ପାକିସ୍ତାନ ଗୋଟିଏ ଧୋକାବାଜ ଦେଶ—ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି । ପାକିସ୍ତାନକୁ ବିଶ୍ୱାସ କରିବା ମାନେ ସାପକୁ କ୍ଷୀର ଦେଇ ପାଳିବା ସମାନ । ବାରମ୍ବାର ଏହି ଦେଶ ନିଜ ଦୁଇମୁଖିଆ ନୀତି ଦ୍ୱାରା ବନ୍ଧୁ ଦେଶମାନଙ୍କୁ ଅସୁବିଧାରେ ପକାଇ ଆସିଛି । ଏଥର ଏହାର ସିକାର ହୋଇଛି ବାଂଲାଦେଶ ।

ଭାରତରେ ଆୟୋଜିତ ହେବାକୁ ଥିବା ଆସନ୍ତା ଟି-୨୦ ବିଶ୍ୱକପକୁ ନେଇ ଆଇସିସି ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଥିଲା । ଭାରତ ସହ ରାଜନୈତିକ ମତଭେଦକୁ ଆଗରେ ରଖି ବାଂଲାଦେଶ ନିଜ ମ୍ୟାଚ୍ଗୁଡ଼ିକୁ ଭାରତ ବାହାରକୁ, ବିଶେଷକରି ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲା। ଖେଳାଳିଙ୍କ ସୁରକ୍ଷା ଦେଖାଇ ବିସିବି ଆଇସିସି ଉପରେ ଚାପ ସୃଷ୍ଟି କରିଥିଲା ।
ଆଇସିସି ଏହି ମାମଲାରେ ବିସିବି ସହ ଏକାଧିକ ବୈଠକ କରି ବୁଝାସୁଝା କରିଥିଲା । କିନ୍ତୁ ବାଂଲାଦେଶ ନିଜ ଜିଦରେ ଅଟଳ ରହିଥିଲା। ଏହି ସମୟରେ ପରାଦ ପଛରେ ରହି ପାକିସ୍ତାନ ବାଂଲାଦେଶକୁ ଉସକାଇଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଖୋଲାଖୋଲି ଭାବେ ଢାକାର ଦାବିକୁ ସମର୍ଥନ କରି ଆଇସିସି ବିରୋଧରେ ବିଭିନ୍ନ ବୟାନ ଦେଇଥିଲା।
ଆଇସିସି ବୈଠକରେ ଭେନ୍ୟୁ ପରିବର୍ତ୍ତନକୁ ନେଇ ହୋଇଥିବା ଭୋଟିଂରେ ବାଂଲାଦେଶ ସପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିଲା—ଗୋଟିଏ ବାଂଲାଦେଶ ଓ ଅନ୍ୟଟି ପାକିସ୍ତାନ। ୧୪ଟି ଦେଶ ବିରୋଧରେ ଭୋଟ ଦେବା ପରେ ଆଇସିସି ବିସିବିର ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଦେଇଥିଲା।

ଭୋଟିଂରେ ହାରିବା ପରେ ମଧ୍ୟ ପାକିସ୍ତାନ ବାଂଲାଦେଶକୁ ବିଶ୍ୱକପ ବୟକଟ କରିବା ପାଇଁ ପରୋକ୍ଷ ଭାବେ ଉସକାଇଥିଲା। ଏଥିରେ ପଡ଼ି ବାଂଲାଦେଶ ଭାରତରେ ମ୍ୟାଚ୍ ଖେଳିବ ନାହିଁ ବୋଲି ଆଧିକାରିକ ଘୋଷଣା କରିଥିଲା। ଏହା ପରେ ଆଇସିସି କଠୋର ନିଷ୍ପତ୍ତି ନେଇ ବାଂଲାଦେଶକୁ ବିଶ୍ୱକପରୁ ବାଦ ଦେବା ପ୍ରକ୍ରିୟା ଆରମ୍ଭ କରିଛି।
ଏଠାରେ ସବୁଠାରୁ ବଡ଼ ଟ୍ୱିଷ୍ଟ ଆସିଲା ପରେ। ବାଂଲାଦେଶ ବିଶ୍ୱାସ କରିଥିବା ପାକିସ୍ତାନ ଠିକ୍ ସମୟରେ ହାତ ଛାଡ଼ି ଦେଇଛି। ପିସିବି ସ୍ପଷ୍ଟ କରିଦେଇଛି ଯେ ପାକିସ୍ତାନ କୌଣସି ପରିସ୍ଥିତିରେ ବିଶ୍ୱକପରୁ ଓହରିବ ନାହିଁ ଏବଂ ଧାର୍ଯ୍ୟ ସୂଚୀ ଅନୁସାରେ ଶ୍ରୀଲଙ୍କାରେ ନିଜ ମ୍ୟାଚ୍ ଖେଳିବ। ଫଳରେ ପାକିସ୍ତାନର ଧୋକାବାଜ ନୀତିର ଶିକାର ହୋଇ ବାଂଲାଦେଶ ବିଶ୍ୱକପରୁ ବାଦ ପଡ଼ିଛି। ବାଂଲାଦେଶ ପରିବର୍ତ୍ତେ ଗ୍ରୁପ ‘ସି’ରେ ସ୍କଟଲ୍ୟାଣ୍ଡକୁ ସାମିଲ କରିବାକୁ ଆଇସିସି ସିଦ୍ଧାନ୍ତ ନେଇଛି। ଏହି ଗ୍ରୁପରେ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଇଟାଲୀ ଓ ନେପାଳ ପୂର୍ବରୁ ରହିଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣା ପୁଣିଥରେ ପ୍ରମାଣ କରିଦେଲା ଯେ ପାକିସ୍ତାନର କଥାରେ ପଡ଼ିଲେ ପରିଣାମ କେତେ ଭୟାବହ ହୋଇପାରେ।
also read https://purvapaksa.com/us-india-trade-deal/
US-India Trade Deal ।। ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ କ’ଣ ଅଟକାଇ ଦେଇଛି ?


