ବିଶ୍ଵର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ନିର୍ବାଚନ ଅନୁଷ୍ଠିତ କରାଇବା ସର୍ବାଧିକ କଷ୍ଟକର କାର୍ଯ୍ୟ । ବର୍ଷର କୌଣସି ନା କୌଣସି ସମୟରେ ଦେଶରେ ନିର୍ବାଚନର ପରିବେଶ ଦେଖିବାକୁ ମିଳିଥାଏ । ତେବେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ମୌଳିକ ଆବଶ୍ୟକତା ହେଉଛି ତ୍ରୁଟିଶୂନ୍ୟ ଭୋଟର ତାଲିକା, ଯେଉଁଥିରେ ସମସ୍ତ ଏବଂ କେବଳ ଯୋଗ୍ୟ ଭୋଟରମାନଙ୍କ ନାମ ରହିଥିବ । ଚଳିତ ବର୍ଷର ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନିମନ୍ତେ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ସେହି ରାଜ୍ୟରୁ ଆରମ୍ଭ କରି ସାରା ଦେଶରେ ଭୋଟର ତାଲିକାର ଏକ ବିଶେଷ ସଘନ ସଂଶୋଧନ ଆରମ୍ଭ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ନେଇଛନ୍ତି ।ଏହା ଏକ ପ୍ରଶଂସନୀୟ ପଦକ୍ଷେପ ।
ନିର୍ବାଚନ କମିଶନଙ୍କ କହିବା ଅନୁସାରେ, ସେହିସବୁ ଭୋଟର ଯେଉଁମାନଙ୍କ ନାମ ଭୋଟର ତାଲିକାରେ ୨୦୦୩ ସୁଦ୍ଧା ରହିଥିଲା, ଯେତେବେଳେ ବି ସର୍ବଶେଷ ସଘନ ସଂଶୋଧନ କାର୍ଯ୍ୟ ସମ୍ପାଦନ କରାଯାଇଥିଲା, ସେମାନଙ୍କୁ ଭୋଟର ତାଲିକାରେ ସେମାନଙ୍କ ନାମ କାଏମ୍ ରଖୁବା ପାଇଁ କୌଣସି କାଗଜପତ୍ର ବା ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ନାହିଁ ।
କମିଶନ ୫ କୋଟି- ମୋଟ ମତଦାତାଙ୍କର ୬୦ ପ୍ରତିଶତ ଭୋଟରଙ୍କର ତାଲିକା ପ୍ରକାଶ କରିବେ, ଯେଉଁମାନଙ୍କ ନାମ ୨୦୦୩ର ବିଶେଷ ସଘନ ସଂଶୋଧନରେ ତାଲିକାଭୁକ୍ତ ହୋଇଥିଲା। ଫଳରେ ସେମାନଙ୍କୁ ସମର୍ଥନକାରୀ କାଗଜପତ୍ର ବା ଦଲିଲ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ନାହିଁ । ଯେଉଁମାନେ ଜୁଲାଇ ୧୯୮୭ ଏବଂ ଡିସେମ୍ବର ୨୦୦୪ ଭିତରେ ଦେଶରେ ଜନ୍ମଗ୍ରହଣ କରିଛନ୍ତି, ଯେଉଁମାନେ କି ୨୦୦୩ ସୁଦ୍ଧା ୧୮ ବର୍ଷ ବୟସର ହୋଇ ନଥିଲେ ଏବଂ ସେଥିପାଇଁ ସେମାନେ ନିଜର ନାମ ତାଲିକାଭୁକ୍ତ କରିପାରି ନଥିଲେ, ସେମାନଙ୍କୁ ନିଜର ତଥା ଗୋଟିଏ ପିତାମାତାଙ୍କର ସନ୍ତାନ ଭାବରେ ପ୍ରମାଣିତ କରିବା ନିମନ୍ତେ ସେମାନଙ୍କ ଜନ୍ମ ଏବଂ ନିସ୍ଥାନର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।
