ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦିଲଜିତ ଦୋସାଂଝ ତାଙ୍କ ଗୀତ ତଥା ତାଙ୍କ ଆକ୍ଟିଙ୍ଗ ପାଇଁ ଦେଶ ବିଦେଶରେ ବେଶ ଜଣାଶୁଣା । ତାଙ୍କ କନସର୍ଟ ଦେଖିବା ପାଇଁ ଦେଶର ଲୋନ ଅନୁକୋଣରୁ ତାଙ୍କ ଫ୍ୟାନ୍ସମାନେ ଆସିଥାନ୍ତି । ତାଙ୍କ ଗୀତରେ ତାଳେ ତାଳେ ଝୁମିବା ସହ କିଛି ସମୟ ପାଇଁ ଜୀବନର ସମସ୍ତ ଚିନ୍ତାକୁ ଭୁଲି ଯାଇଥାଆନ୍ତି। ତାଙ୍କ ଲାଇଭ୍ ସୋ ବିଷୟକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଏ । ବେଳେବେଳେ ତାଙ୍କ କନସର୍ଟ ଓଭର ବୁକ ହୋଇଥିବାର ମଧ୍ୟ ଦେଖାଯାଏ । ହେଲେ ବର୍ତ୍ତମାନ ତାଙ୍କ କନସର୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।
ନଭେମ୍ବର ୧୫, ଶୁକ୍ରବାର ହାଇଦ୍ରାବାଦରେ ଦିଲଜିତଙ୍କ କନସର୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ମଧ୍ୟରେ ତେଲେଙ୍ଗାନା ସରକାର ଆୟୋଜକଙ୍କୁ ଏକ ନୋଟିସ୍ ପଠାଇଛି । ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ କ୍ଷେତ୍ରରେ ଏହି ବିଜ୍ଞପ୍ତି ପଠାଯାଇଛି, ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ…
ପଞ୍ଜାବୀ ଗୀତରେ ମଦ୍ୟପାନ ଏବଂ ପାର୍ଟି ବିଷୟରେ ଅନେକ ଚର୍ଚ୍ଚା ହୋଇଥାଏ। ଅନେକ ସମୟରେ ଏହାର ପ୍ରଭାବ ଯୁବକମାନଙ୍କ ଉପରେ ମଧ୍ୟ ଦେଖାଯାଏ। ତାଙ୍କ ଅନେକ ଗୀତରେ ମଦ୍ୟପାନ ଏବଂ ପାର୍ଟୀ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ପ୍ରଶଂସକମାନେ ବେଶ ପସନ୍ଦ ମଧ୍ୟ କରିଥାନ୍ତି। ଏଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କ ଲାଇଭ୍ କନ୍ସର୍ଟକୁ ଯିବା ପାଇଁ ସବୁବେଳେ ଉତ୍ସାହିତ ଥାଆନ୍ତି। ଶୁକ୍ରବାର ଦିନ ହାଇଦ୍ରାବାଦରେ ଏହି ଗାୟକଙ୍କ ଲାଇଭ୍ ସୋ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ତେଲେଙ୍ଗାନା ସରକାର ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ଗୀତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ତେଲେଙ୍ଗାନା ସରକାର ପଠାଇଥିବା ବିଜ୍ଞପ୍ତିରେ ଦିଲଜିତ ଦୋସାଂଝଙ୍କୁ ହିଂସା, ଡ୍ରଗ୍ସ ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ଗୀତ ନଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ପିଲାମାନଙ୍କୁ କନସର୍ଟରେ ମଞ୍ଚକୁ ଅଣାଯିବାକୁ ବାରଣ କରାଯାଇଛି। ବାସ୍ତବରେ, WHO ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଅତ୍ୟଧିକ ଉଚ୍ଚ ଶବ୍ଦ ପିଲାମାନଙ୍କ ପାଇଁ ସୁରକ୍ଷିତ ନୁହେଁ ।
PREVIOUS POST : https://purvapaksa.com/health-tips-in-winter-season/