ୟରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଆଘାତ କରିଥିଲା।

ଏହି ଘଟଣା ପରେ G4 ଲେବଲର ଏକ ଜିୟୋମ୍ୟାଗ୍ନେଟିକ୍ ଷ୍ଟର୍ମ ଓ S4 ଲେବଲର ସୋଲାର ରେଡିଏସନ୍ ଷ୍ଟର୍ମ ସୃଷ୍ଟି ହୋଇଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ୨୦୦୩ ମସିହା ପରେ ଏହା ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ମଧ୍ୟରୁ ଗୋଟିଏ। ଲଦାଖର ହାନଲେରେ ସ୍ଥାପିତ ଅଲ୍-ସ୍କାଈ କ୍ୟାମେରା ଏହି ଅସାଧାରଣ ଆକାଶୀୟ ଦୃଶ୍ୟକୁ ସ୍ପଷ୍ଟ ଭାବେ ରେକର୍ଡ କରିଛି। ବୈଜ୍ଞାନିକମାନେ କହୁଛନ୍ତି ଯେ, ବର୍ତ୍ତମାନ ଚାଲୁଥିବା ସୋଲାର ସାଇକେଲ୍ରେ ଏହା ଷଷ୍ଠ ଥର ପାଇଁ ଏପରି ଭୟଙ୍କର ଆକ୍ଟିଭିଟି ଦେଖାଯାଇଛି, ଯାହା ଆଗାମୀ ଦିନରେ ଆହୁରି ସାବଧାନତା ଆବଶ୍ୟକ କରୁଛି।
also read https://purvapaksa.com/gold-rate-today-2/
Gold rate today।। ଆଉ ପିନ୍ଧି ହେବନି ସୁନା ଓ ରୁପା , ଦୁଇ ଲକ୍ଷ ମୁହାଁ ହେଲାଣି ଦର