ଯେଉଁମାନେ ୨୦୦୪ ଡିସେମ୍ବର ପରେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କୁ ନିଜର ତଥା ଉଭୟ ପିତାମାତାଙ୍କର ଜନ୍ମ ଏବଂ ଜନ୍ମସ୍ଥାନର ପ୍ରମାଣପତ୍ର ଉପସ୍ଥାପନ କରିବାକୁ ହେବ । ଭୋଟର ତାଲିକାରେ ନାମ ସାମିଲ କରିବା ନିମନ୍ତେ କମିଶନ ଦସ୍ତାବିଜ ବା କାଗଜପତ୍ରଗୁଡ଼ିକର ଏକ ତାଲିକା ପ୍ରଦାନ କରିଛନ୍ତି, ଯେଉଁଗୁଡ଼ିକ ଭୋଟରମାନଙ୍କର ନାଗରିକତ୍ଵକୁ ପ୍ରତିପଦିତ କରିବା ପାଇଁ ପର୍ଯ୍ୟାପ୍ତ ହେବ । ଏଥରେ ରହିଛି ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର, ସରକାର କିମ୍ବା ସରକାରଙ୍କ ତାଲିକାଭୂକ୍ତ ସଂସ୍ଥା ବା ଏଜେନ୍ଟିମାନଙ୍କ ଦ୍ବାରା ପ୍ରଦତ୍ତ ପରିଚୟ ପତ୍ର ବା ପ୍ରମାଣପତ୍ର ସମୂହ, ଅଧିକାରପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଦତ୍ତ ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ଏକ ସରକାରୀ ସଂସ୍ଥା ବା ବିଶ୍ଵବିଦ୍ୟାଳୟ ଦ୍ଵାରା ପ୍ରଦାନ କରାଯାଇଥିବା ମାଟ୍ରିକ୍ୟୁଲେସନ୍। ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଜାତୀୟ ନାଗରିକତା ପଞ୍ଜିକରଣ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରସ୍ତୁତ ପରିବାର ପଞ୍ଜିକା ।
ଯେଉଁ ଲୋକମାନଙ୍କୁ ଏସବୁ ଦାଖଲ କରିବା ନିମନ୍ତେ ପଡ଼ିବ, ସେମାନଙ୍କୁ ତାହା କରିବା ପାଇଁ ଏକ ମାସର ସମୟ ଅବଧୂ ମଧ୍ୟ ପ୍ରଦାନ କରାଯାଇଛି । ଯେଉଁମାନେ ୧୯୮୦ ବା ତା’ ପରେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କର ଜନ୍ମ ପ୍ରମାଣପତ୍ର ରହିଛି, କିନ୍ତୁ ଯେଉଁମାନେ ତା’ ପୂର୍ବରୁ ଜନ୍ମଳାର କରିଛନ୍ତି, ସେମାନଙ୍କର ସେମିତି କିଛି ପ୍ରମାଣପତ୍ର ନଥୁବ । ଆଉ ଯେଉଁମାନଙ୍କ ନିକଟରେ କୌଣସି ଶିକ୍ଷାଗତ ପ୍ରମାଣପତ୍ର ନାହିଁ କି ଯେଉଁମାନଙ୍କ ନାମ ତାଲିକାଭୁକ୍ତ ହୋଇ ସଖିଛି, ସେମାନଙ୍କ ପକ୍ଷେ ନିଜର ନାମକୁ ତାଲିକାଭୁକ୍ତ କରିବା ପାଇଁ ଆବଶ୍ୟକ କାଗଜପତ୍ରଗୁଡ଼ିକ ଦାଖଲ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହେବ।
୧୯୯୦ ଦଶକରେ ଜନ୍ମଲାଭ କରିଥିବା ଜଣକ ନିକଟରେ ହୁଏତ ଜନ୍ମଗତ ପ୍ରମାଣପତ୍ର ରହିଥାଇ ପରେ, କିନ୍ତୁ ସେମାନଙ୍କ ପିତାମାତା ହୁଏତ ୧୯୬୦ ବା ୭୦ ଦଶକରେ ଜନ୍ମଗ୍ରହଣ କରିଥାଇ ପାରନ୍ତି ଏବଂ ଆଦୌ ସ୍କୁଲ ଯାଇ ନଥିବାରୁ ସେମାନଙ୍କ ନିକଟରେ ସମର୍ଥନକାରୀ କାଗଜପତ୍ର ନଥାଇ ପାରେ । ଏଭଳି ଜଣେ ନାଗରିକଙ୍କ ପକ୍ଷେ ଭୋଟର ତାଲିକାରେ ନାମ ଅନ୍ତର୍ଜାତ କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ ଦିଆ ଯାଇଥିବା ଏକ ମାସର ସମୟ ଯଥେଷ୍ଟ ହୋଇ ନପାରେ।
ଏହା ବାଦ୍ ଆଉ ଏକ କଥା ମଧ୍ୟ ଆବଶ୍ୟକ ଯେ ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ ଘରେ ରହିବେ, ଯଦ୍ଵାରା ଏଭଳି ଜଣେ ବ୍ୟକ୍ତି ଠିକ୍ ସମୟ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ପାରିବେ । ଅନେକ ଲୋକ ଅନ୍ୟାନ୍ୟ ରାଜ୍ୟମାନଙ୍କରେ କାମ କରୁଥାଇ ପାରନ୍ତି, ଏବଂ ଅନେକ ମଧ୍ୟ ବିଦେଶରେ କାମ କରୁଥିବେ, ଆଉ ସେଥିପାଇଁ ଘରକୁ ଫେରି ଠିକ୍ ସମୟରେ ସମସ୍ତ ପ୍ରମାଣପତ୍ର ଦାଖଲ କରିବା ସହଜସାଧ୍ୟ ହୋଇ ନପାରେ। ନିର୍ବାଚନ କମିଶନଙ୍କର ଏଭଳି କାର୍ଯ୍ୟକୁ ବିରୋଧ କରି ଅନେକ ସଂଖ୍ୟକ ରାଜନୀତିକ ଦଳ ସେମାନଙ୍କର ସ୍ୱର ଉତ୍ତୋଳନ କରିଛନ୍ତି । ଭାରତର ଗ୍ରାମାଞ୍ଚଳଗୁଡ଼ିକରେ ଅତି ସ୍ଵଳ୍ପ ଶିକ୍ଷାଗତ ସୁବିଧା ଏବଂ ବିଭିନ୍ନ ପ୍ରକାରର ସେବାଗୁଡ଼ିକର ଉପଲବ୍ଧତା ରହିଥିବା ପରିପ୍ରେକ୍ଷୀରେ ଦେଖୁଲେ, ଏହିସବୁ ଅଞ୍ଚଳରେ ବାସ କରୁଥିବା ଅଧିକାଂଶ ଲୋକ, ଯେଉଁମାନଙ୍କ ନିକଟରେ ଯଥାଯଥ କାଗଜପତ୍ର ନାହିଁ, ସେମାନେ ହୁଏତ ସେମାନଙ୍କ ଭେଦାନ ଅଧିକାରରୁ ଏହି କାରଣରୁ ବଞ୍ଚିତ ହୋଇ ପାରନ୍ତି ।
ଯେହେତୁ ନିର୍ବାଚନ କମିଶନ ଜୋର୍ ଦେଇଛନ୍ତି ଯେ ସବୁ ନାଗରିକଙ୍କର ଭୋଟର ତାଲିକାରେ ନାମ ରଖୁବାର ଅଧିକାର ରହିଛି, ସେହି ପରିପ୍ରେକ୍ଷୀରେ ଯେଉଁମାନଙ୍କ ନାମ ଏଥରେ ନାହିଁ, ସେମାନଙ୍କୁ ସହଜରେ ଅଣ- ନାଗରିକ ଭାବରେ ଆଖ୍ୟାୟିତ କରାଯାଇ ପାରିବ । କେତେକ ରାଜନେତା ଅଭିଯୋଗ ଉଠାଇଛନ୍ତି କି ଏହି କାର୍ଯ୍ୟ ହେଉଛି ବିଜେପି-ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଏକ ଚାଲ୍ ଲୁଚାଛପାରେ ବିବାଦୀୟ ଜାତୀୟ ନାଗରିକ ପଞ୍ଜିକାକୁ ପ୍ରଚଳନ କରିବା ନିମନ୍ତେ । କଂଗ୍ରେସ କହିଛି ଯେ ଏହି ପଦକ୍ଷେପ ବିରୁଦ୍ଧରେ ଏହା କୋର୍ଟଙ୍କ ଦ୍ଵାରସ୍ଥ ହୋଇପାରେ ।
ତେଣୁ ସାମ୍ବିଧାନିକ ବାଧ୍ୟବାଧକତାକୁ ପୂରଣ କରିବା ନିମନ୍ତେ ନିର୍ବାଚନ କମିଶନ ଯଥା ସମ୍ଭବ ଯାହା ଆବଶ୍ୟକ, ତାହା କରିବା ଉଚିତ ଏବଂ ଏପରି କରିବା ବେଳେ ଏକଥା ସୁନିଶ୍ଚିତ କରାଇବାର ଆବଶ୍ୟକତା ରହିଛି ଯେ ଏହା ବାହାର କଥାରେ କାମ କରୁ ନାହିଁ। ଅର୍ଥାତ୍ ସମ୍ପୂର୍ଣ ନିରପେକ୍ଷ ଭାବରେ କାମ କରୁଛନ୍ତି ।
